logo
add image
ବାଲିଗୁଡ଼ାରେ ଘରୋଇ ଚକ୍ଷୁ ଡାକ୍ତରଖାନାର ଉଦଘାଟନ

ବାଲିଗୁଡ଼ାରେ ଘରୋଇ ଚକ୍ଷୁ ଡାକ୍ତରଖାନାର ଉଦଘାଟନ

ବାଲିଗୁଡ଼ା/୦୪/୦୯/୨୦୧୪// (ଆଧାର ମିଡ଼ିଆ//ରିପୋର୍ଟ-ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଖୋଲିଲା ଘରୋଇ ଚକ୍ଷୁ ଡାକ୍ତରଖାନା ଦାଶ ଚକ୍ଷୁ ଚିକିତ୍ସାଳୟ । ଜିଲ୍ଲା ଭାରପ୍ରାପ୍ତ ଚିକିତ୍ସାଧିକାରୀ ବିଜୟ କୁମାର ପଣ୍ଡା ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ରିବନ କାଟି ଚକ୍ଷୁ ଚିକିତ୍ସାଳୟର ଶୁଭ ଉଦଘାଟନ କରିଛନ୍ତି । ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଚକ୍ଷୁ ରୋଗୀଙ୍କ ପାଇଁ କୌଣସି ସୁବିଧା ନଥିବା ବେଳେ ଉପଖଣ୍ଡର ବହୁ ଚକ୍ଷୁରୋଗୀ ଜିଲ୍ଲା ବାହାରକୁ ଯାଇ ଚିକିତ୍ସିତ ହେବାସହ ମାତ୍ରାଧିକ ଖର୍ଚ୍ଚାନ୍ତ ହେଉଛନ୍ତି । ଏଭଳି ପରିସ୍ଥିତିରେ ଦାଶ ଚକ୍ଷୁ ଚିକିତ୍ସାଳୟ ଅଞ୍ଚଳବାସୀଙ୍କ ହିତରେ ଆସିବ। ଅତ୍ୟାଧୁନିକ ଯନ୍ତ୍ରାଂଶ ଦ୍ବାରା ଅଭିଜ୍ଞ ଡାକ୍ତର ଏଠାରେ ରୋଗୀଙ୍କୁ ଚିକିତ୍ସା କରିବେ ଏବଂ ଅଞ୍ଚଳବାସୀ ଆଉ ବାହାରକୁ ନଯାଇ ଏଠାରେ କମ୍ ଖର୍ଚ୍ଚରେ ଉପଯୁକ୍ତ ଚିକିତ୍ସା ପାଇପାରିବେ । ଏଠାରେ ରୋଗୀଙ୍କ ପାଇଁ ୩୦ ଶଯ୍ୟା ରହିଥିବା ସହ ଉତ୍ତମ ମାନର ଅପରେସନର ବ୍ୟବସ୍ଥା ରହିଛି ବୋଲି ଡାକ୍ତର ଓ ଡାକ୍ତରଖାନା ପକ୍ଷରୁ କୁହାଯାଇଛି  । ସେପଟେ ବାଲିଗୁଡ଼ାରେ ଚକ୍ଷୁ ରୋଗୀଙ୍କ ପାଇଁ ଯାହା ଆବଶ୍ୟକ ଥିଲା ଆଜି ତାହା ଦାଶ ଚକ୍ଷୁ ଚିକିତ୍ସାଳୟ ମାଧ୍ୟମରେ ପୂରଣ ହୋଇପାରିଛି ବୋଲି ଭାରପ୍ରାପ୍ତ ଜିଲ୍ଲା ଚିକିତ୍ସାଧିକାରୀ ବିଜୟ କୁମାର ପଣ୍ଡା ପ୍ରକାଶ କରିଛନ୍ତି ।

Recent Comments

Leave Comments

Top