ଅମ୍ବାଭୋନା /୨୧।୦୮/୨୦୨୪/(ଆଧାର ମିଡ଼ିଆ) ଅମ୍ବାଭୋନାବ୍ଳକ ଅନ୍ତର୍ଗତ ଭୁକ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ମୁଖ୍ୟ ଡାକ୍ତର ଟେମରାମ ଦେହେରିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଲଖନପୁର ଠାରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ ହୋଇଥିଲା ।ଲଖନପୁର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭୁକ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଟେମରାମ ଦେହେରି,ଡାକ୍ତର ରୁପେଶ ପ୍ରଧାନ,ଡା.ଚିରନ୍ତନ ପ୍ରଧାନ,ଡାକ୍ତର କମଳ ପ୍ରସାଦ ମଲ୍ଲିକ ଓ ଲଖନପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଦୁର୍ଗାପ୍ରସାଦ ଦାଶ ଯୋଗଦେଇ ଉପସ୍ଥିତ ରୋଗୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ।କାର୍ଯ୍ୟକ୍ରମରେ ଅଣସଂକ୍ରାମକ ରୋଗୀ,ମେଲେରିଆ ରୋଗୀ, ଚକ୍ଷୁ, ମାନସିକ ରୋଗୀ ଙ୍କ ସମେତ ୮୫ ଜଣ ରୋଗୀ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ଦିଆଯାଇଥିଲା ।କାର୍ଯ୍ୟକ୍ରମ ରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ସରିତା ଭୋଇ ରକ୍ତ ତଥା ଅନ୍ୟାନ୍ୟ ପରୀକ୍ଷା କରିଥିଲେ ।କାର୍ଯ୍ୟକ୍ରମ ରେ ସ୍ଥାନୀୟ ଆଶା କର୍ମୀ ମନ୍ଦୋଦରୀ ସେଠ, ପ୍ରେମିଶିଲା ଗୌଡ଼, ବିଷ୍ନୁପ୍ରିୟା ଦାଶ, ଉଲ୍ଲାସ ପାଣ୍ଡେ. ଚକ୍ଷୁ ସହାୟକ ଦେବାଶିଷ ମେହେର ବିପିଏମ ମନୋରଞ୍ଜନ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ସ୍ଥାନୀୟ ଫାର୍ମାସିଷ୍ଟ ଶ୍ରୀ ରୋହିତ କୁମାର ସାହୁ ।ଏହି କାର୍ଯ୍ୟକ୍ରମକୁ ସ୍ୱାସ୍ଥ୍ୟ ସୁପରଭାଇଜର ଗୋବିନ୍ଦ ପଧାନ ଦିଗଦର୍ଶନ ଦେଇଥିଲେ ।
Recent Comments