ରେଙ୍ଗାଲି / ୦୨/୦୭/୨୦୨୪/ (ଆଧାର ମିଡ଼ିଆ/ରିପୋର୍ଟ-ସୁନୀଲ କୁମାର ନାଥ)-ସମ୍ବଲପୁର ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀଙ୍କ ସମ୍ବନ୍ଧେ ରେଙ୍ଗାଲି ପ୍ରାଥମିକ ଚିକିତ୍ସାଳୟରେ ଗ୍ରାମବାସୀ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି l ଉକ୍ତ ଦାବିପତ୍ରରେ ରେଙ୍ଗାଲି ଏକ ଶିଳ୍ପାଞ୍ଚଳ ହୋଇଥିବାରୁ ଏବଂ ବ୍ୟସ୍ତବହୁଳ ବିଜୁ ଏକ୍ସ୍ସପ୍ରେସ ୱେ ରେଙ୍ଗାଲି ଦେଇ ଯାଇଥିବା ଯୋଗୁଁ ପ୍ରତଦିନ ଅନେକ ଛୋଟ ବଡ଼ ଦୁର୍ଘଟଣା ଘଟିଥାଏ ଏବଂ ସେହି ଜରୁରୀ କାଳୀନ ସମୟରେ ଆମ୍ବୁଲାନ୍ସ ର ଆବଶ୍ୟକ ପଡିଥାଏ l ପୂର୍ବରୁ ବିଜେଡି ସରକାର କାଳରେ ଏକ ଆମ୍ବୁଲାନ୍ସ ରେଙ୍ଗାଲି ପିଏଚସିକୁ ଲୋକାର୍ପଣ କରାଯାଇଥିଲା କିନ୍ତୁ ଗୋଟେ ସପ୍ତାହ ଭିତରେ ଏହି ଅଭୁଲାନ୍ସକୁ ଲଇଡା ସିଏଚସିକୁ ସ୍ଥାନାନ୍ତର କରିଦିଆଯାଇଥିଲା, ସେ ଦିନଠାରୁ ଆଜି ପର୍ଯ୍ୟନ୍ତ ରେଙ୍ଗାଲି ମେଡିକାଲକୁ ଆମ୍ବୁଲାନ୍ସ ଆସିନଥିବାରୁ ଅନେକ ଥର ଅଞ୍ଚଳର ସଚେତନ ନାଗରିକ ଦାବୀ କରିଆସିଛନ୍ତି l ଏହି ଦାବିପତ୍ର ସମାଜ ସେବି ଶ୍ରୀପତି ଷଣ୍ଡ, ବିରେଶ ଭୋଇ, ଡୋଲମଣୀ ଖମାରୀ, ଅଭିଷେଖ ବାରିକ ମୁଖ୍ୟ ପ୍ରଦାନ କରିଛନ୍ତି l ଏହି ଦାବୀ ପତ୍ରର ନକଳ ସମ୍ବଲପୁର ଜିଲ୍ଲାପାଳ ଏବଂ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ଅବଗତି ଏବଂ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରଦାନ କରାଯାଇଛି l
Recent Comments