ବୌଦ୍ଧ/୦୧/୦୯/୨୦୨୪/ (ଆଧାର ମିଡ଼ିଆ)-ସମଗ୍ର ବିଶ୍ଵରେ ଯୋଗକୁ ପ୍ରାଧାନ୍ୟ ଦେବାପରେ ଭାରତ ସରକାର ଓ ରାଜ୍ୟ ସରକାର ଖେଳରେ ସାମିଲ କରିଛନ୍ତି l ଭାରତ ସରକାରଙ୍କ ଯୁବ ଓ କ୍ରୀଡା ବିଭାଗ ଅଧୀନ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଯୋଗକୁ ଅନ୍ତର୍ଭୁକ୍ତ କରାଯାଇଛି l ଶିକ୍ଷାନୁଷ୍ଠାନର ପାଠ୍ୟକ୍ରମରେ, ସ୍ବାସ୍ଥ୍ୟ ବିଭାଗରେ ଓ ବିଭିନ୍ନ ବିଭାଗରେ ଫିଟ୍ ନେସ୍ ପାଇଁ ଯୋଗର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ କରିଥିଲେ l ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଯୋଗ ଶିକ୍ଷକ ଓ ରେଫରୀ ଜଜ୍ ନିଯୁକ୍ତି ପାଇଁ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି l ଯୋଗାସନ ଭାରତ ପକ୍ଷରୁ ଯୋଗାସନ ସ୍ପୋର୍ଟସ ଆସୋସିଏସନ୍ ଅଫ ଓଡିଶା ଆନୁକୁଲ୍ୟରେ ରେଫରୀ ଓ ଜଜ୍ ତାଲିମ୍ ଶିବିର ଅନୁଷ୍ଠିତ ହୋଇଥିଲା l ଭୁବନେଶ୍ୱର କିଟ୍ ପରିସରରେ ଅନୁଷ୍ଠିତ ଉତ୍ସବରେ ଯୋଗର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଆଲୋଚନା ହୋଇଥିଲା l ଅନୁଷ୍ଠାନର ନିର୍ଦ୍ଦେଶକ ଡ଼ ସଞ୍ଜୟ କୁମାର ପଣ୍ଡା, ନିଖିଳ କୁମାର ଦଳାଇ, ମମତା ମହାନ୍ତି, ଉମାବଲ୍ଲଭ ମହାପାତ୍ର, ସରୋଜକାନ୍ତ ମହାପାତ୍ର ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାରୁ କୋଡିନେଟର୍ ଓ ପ୍ରଶିକ୍ଷାର୍ଥୀ ଉପସ୍ଥିତ ରହିଥିଲେ l ରାଜ୍ୟର ପ୍ରତ୍ୟେକ ଜିଲ୍ଲାରୁ କୋଡି ନେଟର ଅତିଥି ଭାବେ କିଟ୍ ର କ୍ରୀଡା ମୁଖ୍ୟ ଡ଼ ଗଗନେନ୍ଦୁ ଦାଶ, ସି.ଏ. ଦିବାକର ପ୍ରସାଦହରିଚନ୍ଦନ, ଡ଼ ସତ୍ୟ ନାରାୟଣ ମିଶ୍ର, ଡ଼ ମନମୋହନ ରାଉତ ଯୋଗଦାନ କରିଥିଲେ l ରାଜ୍ୟରେ ଏକଶହ ଛବିଶ ଜଣଙ୍କୁ ନିଯୁକ୍ତି ପତ୍ର ମଧ୍ୟରୁ ବୌଦ୍ଧଜିଲ୍ଲାରୁ ଦେବାଶିଷ ପୁରୋହିତ, ନଟବର ଅଗ୍ରୱାଲା, ବ୍ରଜ କୁମାର ରଣା ଙ୍କୁ ଯୋଗାସନ ରେଫରୀ ଓ ଜଜ୍ ଭାବେ ପ୍ରମାଣପତ୍ର ପ୍ରଦାନ କରାଯାଇଛି l ଆସନ୍ତା ମାସରେ ଜିଲ୍ଲାସ୍ତରୀୟ ପ୍ରତିଯୋଗୀତା କରି ଡିସେମ୍ବର ମାସରେ ରାଜ୍ୟସ୍ତରୀୟ ପ୍ରତୀଯୋଗିତରେ ସାମିଲ କରିବାକୁ ନିଷ୍ପତ୍ତି ନିଆଯାଇଛି l ପ୍ରତ୍ୟେକ ଜିଲ୍ଲାରେ ଯୋଗାସନ ଭାରତ ପକ୍ଷରୁ ଜିଲ୍ଲା ଶାଖା ଖୋଲିବାକୁ ପ୍ରସ୍ତାବ ଦିଆଯାଇଛି l
Recent Comments