logo
add image
ମୁନିଗୁଡାରେ ଭୟାଭୟ ସ୍ୱାସ୍ଥ୍ୟ ଅବସ୍ଥା!-ପ୍ରଶାସନିକ ଅବହେଳା ପାଇଁ ବଳିପଡୁଛି ସାଧାରଣ ଜୀବନ Iବିଧାନସଭାରେ ଉଠିବ ମୁନିଗୁଡା ସମସ୍ୟା, ବିଷମକଟକ ବିଧାୟକ I

ମୁନିଗୁଡାରେ ଭୟାଭୟ ସ୍ୱାସ୍ଥ୍ୟ ଅବସ୍ଥା!-ପ୍ରଶାସନିକ ଅବହେଳା ପାଇଁ ବଳିପଡୁଛି ସାଧାରଣ ଜୀବନ Iବିଧାନସଭାରେ ଉଠିବ ମୁନିଗୁଡା ସମସ୍ୟା, ବିଷମକଟକ ବିଧାୟକ I

ମୁନିଗୁଡା/୧୯/୮/୨୦୨୪/(ଆଧାର ମିଡ଼ିଆ/ରିପୋର୍ଟ- କାଷିନାଥପାଳ) ପ୍ରଶାସନିକ ଅବହେଳା, ଦୂରଦୃଷ୍ଟି ତଥା ଆନ୍ତରିକତାର ଅଭାବ ବିପର୍ଯ୍ୟସ୍ତ ପରିମଳ ଓ ଡ୍ରେନେଜ ବ୍ୟବସ୍ଥା, ଯୋଗୁଁ ମୁନିଗୁଡା ଅଞ୍ଚଳରେ ମ୍ୟାଲେରିଆ ଓ ଡେଙ୍ଗୁ ବ୍ୟାପିବା ମୁଖ୍ୟ କାରଣ ହୋଇଥିବା ଅଞ୍ଚଳ ବାସି ଅଭିଯୋଗ କରୁଥିବା ମଧ୍ୟରେ ଚାଷ ଜମିରେ ଜନବସତି, ସଂକୁଚିତ ଓ ଦୂଷିତ ସକଟା କେନାଲର ଜଳ ମୁନିଗୁଡା ଅଞ୍ଚଳ ପାଇଁ ନୂତନ ଭାବେ ସ୍କ୍ରଵ ଟାଇଫସ ରୋଗ ବ୍ୟାପିବାର କାରଣ ହୋଇଥିବା ମଧ୍ୟ ଚର୍ଚ୍ଚା ହେଉଛି I ଡେଙ୍ଗୁ ଓ ମ୍ୟାଲେରିଆ ଜନିତ ରୋଗ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚି଼ହ୍ନଟ ହୋଇ ଯାଉଥିବା ବେଳେ ସ୍କ୍ରଵ ଟାଇଫସ ରୋଗ ଚି଼ହ୍ନଟ ସମ୍ଭବପର ହୋଇ ପାରୁନାହିଁ I ଏଥିରେ ପୀଡିତ ହେଉଥିବା ରୋଗୀମାନେ ଅନ୍ୟତ୍ର ଚିକିତ୍ସିତ ହେଉଥିବା ହେତୁ ମୃତ୍ୟୁ କିମ୍ବା ଚିକିତ୍ସିତ ରିପୋର୍ଟ ଜିଲ୍ଲା କିମ୍ବା ରାଜ୍ୟ ସ୍ତରରେ ପ୍ରକାଶ ପାଉ ନଥିବା ହେତୁ ସ୍ୱାସ୍ଥ୍ୟ ବିଭାଗ ଏଥି ପ୍ରତି ଗମ୍ଭୀର ନଥିବା ଅଭିଯୋଗ ହେଉଛି I
