logo
add image
ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ନାଇକେନପାଲିରୁ ବାହାରିଲା ଡେଙ୍ଗୁ ରୋଗ ସଚେତନତା ରଥ

ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ନାଇକେନପାଲିରୁ ବାହାରିଲା ଡେଙ୍ଗୁ ରୋଗ ସଚେତନତା ରଥ

ସୁବର୍ଣ୍ଣପୁର/୩୦/୦୮/୨୦୨୪/( ଆଧାର ମିଡ଼ିଆ )-ଶୁକ୍ରବାର ଦିନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନାଇକେନପାଲି ରୁ ଡେଙ୍ଗୁ ରୋଗ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି l ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନାଇକେନପାଲିର ଅଧିକ୍ଷକ ଡାକ୍ତର.ରାମଶଙ୍କର ତ୍ରିପାଠୀ ସବୁଜ ପତଳା ଦେଖାଇ ଡେଙ୍ଗୁ ରୋଗ ସଚେତନତା ରଥର ଶୁଭାରମ୍ଭ କରିଥିଲେ l ଡେଙ୍ଗୁ ରୋଗ ନିୟନ୍ତ୍ରଣ ପାଇଁ ବ୍ୟାପକ ସଚ଼େତନତା ସୃଷ୍ଟି କରିବା ଲକ୍ଷ୍ୟରେ ସୋନପୁର ବ୍ଳକର ଗ୍ରାମକୁ ଗ୍ରାମ ଏହି ରଥ ବୁଲିବ । ଏହା ବ୍ୟତିତ ପୋଷ୍ଟର, ଲିଫଲେଟ ବଣ୍ଟନ, ସ୍ଵାସ୍ଥ୍ୟ କାନ୍ଥରେ ବାର୍ତ୍ତା, ଗୃପ ମିଟିଂ ଆଦି ଆୟୋଜନ କରି ଲୋକଙ୍କୁ ଡେଙ୍ଗୁ ରୋଗରୁ ମୁକ୍ତି ପାଇବାପାଇଁ ସଚ଼େତନ କରାଯିବା ପାଇଁ ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ପଦକ୍ଷେପ ନିଆଯାଇଛି । ୦୧ ଅଗଷ୍ଟରୁ ୩୦ ସେପ୍ଟେମ୍ବର ଯାଏଁ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କରେ ବିନା ମୂଲ୍ୟରେ ଡେଙ୍ଗୁ ରୋଗୀଙ୍କୁ ସେବା ଯୋଗାଇ ଦେବାର ଯୋଜନା ରହିଛି ।ଏହା ବ୍ୟତୀତ ସ୍ୱାସ୍ଥ୍ୟ ପରିଦର୍ଶକ ଙ୍କ ନେତୃତ୍ୱରେ ଅଞ୍ଚଳର ଅଙ୍ଗନୱାଡି, ଆଶା,ଗାଁ କଲ୍ୟାଣ ସମିତିର ସଦସ୍ୟ /ସଦସ୍ୟl ବିଭିନ୍ନ ଗ୍ରାମରେ ୦୧ ଅଗଷ୍ଟରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଶୁଷ୍କ ଦିବସ ପାଳନ କରିବାପାଇଁ ପଦକ୍ଷେପ ନିଆଯାଇଛି l ଭାରପ୍ରାପ୍ତ ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ଶାନ୍ତନୁ କୁମାର ମେହେର ଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ବେଳେ ଆୟୁଷ ଡାକ୍ତର ମାତାଗିନୀ ମହନ୍ତ, ବିପିଏମ ପ୍ରିୟରଞ୍ଜନ ସାହୁ ,ରିଙ୍କୁ ପଧାନ, ବି.ଡ଼ି.ଏମ, ସୁଶାନ୍ତ ନାଏକ, ଏମ.ଆର.ଏ, ସମସ୍ତ ଏଏନଏମ,  ଏବଂ ଡ଼ାକ୍ତରଖାନା ର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।

Recent Comments

Leave Comments

Top