logo
add image
ଅସହାୟ ଇସନକୁ ସହାୟତା କରିବାକୁ ଆଗେଇ ଆସିଲେ ସେଚ୍ଛାସେବୀ

ଅସହାୟ ଇସନକୁ ସହାୟତା କରିବାକୁ ଆଗେଇ ଆସିଲେ ସେଚ୍ଛାସେବୀ

ସୁବର୍ଣ୍ଣପୁର/08/04/2022/( ନ୍ୟୁଜ-ଆଧାର ଓଡିଶା)  ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଗଣ୍ଡା ବହାଲ ଗ୍ରାମର ଦିବ୍ୟ ଜଗଦଲାଙ୍କ ପୁଅ ଇସନ୍ ( ୩) ବର୍ଷଙ୍କ ପେଟର ନାଭି ଟି ଫୁଲିଯାଉଛି .ରକ୍ତ ପଡ଼ୁଚି ତାହାର ଚିକିତ୍ସା ସକାଶେ ଆଜି ସୁବର୍ଣ୍ଣପୁର ଜିଲ୍ଲାର ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିଲେ।ହେଲେ ଡାକ୍ତର ତାଙ୍କୁ ଆବଶ୍ୟକୀୟ ଚିକିତ୍ସା ଯୋଗାଇଦେଇ ସାତଦିନ ଅବଜରଭେସନରେ ରଖିଛନ୍ତି।ଏକଥା ଜାଣିବାପରେ ପଶ୍ଚିମ ଓଡିଶା ୟୁବ ମଞ୍ଚର ବରିଷ୍ଟ କର୍ମକର୍ତ୍ତା ମନୋଜ ପଣ୍ଡା ,ରଶ୍ମି ରଂଜନ ବାବୁ , ଦେବଦତ୍ତ ପ୍ରଧାନ ପ୍ରମୁଖ ଆଜି ସୁବର୍ଣ୍ଣପୁର ଜିଲ୍ଲାର ମୂଖ୍ୟ  ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ ପରାମର୍ଶ ନେଇ ଆଗକୁ ଇସନ କିପରି ଭଲଭାଗେ ଚିକିତ୍ସା ପାଇପାରିବ ସେ ବିଷୟରେ ଆଲୋଚନା କରିଥିଲେ. ଯଦି ଆବଶ୍ୟକ ପଡେ  ତାହେଲେ ତାକୁ କଟକର ଶିଶୁଭବନରେ ଭର୍ତ୍ତିକରି ଅସ୍ତ୍ରୋପଚାର କରାଇବା ଉପରେ ଯାହା ସୁବିଧା  ସରକାରୀ ଭାବେ କରାଯାଇ ପାରିବ ସେ ବିଷୟରେ ପ୍ରତିଶ୍ରୁତି ପାଇ ଥିବାର ଇସନର ବାପା କହିଛନ୍ତି । ଯଦି ଦରକାରପଡେ ଆଗକୁ ଇସନର ସମସ୍ତ ଚିକିତ୍ସା ଖର୍ଚ୍ଚ ସେମାନେ ଯୋଗାଇଦେବେ ବୋଲି ଯୁବାମଞ୍ଚର କର୍ମକର୍ତ୍ତା ସୂଚନା ଦେଇଛନ୍ତି।            (ରିପୋର୍ଟ-ଯୁଧିଷ୍ଠିର ସାହୁ )

Recent Comments

Leave Comments

Top