logo
add image
 ଯକ୍ଷ୍ମାରୋଗ ନିରାକରଣ ପାଇଁ ବୁଡ଼ାଗୁଡ଼ା ପଞ୍ଚାୟତରେ ସଚେତନତା କାର୍ଯ୍ୟକ୍ରମ

ଯକ୍ଷ୍ମାରୋଗ ନିରାକରଣ ପାଇଁ ବୁଡ଼ାଗୁଡ଼ା ପଞ୍ଚାୟତରେ ସଚେତନତା କାର୍ଯ୍ୟକ୍ରମ

କଲ୍ୟାଣସିଂହପୁର/ରାୟଗଡା/ (ଆଧାର ନ୍ୟୁଜ) ସାରା ଭାରତକୁ ଯକ୍ଷ୍ମାରୋଗ ମୁକ୍ତ କରିବା ଉଦ୍ଧେଶ୍ୟରେ ଭାରତ ଓ ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଯକ୍ଷ୍ମାରୋଗ ପ୍ରତିକାର କରିବାପାଇଁ ଦେଶ ତଥା ରାଜ୍ୟର ଅନେକ ସ୍ଥାନରେ ମାର୍ଚ୍ଚ 24ଠାରୁ ଏପେଲ୍ ୧୩ ପର୍ଯ୍ୟନ୍ତ ଏକୋଇଶି ଦିନଧରି ଯକ୍ଷ୍ମା ହାରିବ ଭାରତ ଜିତିବ କାର୍ଯ୍ୟକ୍ରମ ହେଉଥିବା ଅବସରରେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବୁଡାଗୁଡ଼ା ଗ୍ରାମ ପଞ୍ଚାୟତର ଅନେକ ସ୍ଥାନରେ ଟିବି ବା  ଯକ୍ଷ୍ମାରୋଗ ସମନ୍ଧରେ ସଚେତନତା କାର୍ଯ୍ୟକ୍ରମ,କଫ ପରୀକ୍ଷା,ସଚେତନତା ରାଲି ଗ୍ରାମପରିକ୍ରମା,ଶପଥପାଠ ଓ ପଥପ୍ରାନ୍ତ ନାଟକ ପରିବେଷଣ କରି ଲୋକଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳିଛି । ଯକ୍ଷ୍ମା ହାରିବ ଦେଶ ଜିତିବ ଏହି ସ୍ଲୋଗାନ୍ ଦେଇ ବୁଡ଼ାଗୁଡ଼ା ଗ୍ରାମର ବୁଡ଼ାଗୁଡ଼ା,ଅଲଣ୍ଡା,କଦଳୀଚୁଆଁ, ଗୁରୁତୁଲି ଏବଂ ଅନେକ ସ୍ଥାନରେ କଲ୍ୟାଣସିଂହପୁର ଗୋଷ୍ଟି ସ୍ବାସ୍ଥ୍ୟ ଅଧିକାରୀ ମୀନା କୁମାରୀ ସାମଲଙ୍କ ନେତୃତ୍ୱରେ ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ସହଯୋଗରେ ଗ୍ରାମବାସୀଙ୍କ ଉପସ୍ଥିତରେ ରାଲି ହେବାସହ ଲୋକଙ୍କୁ ସଚେତନ କରାଯାଇଛି । ଶନିବାର ଦିନ ସରକାରୀ ଉଚ୍ଚ ବିଦ୍ୟାଳୟ ବୁଡ଼ାଗୁଡ଼ା ଠାରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଯକ୍ଷ୍ମା ସମନ୍ଧିୟ ପ୍ରତିଯୋଗିତା ହେବା ସହ ସିଏଚଓ ମୀନା କୁମାରୀ ସାମଲ ଛାତ୍ରଛାତ୍ରୀ ମାନଙ୍କୁ ଏଇ ରୋଗ ବିଷୟରେ ପ୍ରାଞ୍ଜଳ ଭାବେ ବୁଝେଇ ଥିଲେ। ରବିବାର ଦିନ କଦଳୀଚୂଆଁ  ଗ୍ରାମରେ ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କ ଦ୍ଵାରା ଏକ ପଥପ୍ରାନ୍ତ ନାଟକ ପରିବେଷଣ ହୋଇଥିଲା. ଏଥିରେ ଆଶା ଦିଦିଙ୍କ ମଧ୍ୟରେ ହେମ ଗାଣ୍ଟା, ଏନ୍ କ୍ରିଷ୍ଣା ବେଣୀ ସାଦେମଣି ହିଆଲ୍, ସାରାକା ବାଙ୍ଗାରି, ଆକାମା ହିକକା,ପଙ୍କଜିନି ଗୌଡ଼,ଏମ୍ ସାଇରେନ୍ଦ୍ରି ଓ ଅଙ୍ଗନବାଡ଼ି କର୍ମୀ ବାସନ୍ତୀ କନ୍ଧପାଣି ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଜନ ସଚେତନ ପାଇଁ ହେଉଥିବା ଏହି କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ ଓ ବୁଦ୍ଧିଜୀବୀ ବେଶ୍ ପ୍ରଶଂସା ବ୍ୟକ୍ତ କରିଛନ୍ତି।    ( ରିପୋର୍ଟ- ପ୍ରଶାନ୍ତ କୁମାର ନାହାକ ) 
                             

Recent Comments

Leave Comments

Top