logo
add image
ଜିଲ୍ଲାସ୍ତରୀୟ ଜାତୀୟ ଚକ୍ଷୁଦାନ ପକ୍ଷ ପାଳିତ --

ଜିଲ୍ଲାସ୍ତରୀୟ ଜାତୀୟ ଚକ୍ଷୁଦାନ ପକ୍ଷ ପାଳିତ --

ସୁବର୍ଣ୍ଣପୁର/୨୯/୦୮/୨୦୨୪/( ଆଧାର ମିଡ଼ିଆ )- ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ଥାନୀୟ ମହର୍ଷି ବୁଦ୍ଧରାମ ଡ଼ିଗ୍ରୀ କଲେଜ ସଭା ଗୃହଠାରେ ଜାତୀୟ ଚକ୍ଷୁଦାନ ପକ୍ଷ ସଭାପତି ବାଳଗୋପାଳ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଭାରେ ଅତିରିକ୍ତ ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା ରମେଶ ଚନ୍ଦ୍ର ସ୍ୱାଇଁ, ଚକ୍ଷୁ ବିଶେଷଜ୍ଞ ଡ଼ା ଭାଗ୍ୟଶ୍ରୀ ପଧାନ,କନଭେନର ସମ୍ପାଦକ ୟୁଥ ରେଡ କ୍ରସ ସୁବର୍ଣ୍ଣପୁର ଉମାକାନ୍ତ ନାଗ,ସଚ୍ଚିଦାନନ୍ଦ ରଥ ଅଧ୍ୟକ୍ଷ,ସହକାରୀ ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁ, ଉଦ୍ଧବ ପଧାନ ଅଧ୍ୟାପକ ପ୍ରଯୁକ୍ତି ବିଜ୍ଞାନ ଓ ଅମିତା ଚାନ୍ଦ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମଂଚାସୀନ ଥିଲେ l ଅତିଥି ବୃନ୍ଦ ଚକ୍ଷୁଦାନ ମହତଦାନ, ଜଣେ ବ୍ୟକ୍ତିର ଚକ୍ଷୁଦାନ ଦ୍ୱାରl ଦୁଇ ଜଣ ବ୍ୟକ୍ତିଙ୍କର ଅନ୍ଧତ୍ୱ ଦୂର ହୋଇଥାଏ l କୌଣସି ବ୍ୟକ୍ତି ଜୀବନ କାଳରେ ଯେ କୌଣସି ସମୟରେ ସ୍ୱ ଇଛାରେ ଚକ୍ଷୁଦାନ ପାଇଁ ସମ୍ମତିଦେଇ ପାରିବେ l ମୃତ୍ୟୁର ୬ଘଣ୍ଟା ମଧ୍ୟରେ ଚକ୍ଷୁର ସ୍ୱଚ୍ଛ ପଟଲ ସଂଗ୍ରହ ମାତ୍ରା ୧0 ରୁ ୧୫ମିନିଟ ରେ ସମୟରେ କରାଯାଇଥାଏ ଏହା ଦ୍ୱାରା ମୁଖ ବିକୃତ ହୋଇ ନଥାଏ ବୋଲି ଜଣସଚେତନା ସୃଷ୍ଟି କରି ଚକ୍ଷୁଦାନ ବିଷୟରେ ଜାଣିବା, ବୁଝିବା ଓ ଅନ୍ୟ ମାନଙ୍କୁ ବୁଝାଇ  ଏକ ସୁସ୍ଥ ସୁନ୍ଦର ସମାଜ  ଗଠନ କରିବାରେ ସହାୟକ ହୋଇ ପାରିବା ଉପରେ ଗୁରୁତ୍ୱ ଦେଇଥିଲେ  I ଉକ୍ତ ସଭାରେ ଡ଼ିଗ୍ରୀ କଲେଜର ଛାତ୍ର ଛାତ୍ରୀ ବୃନ୍ଦ,କର୍ମକର୍ତ୍ତା , ସ୍ୱାସ୍ଥ୍ୟ ପରିଦର୍ଶକ,ଆଶା , ସ୍ୱାସ୍ଥ୍ୟ ଅଧିକାରୀ ଓ ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ I ୧୦ ଜଣ କୃତୀ ଛାତ୍ର ଛାତ୍ରୀ ଙ୍କୁ କ୍ୱିଜ଼ ପ୍ରତିଯୋଗିତା କରି ପୁରସ୍କୃତ କରାଯାଇଥିଲା l ଅଧ୍ୟାପକ ଉଦ୍ଧବ ପ୍ରଧାନ ସୁନ୍ଦର ମାଜିକ ପରିବେଷଣ କରି ସମସ୍ତଙ୍କ ମନ କିଣି ପାରିଥିଲେ l ଅଶ୍ୱିନୀ କୁମାର ମେହେର ଡାଟା ଏଣ୍ଟ୍ରି ଓପରେଟର ସହଯୋଗ କରିଥିଲେ l ଶେଷରେ ଉମାକାନ୍ତ ନାଗ ଇଂରାଜୀ ଅଧ୍ୟାପକ ଧନ୍ୟବାଦ ଅର୍ପଣ କରିଥିଲେ  l

Recent Comments

Leave Comments

Top