logo
add image
ଅଭିଜିତ ସୃତି ଦେୟମୁକ୍ତ ଚିକିତ୍ସାଳୟ ଶିବିରରେ ଚିକିତ୍ସା ପାଇଲେ ୧୧୦ ମହିଳା

ଅଭିଜିତ ସୃତି ଦେୟମୁକ୍ତ ଚିକିତ୍ସାଳୟ ଶିବିରରେ ଚିକିତ୍ସା ପାଇଲେ ୧୧୦ ମହିଳା

ବିନିକା/୨୭/୭/୨୦୨୪/(ଆଧାର ମିଡ଼ିଆ)-ଆଜି ଦିନ୧୦ ଘଣ୍ଟା ସମୟରେ ବିନିକା ସହର ନୂଆଁବଜାର ସ୍ଥିତ ରାଜ୍ୟସ୍ତରିୟ ଅଭିଜିତ ପୂଜାହାରୀସୃତି କମିଟି ଟ୍ରଷ୍ଟ୍ର କାର୍ଯ୍ୟାଳୟ ପରିସରରେ ଟ୍ରଷ୍ଟପକ୍ଷରୁ ମାସ ଚତୁର୍ଥ ଶନିବାର ଦିନ ଏକ ମାଗଣା  ଚିକିତ୍ସା  ଶିବିର ଅନୁଷ୍ଟିତ ହୋଇଯାଇଛି.ଏହି ଅବସରରେ
ବୁଲ୍ଲା ଭିମସାର ପ୍ରସୂତି ଓ ସ୍ତ୍ରୀ ବିଭାଗ ପ୍ରଫେସର ଡ଼ା ବେଣୁଧର ପାଣ୍ଡେ ଯୋଗଦେଇ ବିନିକା- ୫୫ଜଣ ଓ ତାଙ୍କ ଜନ୍ମମାଟି ସଂସାମୁରା ଗ୍ରାମରେ ୩୦ଜଣ ଓ ସୋନପୁର ୨୫ ଜଣ ମୋଟ ୧୧୦ ଜଣ ମହିଳାଙ୍କୁ ମାଗଣା ଚିକିତ୍ସା ସେବା ଯୋଗୋଇ ଦେଇଥିଲେ.
ଶିବିର ଆରମ୍ଭରୁ ଅଭିଜିତ ସ୍ମୃତି ଦେୟମୁକ୍ତ ଚିକିତ୍ସାଳୟରେ ଯୁବ ଅଭିନେତା ,କଳାକାର,ସଂଙ୍ଗୀତଜ୍ଞ ତଥା ବିନିକା ମାଟିର ସୁଯୋଗ୍ୟ ସନ୍ତାନ ସ୍ବର୍ଗତ ଅଭିଜିତ ପୂଜାହାରୀଙ୍କ ଫଟୋଚିତ୍ରରେ ପ୍ରଫେସର ଡ଼ା. ପାଣ୍ଡେଙ୍କ ସହ ଅନ୍ୟମାନେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଅମର ଆତ୍ମାର ସଦଗତି ପାଇଁ ଭଗବାନଙ୍କଠାରେ ପ୍ରର୍ଥନା କରିଥିଲେ. ଦିର୍ଘବର୍ଷ ହେବ ପ୍ରତ୍ୟକମାସ  ଚତୁର୍ଥ ଶନିବାର ଦିନ ଠିକ ସମୟରେ ସୁଦୁର ବୁଲ୍ଲା ଭିମସାରରୁ ପ୍ରସୂତି  ଓ ସ୍ତ୍ରୀ ବିଭାଗ  ପ୍ରଫେସର ଡ଼ା. ପାଣ୍ଡେ ବିନିକା ନିଜଜନ୍ମ ମାଟିକୁ ଛୁଟି ଆସି ମାଗଣାରେ ମହିଳା ମାନଙ୍କୁ ଚିକିତ୍ସା ସେବା ଯୋଗାଇ ଆସୁଥିବାରୁ ବିନିକା ଅଞ୍ଚଳର ଶହଶହ ମହିଲା ଉପକୃତ ହେଉଛନ୍ତି.
ଏହି ପ୍ରେରଣା ମାର ବାପାର ଥିବା ସହ ସ୍ମୃତି କମିଟି ସହଯୋଗେରେ ସେବା କାର୍ଯ୍ୟ ଚାଲିଥିବା ଡ଼ା ପାଣ୍ଡେ ପ୍ରକାଶ କରିଛନ୍ତି. ଆଗକୁ କିଛି ସମାଜ ସେବି ଇଚ୍ଛା ପ୍ରକାଶ କରି ସହଯୋଗ କଲେ ସୋନପୁର ସହରରେ ମଧ୍ୟ ମହିଳା ମାନଙ୍କୁ ମାଗଣା ସେବା ଯୋଗାଇ ଦେବାକୁ ଇଚ୍ଛା ପ୍ରକାଶ କରିଥିବା ଡ଼ା ପାଣ୍ଡେ କହିଛନ୍ତି ଏହି କାର୍ଯ୍ୟକ୍ରମରେ ଏଲଟି ଅନନ୍ତରାମ ଷାଣ୍ଢ, କମିଟି ଲିଗାଲ ଏଡ଼ଭାଇଜର ଓକିଳ ବୃନ୍ଦାବନ ମିଶ୍ର,ଉପଦେଷ୍ଟା  ଗଜିନ୍ଦ୍ର ମିଶ୍ର  ,ସୋମିତ୍ରୀ ପତି,  ଟ୍ରଷ୍ଟି ସଭାପତି ଅର୍ଚ୍ଚନା ପୂଜାହାରୀ , ସମ୍ପାଦକ ପ୍ରିୟରଞ୍ଜନ ହୋତା, ସଦସ୍ୟ,ଅଶୋକ ପାଣ୍ଡେ, କୈଳାସ ଗଣ୍ଡ, ଶେଷଦେବ ମଣ୍ଡଳ,ଭୂବନେଶ୍ବର ସାହୁ, ଉମେଷ ସେଠୀ,ଭରତ ଥନାପତି, ପ୍ରଶାନ୍ତ ,ସ୍ବର୍ଗତ ଅଭିଜିର ପୂଜାହାରୀ ଅଭାଗା ବାପା ଅକ୍ଷୟ ପୂଜାହାରୀ, ମାଁ ଗୀତାଞ୍ଜଳି ପୂଜାହାରୀଙ୍କ ସହ ଅଞ୍ଚଳର ମାନ୍ୟଗନ୍ୟ ବ୍ୟକ୍ତି ସହଯୋଗ କରିଥିଲେ .

Recent Comments

Leave Comments

Top