ମୁନିଗୁଡ଼ା/୨୩ /୮ /୨୦୨୪/ (ଆଧାର ମିଡ଼ିଆ//ରିପୋର୍ଟ-ସଞ୍ଜୟ ନାଗ )ରାୟଗଡା ଜିଲ୍ଲା ମୁନିଗୁଡା ବ୍ଳକ ସ୍ଥିତ ମୁନିଗୁଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆନୁକୁଲ୍ୟରେ ସ୍ଥାନୀୟ ମୁନିଗୁଡା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଆଶିଷ କୁମାର ପଣ୍ଡାଙ୍କ ତତ୍ତ୍ଵାବଧାନରେ ଏଡ୍ସ ସଂକ୍ରାନ୍ତୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏ ସଂକ୍ରାନ୍ତୀୟ ସଚେତନତା କାର୍ଯ୍ୟକ୍ରମ ସହିତ ଏସ ଟି ଆଇ ସଂକ୍ରମଣ ବିଷୟରେ ଆଇ ସି ଟି ସି କାଉନସିଲର ଅଜୟ କୁମାର ପରିଡ଼ା ଓ ସଚେତକ ଗୌରାଙ୍ଗ ଚରଣ ବାରିକ ,ଟି ଭି ସୁଫରଵାଇଜର ଆଲୋକ ପଣ୍ଡା ଏବଂ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଇଥିଲେ । ଉଚ୍ଚମାଧ୍ୟମିକ ବିଦ୍ୟାଳୟର କ୍ରୀଡା ଅଧ୍ୟାପକ ଚତୁର୍ଭୁଜ ବନଛୋର୍, ଭାରପ୍ରାପ୍ତ ଅଧ୍ୟକ୍ଷ ରମ୍ୟରଞ୍ଜନ ମିଶ୍ର ଓ ଅର୍ଜୁନ ପଣ୍ଡା କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ । ଅନ୍ୟାନ୍ୟ କର୍ମକର୍ତ୍ତା କୁମରବର ସୁତାର ତଥା ମିତା ଗୋଇ କାର୍ଯ୍ୟକ୍ରମର ସୁପରିଚାଳନାରେ ସହାୟତା କରିଥିଲେ । ଏଡ୍ସ ବ୍ୟାପିବାର କାରଣ ଓ ତାହାର ପ୍ରତିକାର ବିଷୟରେ ଆଇ ସି ଟି ସି ଟେକ୍ନିସିଆନ ଗୌରାଙ୍ଗ ଚରଣ ବାରିକ ସନ୍ତୋଷ ପାଢ଼ୀ , ଯୁବ ସାମ୍ବାଦିକ ପ୍ରସାଦ ସାହୁକାର, ସାମ୍ବାଦିକ ସଞ୍ଜୟ କୁମାର ନାଗ,କ୍ଷମା ସାଗର ଦାସ,ଲାଡି ଶଙ୍କର ରାଓ, ଏଡ୍ସ ସଚେତନତା କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ। ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ମାନଙ୍କ ଦ୍ଵାରା ସୁଦୀର୍ଘ ବ୍ୟକ୍ତବ୍ୟ ରଖିବା ସହିତ ସମାଜ ତଥା ନିଜକୁ କିପରି ଏଡ୍ସ ମହାମାରୀ ରୁ ଦୁରାଇ ରଖିବେ ସେ ବିଷୟରେ ସଚେତନ କରାଇଥିଲେ । ତାସହିତ ଏଡ୍ସ ରୋଗୀ ସମ୍ମୁଖୀନ ହେଉଥିବା ବିଭିନ୍ନ ସାମାଜିକ ଦୁର୍ବ୍ୟବହାର ବିଷୟରେ ମଧ୍ୟ ଜଣାଇଥିଲେ । ସମୟ ଥାଉଣୁ ସତର୍କ ହେଲା ଜୀବନ ସୁଖମୟ ହୋଇପାରିବ ବୋଲି ପ୍ରାଞ୍ଜଳ ଭାବେ ବୁଝାଇଥିଲେ । କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପକ ରଘୁନାଥ ରେଡି ଧନ୍ୟବାଦ ଜ୍ଞାପନ କରି କାର୍ଯ୍ୟକ୍ରମର ବିରତି ଘୋଷଣା କରିଥିଲେ ।
Recent Comments