logo
add image
 ସ୍ୱଚ୍ଛତା ହିଁ ସେବା ଅଭିଯାନ ଅନୁଷ୍ଟିତ-ଯୋଗଦେଲେ ମହିଳା ସ୍ୱାସ୍ଥ୍ୟ କର୍ମୀ ଅଙ୍ଗନୱାଡ଼ି ଆଶା ଓ ଗ୍ରାମବାସୀ

ସ୍ୱଚ୍ଛତା ହିଁ ସେବା ଅଭିଯାନ ଅନୁଷ୍ଟିତ-ଯୋଗଦେଲେ ମହିଳା ସ୍ୱାସ୍ଥ୍ୟ କର୍ମୀ ଅଙ୍ଗନୱାଡ଼ି ଆଶା ଓ ଗ୍ରାମବାସୀ

ସୁବର୍ଣପୁର/ 09/04/2022/ (ନ୍ୟୁଜ-ଆଧାର ଓଡିଶା ) ଆଜି ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକ  ଅନ୍ତର୍ଗତ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ମୁଣ୍ଡୋଘାଟ ଆନୁକୁଲ୍ୟରେ ଏକ ସ୍ୱଚ୍ଛତା ଓ ସଚେତନତା ବାର୍ତ୍ତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଦିନକୁ ଦିନ ସରକାର ସ୍ବଚ୍ଛ ଭାରତ ମିଶନ ଜରିଆରେ କିପରି ଭାବରେ ଶୁଦ୍ଧ ପାନୀୟ ଓ ବାୟୁ  ଓ ପରିବେଶକୁ ସଫା ରଖି ଲୋକମାନେ ରୋଗରୁ ମୁକ୍ତି ହୋଇ ପାରିବେ ସେ ଦିଗରେ ସଚେତନତା ଏକ ବଡ ଆହ୍ଵାନ ବୋଲି ବୁଦ୍ଧିଜୀବୀ ତଥା ପ୍ରଶାସନ ତରଫରୁ ବାରମ୍ବାର ଚେଷ୍ଟା ହୋଈ ଆସୁଛି । ଏହି କାର୍ଯ୍ୟକ୍ରମରେ ମୁଣ୍ଡୋ ଘାଟର ନବନିଯୁକ୍ତ ସରପଞ୍ଚ କିଶନ ଜଗଦଲା ଉପସ୍ଥିତ ରହି ନିଜେ ଝାଡୁ ଧରି ଗ୍ରାମ ପଂଚାୟତ ପରିସରକୁ ସଫାକରି ଉପସ୍ଥିତ ସ୍ୱାସ୍ଥ୍ୟକର୍ମୀ ତଥା ଲୋକଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ମୁଣ୍ଡଘାଟର ସ୍ୱାସ୍ଥ୍ୟ ଉପକେନ୍ଦ୍ରର ସ୍ୱାସ୍ଥ୍ୟ କର୍ମୀ ବ୍ରଜେଶ୍ୱରି ତ୍ରିପାଠୀ, ସ୍ୱାସ୍ଥ୍ୟ ପ୍ରଦର୍ଶକ ପଞ୍ଚାନନ ହୋତା  ପଂଚାୟତର ଅଙ୍ଗନୱାଡ଼ି ଦିଦି ,ଆଶା ତଥା  ପଂଚାୟତର ଗ୍ରାମବାସୀ ଉପସ୍ଥିତି ରହି ବୈଠକରେ ଅଂଶଗ୍ରହଣ ସହିତ ସଚେତନତା ରେଲୀରେ ଭାଗ ନେଇଥିଲେ ।   ( ରିପୋର୍ଟ-ଯୁଧିଷ୍ଠିର ସାହୁ )
      

Recent Comments

Leave Comments

Top