ଗୁଣୁପୁର/୪/୮/୨୪/(ଆଧାର ମିଡ଼ିଆ) ଆଜି ସ୍ଥାନୀୟ ଟାଉନ ହଲରେ ଜାତୀୟ ଥାଲାସେମିଆ ଫୋରମ୍ ଓ ଯୋଗାଣ ବିଭାଗ ଗୁଣୁପୁର ପକ୍ଷରୁ ଏକ ସ୍ଵେଚ୍ଛାକୃତ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦୦ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ଗୁଣୁପୁର ପୌର ପରିଷଦର ଅଧ୍ୟକ୍ଷା ମମତା ଗୌଡ ଯୋଗଦେଇ ଶିବିରର ଉଦଘାଟନ କରିଥିଲେ। ସମ୍ମାନୀୟ ଅତିଥି ଭାବେ ଗୁଣୁପୁର ପଞ୍ଚାୟତ ସମିତିର ଅଧ୍ୟକ୍ଷା ଝିଲି ଶବର,ପୌର ପରିଷଦ ଉପାଧ୍ୟକ୍ଷ ଶିବପ୍ରସାଦ ଗୌଡ.ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ସୁଦର୍ଶନ ଶବର, ଗୋଷ୍ଠି ଉନ୍ନୟନ ଅଧିକାରୀ ଶୁଭ୍ରାଂଜଳି ପ୍ରଧାନ, ରେଡ କ୍ରସ ନିର୍ଦ୍ଦେଶକ ଚନ୍ଦ୍ରିକା ପ୍ରସାଦ ଦାସ, ଜାତୀୟ ଥାଲାସେମିଆ ଫୋରମ୍ ର ସଭାପତି ପତିତ ପାବନ ସାହାଣୀ ପ୍ରମୁଖ ମଞ୍ଚାସିନ ରହି ଏହିଭଳି ସେବା କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିବା ସହ ଆୟୋଜକ ଓ ରକ୍ତଦାତଙ୍କୁ ସାଧୁବାଦ ଜଣାଇଥିଲେ।
ଏହି ଶିବିରରେ କଟକ ରେଡକ୍ରସ ସୋସାଇଟି ଡାକ୍ତର ଚନ୍ଦ୍ରିକା ପ୍ରସାଦ ଦାସ ଏବଂ ଗୁଣୁପୁର ରକ୍ତ ଭଣ୍ଡାରର ଡାକ୍ତର ସୁଜାତା ଦେବୀଙ୍କ ନେତୃତରେ ରକ୍ତ ସଂଗ୍ରହ କରାଯାଇଥିଲା ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟର ଉପ ସଭପତି ଡ ଚନ୍ଦ୍ରଧ୍ଵଜ ପଣ୍ଡା, ରେଜିଷ୍ଟ୍ରାର ଡ ଏନ ଭି ଜେ ରାଓ,ଯୋଗାଣ ଅଧିକାରୀ ଦେବବ୍ରତ ମହାପାତ୍ର, ଯୋଗାଣ ନିରୀକ୍ଷକ ରିତା ବେହେରା, ସୁପ୍ରୀୟ ସମ୍ବିତ, ନିର୍ମଳା ଘୋଷ, ନିବେଦିତା, ପ୍ରଭାକର ମଲ୍ଲିକ, ସିପ୍ରା ସାମଲ, ମାନସ ଜେନା, ଦେବୋଦତ୍ତ ଲେଙ୍କା ପ୍ରଦୀପ ନାଲା, ଉପଖଣ୍ଡ ସୁଚନା ଲୋକ ଓ ଲୋକ ସମ୍ପର୍କ ଅଧିକାରୀ ଧନୁଞ୍ଜୟ ବେହେରା, ଅନନ୍ତ ପାତ୍ର ପ୍ରମୁଖ ଉପସ୍ଥିତ ରହି ରକ୍ତ ଦାତଙ୍କୁ ଉତ୍ସାହିତ କରିଥିଲେ। ଏହି ଶିବିରରେ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ, ଭାରତୀୟ ସଂରକ୍ଷିତ ବାହିନୀ, ମିଲିର ସଂଘ୍, ଦିବ୍ୟ ଦର୍ଶନ ସଙ୍ଗ ଉପଜିଲ୍ଲାପାଳ କାର୍ଯ୍ୟାଳୟ କର୍ମଚାରୀ,ଯୋଗାଣ ବିଭାଗ କର୍ମଚାରୀ ସମେତ ସହର ବହୁ ଜନସାଧାରଣ ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଥଲାସେମିୟା ଫର୍ମର ସମ୍ପାଦକ ନାରାୟଣ ଜେନା, ଶିବ ମହାପାତ୍ର, ସୁରୁତି ରାଣୀ ପାତ୍ର, ରୋଜି ନାୟକ, ଅବିନାଶ ଦାସ, ଉପଖଣ୍ଡ ଚିକିତ୍ସାଳୟ କର୍ମଚାରୀ, ଯୋଗାଣ ବିଭାଗ କର୍ମଚାରୀ ଉପସ୍ଥିତ ରିହି ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ ।
Recent Comments