ନିକଟରେ ମୁନିଗୁଡା ସ୍ଥିତ ପାଇକ ସାହି ଏକ ପରିବାରର ଚାରିଜଣ ସ୍କ୍ରଵ ଟାଇଫସରେ ପୀଡିତଥିବା ଦୃଷ୍ଟି  ହୋଇଥିଲା. କ୍ରମଶଃ ସେଥିରୁ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଛୋଟଶିଶୁ ଏହି ରୋଗରେ ଚିକିତ୍ସାଧିନ ଥିବା ପରିବାର ପକ୍ଷରୁ ଜଣାପଡିଛି I ସ୍ଥିତିର ଗମ୍ଭୀରତା ଦୃଷ୍ଟିରୁ ବିଧାୟକ ନୀଳମାଧବ ହିକକା ଅଞ୍ଚଳ ପରିଦର୍ଶନ କରିବା ସହ ସନ୍ତପ୍ତ ପରିବାରକୁ ଭେଟିଥିଲେ I ଏହାର ସ୍ଥାୟୀ ସମାଧାନ ପାଇଁ ବିଧାୟକ ନୂତନ ଜିଲ୍ଲାପାଳ ପାରୁଲ ପଟୱାରୀଙ୍କୁ ୧୬/୦୮/୨୦୨୪/ରେ ପତ୍ର ଯୋଗେ ନିବେଦନ କରିଥିଲେ I ଯାହା ପରେ ଜିଲ୍ଲାପାଳଙ୍କ ନିର୍ଦେଶରେ ଏକ ଡାକ୍ତରୀ ଦଳ ଅଞ୍ଚଳ ପରିଦର୍ଶନ କରିଥିଲେ I  ଉକ୍ତ ଅଞ୍ଚଳ ବିଶେଷରୁ ବାଲାଜୀ ବେହରା (୬୦ ), ବାସନ୍ତୀ ବେହରା(୬୦ ),ଅଞ୍ଜନା ବେହେରା(୪୨ ), ଶଶୀରେଖା ବେହେରା(୫୦ ),ଶୁଭଶ୍ରୀ ବେହେରା (୫୦ ) ,ପ୍ରତିମା ବେହେରା(୫୦ ) ସ୍କ୍ରଵ ଟାଇଫସ ରେ ପୀଡିତ ଥିବା ବିଷୟ ସାମ୍ନାକୁ ଆସିବା ପରେ  ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି I ଯାହା  ସ୍ଥାନୀୟ ପ୍ରଶାସନର କାର୍ଯ୍ୟଶୈଳୀ ଉପରେ ମଧ୍ୟ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି .
ପୀଡିତ ପରିବାର ସହ ଅନେକ ଜନବସତି ଚାଷ ଜମିରେ ଘର ତୋଳି ରହିଛନ୍ତି I ଉକ୍ତଜମି ବିକ୍ରି କରିଥିବା ବ୍ୟକ୍ତି ବିଶେଷ ପ୍ଲଟପାଇଁ ଆବଶ୍ୟକ ରାସ୍ତା, ଡ୍ରେନେଜ ବ୍ୟବସ୍ଥା କିଛି କରି ନଥିବା ହେତୁ ବର୍ଷ ତମାମ ଦୂଷିତପାଣି ଜମିରହୁଛି I ପ୍ରତିବର୍ଷ ବର୍ଷା ଋତୁର ଆଗମନରେ ବର୍ଷାଜଳ ଏହି ଦୂଷିତ ଜଳସହ ମିଶି ତାର କରାଳ ରୂପ ଦେଖାଉଛି I ବସ୍ତି ମଧ୍ୟଦେଇ ପ୍ରବାହିତ ହେଉଥିବା ସକଟା କେନାଲର ଦୂଷିତଜଳ ମଧ୍ୟ ଏହାର ପ୍ରଧାନ କାରଣ ହୋଇଥିବା ସାଧାରଣରେ ଅଭିଯୋଗ ହୋଇଛି I ଏଥି ପୂର୍ବରୁ ଗତବର୍ଷ ସୁଦର୍ଶନ ସାହୁ (29), ନମ୍ରତା ବେହେରା(14 ) ଏହି ଭାୟାବହ ରୋଗର ଶିକାର ହୋଇ ଚିକିତ୍ସିତ ହୋଇଥିବା ସୂଚନା