logo
add image
ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତରଫରୁ ଜାତୀୟ ନିରାପଦ ମାତ୍ରୁତ୍ଵ ଦିବସ ପାଳିତ :

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତରଫରୁ ଜାତୀୟ ନିରାପଦ ମାତ୍ରୁତ୍ଵ ଦିବସ ପାଳିତ :

ସୁବର୍ଣ୍ଣପୁର/୧୧/0୪/୨୨/ (ଆଧାର ନ୍ୟୁଜ) ଜିଲ୍ଲା ମୁଖ୍ୟଚିକିତ୍ସାଳୟ ସୁବର୍ଣ୍ଣପୁର ତରଫରୁ ଜିଲ୍ଲା ଚିକିତ୍ସାଳୟ ସଭାକକ୍ଷ ଠାରେ ସୁବର୍ଣ୍ଣପୁର ମ୍ୟୁନିସିପାଲିଟି ଅନ୍ତର୍ଗତ ସମସ୍ତ ଅଙ୍ଗନବାଡି କର୍ମୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ମଚାରୀ,ସ୍ଥାନୀୟ ଗର୍ଭବତୀ ଓ ପ୍ରସୂତି ମା ମାନକୁ ନେଇ ଜାତୀୟ ନିରାପଦ ମାତ୍ରୁତ୍ଵ ଦିବସ ପାଳିତ ହୋଇଯାଇଛି lଏହି ଅବସରରେ ଭାରପ୍ରାପ୍ତ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ  ତଥା ଜିଲ୍ଳା ମୁଖ୍ୟ ଚିକିତ୍ସାଲୟ ଅଧିକ୍ଷକ ଡା. ପ୍ରଦୀପ କୁମାର ଗୁରୁ ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଉକ୍ତ ସଭାରେ ଡା. ମଞ୍ଜୁରାଣୀ ସିଂ, ଏ ଡି ପି ଏଚ ଓ (ଏଫ ଡବ୍ଲୁ/ଭି.ବି.ଡ଼ି ),  ଡା.ମାନସ୍ ରଞ୍ଜନ ଦଣ୍ଡପାଟ୍, ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ , ଶ୍ରୀ ବିଶ୍ୱମ୍ବର ବେହେରା, ଡି ପି ଏମ,
ଶ୍ରୀ ସରୋଜ କୁମାର୍ ପଣ୍ଡା, ଡି ଏ ଏମ ପ୍ରମୁଖ ମଞ୍ଚାସୀନ ଥିଲେ।
ସଭାରେ ଅତିଥିମାନେ  ୨0୨୨ ବର୍ଷର ଜାତୀୟ ନିରାପଦ ମାତ୍ରୁତ୍ଵ ଦିବସ  ଉପରେ ଆଲୋକପାତ କରିଥିବା ବେଳେ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ  ତଥା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ଅଧିକ୍ଷକ ଡା.ପ୍ରଦୀପ କୁମାର ଗୁରୁ କହିଥିଲେ ଯେ ଗୋଟିଏ ସୁସ୍ଥ ଦେଶ ପାଇଁ ଏକ ସୁସ୍ଥ ଶିଶୁ ଦରକାର ଓ ସୁସ୍ଥ ଶିଶୁ ପାଇବାକୁ ହେଲେ ମା ସୁସ୍ଥ ହେବା ନିହାତି ଆବଶ୍ଯକ  ଓ ଏଥିପାଇ ସମାଜରେ ବ୍ୟାପକ ସଚେତନତାର ଆବଶ୍ଯକତା ଥିବା ଆଲୋକପାତ କରିଥିଲେ l ଏହି ଉପଲକ୍ଷେ ସଚେତନତା ସଭା ସାଙ୍ଗକୁ ଏକ ପୋଷ୍ଟର ଅଭିଯାନ ଓ ଦସ୍ତଖତ ଅଭିଯାନ  ଅନୁଷ୍ଠିତ କରାଯିବା ସହିତ ସଦର ମହକୁମାର ଜନ ଗହଳି ସ୍ଥାନରେ ହୋର୍ଡିଙ୍ଗ ଲଗାଯାଇ ସଚେତନତାର ପ୍ରୟାସ କରା ଯାଇଛି।
ଏହି ସଚେତନତା  ସଭା ପରିପ୍ରେକ୍ଷୀରେ ଉପସ୍ଥିତ ସମସ୍ତ ଅଙ୍ଗନବାଡି କର୍ମୀ,ଗର୍ଭବତୀ ଓ ପ୍ରସୂତି ମା ମାନକୁ ନେଇ ବିଭାଗ ତରଫରୁ ଏକ କୁଇଜ ପ୍ରତିଯୋଗିତା କରାଯାଇ ସଫଳ ପ୍ରତିଯୋଗୀଙ୍କୁ ଉପହାର ପ୍ରଦାନ କରାଯାଇଥିଲା l
ଏହି ପରୀପ୍ରକ୍ଷୀରେ ଅନୁଷ୍ଠିତ କୁଇଜ କର୍ୟକ୍ରମକୁ ତରଣୀସେନ ପଧାନ୍ ଏ ଏମ ସି ପି ତଥା ଜି କେ ଏସ,ଗୀତାଞ୍ଜଳି ମେହେର (ଏ ଏମ ଏନ ସି ଡି ) ପରିଚାଳନା କରିଥିବାବେଲେ ଶ୍ରୀ ନାରାୟଣ ରଥ ସହଯୋଗ କରିଥିଲେ। ଅନୁଷ୍ଠିତ ସଭାକାର୍ଯ୍ୟକୁ ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଅକ୍ରୁର କୁମାର ହୋତା ପରିଚାଳନା କରିଥିବାବେଲେ ଶ୍ରୀ ପ୍ରମୋଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। (ରିପୋର୍ଟ-ଯୁଧିଷ୍ଠିର ମେହେର)         

Recent Comments

Leave Comments

Top