ପୁରୀ/୦୨ /୦୭ /୨୦୨୪/( ଆଧାର ମିଡ଼ିଆ-ରିପୋର୍ଟ-ଦିବାକର ପ୍ରଧାନ).ପୁରୀ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସମନ୍ବିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନର ଶୁଭାରମ୍ଭ କରାଯାଇଛି | ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ କର୍ମଶାଳା ଓ ବୈଠକ ଅନୁଷ୍ଠିତ ହୋଇଯାଇଛି | ଏହି ଉପଲେକ୍ଷ ମୁଖ୍ୟ ଚିକିତ୍ସାଳୟର ସମସ୍ତ କର୍ମଚାରୀ, ଜାତୀୟ ସ୍ୱାସ୍ଥ୍ୟ ମିଶନର ସମସ୍ତ କର୍ମଚାରୀ ଏବଂ ସହରାଂଚଳର ଆଶା କର୍ମୀ, ବହୁମୁଖୀ ମହିଳା ସ୍ୱାସ୍ଥ୍ୟ କର୍ମୀ ତଥା ଅଙ୍ଗନବାଡ଼ି କର୍ମୀ ଉପସ୍ଥିତ ରହିଥିଲେ| ଏହି ସମନ୍ବିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ୦୧ ଜୁଲାଇ ରୁ ଆରମ୍ଭ ହୋଇ ୩୧ ଅଗଷ୍ଟ ପର୍ଯ୍ୟନ୍ତ ଚାଲୁରହିବ | ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ, ଯକ୍ଷ୍ମା, କୁଷ୍ଠ ଓ ସମୁର୍ଣ୍ଣ ଟୀକାକରଣ ହୋଇନଥିବା ଶିଶୁ ଓ ହେପାଟାଇଟିସ-ବି ପରୀକ୍ଷା କରାଯାଇନଥିବା ଗର୍ଭବତୀ ମହିଳାଙ୍କର ଚିହ୍ନଟ ପାଇଁ ସମନ୍ୱିତ ସର୍ବେକ୍ଷଣ କରିବେ | ଆବଶ୍ୟକ ସ୍ଥଳେ ଟୀକାକରଣ ଓ ଚିକିତ୍ସା ମଧ୍ୟ ଯୋଗାଇଦେବେ | ଏଥି ସହିତ ଜିଲ୍ଲାର ମୋଟ ୧୭୦୦ ଆଶା କର୍ମୀ ପ୍ରତ୍ୟକ ଘରକୁ ଘର ସର୍ବେକ୍ଷଣ କାର୍ଯ୍ୟକ୍ରମକୁ ତ୍ଵରାନିତ କରିବା ସହିତ ଓଆରଏସ୍ ବଣ୍ଟନ ମଧ୍ୟ କରିବେ l
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ସମସ୍ତ ୧୬ ଗୋଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ୪୪ ଟି ପ୍ରାଥମିକ ସ୍ୱାସ୍ଥ୍ୟ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ୫ଟି ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ୧୯୪ଟି ଉପସ୍ୱାସ୍ଥ୍ୟ ଓ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ,ଏବଂ ୫ଟି ସହରାଂଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ସଚେତନ ବାର୍ତା ନିମନ୍ତେ ବିଶେଷ ପଦକ୍ଷପ ନିଆଯିବା ସହିତ ଏକ ସଚେତନତା ପ୍ରକୋଷ୍ଠ ସ୍ଥାପନ କରାଯିବ | ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସୁଜାତା ମିଶ୍ର ସମନ୍ବିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ ଜିଲ୍ଲାର ସବୁଠାରେ ୧ ଜୁଲାଇରୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ସଫଳତାର ସହିତ ରୂପାୟନ କରିବା ନିମନ୍ତେ ପରାମର୍ଶ ଦେଇଥିଲେ |
Recent Comments