ରହିଛି I ମୁନିଗୁଡା ସ୍ଥିତ ଟିକରପଡାରେ ମଧ୍ୟ ଡେଙ୍ଗୁ ଓ ମ୍ୟାଲେରିଆ ଜନିତ ସ୍ଥିତ ସମାନ I କିଛି ଦିନ ପୂର୍ବେ ଡ଼ିମିରିଗୁଡା ଠାରେ ମଧ୍ୟ କିଛି ଲୋକ ଆମ୍ବୁଲାନ୍ସ ଅଭାବରୁ ଚିକିତ୍ସା ପାଇଁ ବିଳମ୍ବ ହୋଇ ପ୍ରାଣ ହରାଇଥିବା ଅଭିଯୋଗ ହୋଇଥିଲା I ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକୀୟ ଡାକ୍ତର, ବିଶେଷଜ୍ଞଙ୍କ ଅଭାବ ଏବଂ ଅନ୍ୟ କାରଣ ଗୁଡିକ ଯୋଗୁଁ ଏଠାରେ ସ୍ୱାସ୍ଥ୍ୟ ଅବସ୍ଥା ବିପର୍ଯ୍ୟସ୍ତ ଥିବା ବ୍ଲକ କଂଗ୍ରେସ ସଭାପତି ନୀଳାମ୍ବର ବିଭାର ପ୍ରକାଶ କରିଛନ୍ତି I
ତେବେ ମୁନିଗୁଡା ଅଞ୍ଚଳର ସ୍ୱାସ୍ଥ୍ୟଗତ ସମସ୍ୟାର ସ୍ଥାୟୀ ପ୍ରତିକାର ପାଇଁ ବିଧାନସଭାରେ ଦାବି ଉପସ୍ଥାପନ କରିବେ ବୋଲି ବିଷମକଟକ ବିଧାୟକ ନୀଳମାଧବ ହିକକା ସ୍ପଷ୍ଟ କରିଛନ୍ତି I ଏଥି ସହ ସ୍କ୍ରଵ ଟାଇଫସ ଭଳି ରୋଗରେ ଲୋକେ ପ୍ରାଣ ହରାଇବା ପରେ ମଧ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନିରବ ଥିବା ଦୁର୍ଭାଗ୍ୟ ଜନକ ବୋଲି ସେ ପ୍ରକାଶ କରିଛନ୍ତି I ସମସ୍ୟାରର ଗମ୍ଭୀରତା ଦୃଷ୍ଟିରୁ ସେ ଏଠାକୁ ଗସ୍ତକରନ୍ତୁ ବୋଲି ଶ୍ରୀ ହିକକା ପ୍ରକାଶ କରିଛନ୍ତି I ଏହି ସବୁ ମଧ୍ୟରେ ଚାଷ ଜମି ରେ ଜନବସତି ପାଇଁ ପ୍ଲଟ ବିକ୍ରି ଅନୁମତି କିଏ ଓ କିଭଳି ଦେଲେ, ପ୍ରତି ବର୍ଷ ବର୍ଷା ଋତୁରେ ଏଠାରେ କାହିଁକି ସ୍ୱାସ୍ଥ୍ୟ ଶିବିର ଖୋଲା ଯାଉନି, ଲୋକଙ୍କୁ କାହିଁକ ସଚେତନ କରାଯାଉନି, ଏ ସଂକ୍ରାନ୍ତ ରେ ସମସ୍ତ ବିଭାଗୀୟ ଅଧିକାରୀଙ୍କ ଏକ ସମୀକ୍ଷା ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ମୁନିଗୁଡା ବିକାଶ ପରିଷଦର ସମ୍ପାଦକ ମାନସରଞ୍ଜନ ବେହେରା ଦାବି କରିଛନ୍ତି I

 

Recent Comments

Leave Comments

Top