logo
add image
ଝିରିପାଣିରେ ଝାଡାବାନ୍ତି :୪ମୃତ ଶତାଧିକ ଆକ୍ରାନ୍ତ

ଝିରିପାଣିରେ ଝାଡାବାନ୍ତି :୪ମୃତ ଶତାଧିକ ଆକ୍ରାନ୍ତ

ବାଲିଗୁଡା/୨୪/୦୮/୨୦୨୪//:( ଆଧାର ମିଡ଼ିଆ//ରିପୋର୍ଟ-ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ ଝିରିପାଣି ପଞ୍ଚାୟତରେ ପ୍ରାୟ ଏକ ସପ୍ତାହ ହେବ ଝାଡାବାନ୍ତି ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ଏହା ବ୍ୟାପକ ରୂପ ନେଉଛି ଯାହା ଫଳରେ ଅଞ୍ଚଳରେ ଆତଙ୍କ ଦେଖାଦେଇଥିବା ଜଣାପଡିଛି । ବର୍ତ୍ତମାନ ଦୁଇ ତିନି ଦିନ ମଧ୍ୟରେ ବରଗାଁର ମୁଶ୍ରୀ ମାଝି (୫୨), ଟାପଡି ମାଝିର ସ୍ତ୍ରୀ (୫୦) ଓ ନଲକୁଟି ଗ୍ରାମର ଅମିତ ମାଝି (୩୫) , ଅମିତ ମାଝିର ମାବିଙ୍ଗିଟି ମାଝି (୫୦) ଏପରି ୪ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।ବର ଗାଁ, ନାଲକୁଟି, ପୁଡେଣି ଗାଁ, କୁନାବାଡାରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି ଗାଁରେ ଡାକ୍ତର ଟିମ ପହଞ୍ଚି ନଥିବା ଜଣାପଡିଛି । ଏ ସଂକ୍ରାନ୍ତରେ ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ଜିଲ୍ଲା ଚିକିତ୍ସାଧିକାରୀଙ୍କୁ ଜଣାଇବା ପରେ ଖୁବଶିଘ୍ର ଆକ୍ରାନ୍ତ ଗାଁରେ ଡାକ୍ତରୀ ଟିମ ପହଞ୍ଚିବ ବୋଲି ଶ୍ରୀ ମାଝୀ ପ୍ରକାଶ କରିଛନ୍ତି । ଆକ୍ରାନ୍ତ ହୋଇଥିବା ଗ୍ରାମ ଗୁଡିକରେ ଆଦିମ ଜନଜାତି କୁଟିଆ କନ୍ଧ ସମ୍ପ୍ରଦାୟର ଲୋକ ବସବାସ କରନ୍ତି। ଏହି ଝାଡ଼ାବାନ୍ତି ଏକ ସପ୍ତାହ ହେବ ଆରମ୍ଭ ହୋଇ ଥିବା ବେଳେ ଘରକୁ ଘର ଗାଁ କୁ ଗାଁ ବ୍ୟାପିବାରେ ଲାଗିଛି। ଆକ୍ରାନ୍ତ ଙ୍କ ମଧ୍ୟରୁ କିଛି ତୁମୁଡ଼ିବନ୍ଧ ମେଡ଼ିକାଲ ଓ ଆଉ କେତେ କଳାହାଣ୍ଡି ଜିଲ୍ଲାକୁ ଚିକିତ୍ସା ପାଇଁ ଯାଇଥିବା ଜଣାପଡିଛି। ସ୍ବାସ୍ଥ୍ୟ ବିଭାଗ ଯଦି ଗାଁ ରେ ପହଞ୍ଚିବା ରେ ବିଳମ୍ବ କରେ ତେବେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବା ଆଶା କରାଯାଉଛି ।

Recent Comments

Leave Comments

Top