ସୁବର୍ଣ୍ଣପୁର/୦୫/୦୪/୨୦୨୨/ (ନ୍ୟୁଜ-ଆଧାର ଓଡିଶା) ଆଜି ଜାତୀୟ ପୁନିତ ସାଗର ଅଭିଯାନ ଉପଲକ୍ଷେ ସୁବର୍ଣ୍ଣପୁର ଜିଲ୍ଲାର ତ୍ରିବେଣୀ ସଙ୍ଗମରେ ଥିବା ବହୁ ପୁରାତନ ଶୈବପୀଠ ଶ୍ରୀ ରାମେଶ୍ବର ମନ୍ଦିର ପ୍ରାଙ୍ଗଣ,ଗାଧୁଆ ଘାଟ ତଥା ପର୍ଯ୍ୟଟନକୁ ଆକର୍ଷିତ କରୁଥିବା ବେଢ଼ା,ଶ୍ମଶାନ ରାସ୍ତା ପ୍ରମୁଖ ସଫା କରାଯାଇଛି । ଏହି ଜଳଉତ୍ସ ତଥା ସମଗ୍ର ପରିବେଶର ସୁରକ୍ଷା ପୁନିତ ସାଗର ଅଭିଯାନରେ ରାମେଶ୍ୱର ନଦୀକୂଳ ଠାରେ ଏକଜୁଟ ହେଲେ ଶତାଧିକ ଛାତ୍ର ଛାତ୍ରୀ l ସୋନପୁର କଲେଜ ଏନ ସି ସି କେଡେଡ଼ଙ୍କ ସମେତ ମହାରାଜା ହାଇସ୍କୁଲର କିଛି କେଡେଟ ଓ ସ୍ୱଚ୍ଛ ଭାରତର କିଛି ସ୍ଵେଛାସେବି ଏଥିରେ ସାମିଲ ଥିଲେ l ଏ ଅଭିଯାନକୁ ସୁବର୍ଣ୍ଣପୁର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ଶୁଭାରମ୍ଭ କରି ସ୍ୱଛତା ଯେଉଁଠି ଭଗବାନ ସେଇଠି ବାସ କରନ୍ତି ବୋଲି ମତ ରଖି ପରିବେଶକୁ ଉପଭୋଗ କରିବା ଠାରୁ ଅଧିକ ଉପଯୋଗ କରିବା ଜରୁରୀ ବୋଲି କହିଥିଲେ l ବାୟୁ,ଅଗ୍ନି,ଆକାଶ ପରି ସମଗ୍ର ପଞ୍ଚଭୁତକୁ ଶୁଦ୍ଧରଖିବା ଓ ଏକ ସୁସ୍ଥ ସମାଜପାଇଁ ଗାଁ ଗାଁରେ ଏ ସଚେତନତା ବାର୍ତ୍ତା ପହଞ୍ଚାଇବାକୁ ହେବ l କିନ୍ତୁ ଏଥିପାଇଁ ପ୍ରଶାସନ,ସ୍ବେଛାସେବୀ ଅନୁଷ୍ଠାନ ଓ ଜନ ସାଧାରଣଙ୍କ ଦୃଢ଼ ଇଚ୍ଛାଶକ୍ତି ଓ ମିଳିତ ପ୍ରୟାସ ଜରୁରୀ ବୋଲି ଶ୍ରୀ ଦାଶ କହିଥିଲେ l ସାରା ଦେଶରେ ଦିନକୁ ଦିନ ଜଳପ୍ରଦୂଷଣ ଓ ପ୍ଲାଷ୍ଟିକ ର ବ୍ୟବହାର ବଢୁଥିବାରୁ ଏହାକୁ ନିୟନ୍ତ୍ରଣ ଏବଂ ଦେଶରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏନ ସି ସି ଗୃହ ବିଭାଗ ଡାଇରେକ୍ଟର ଜେନେରାଲଙ୍କ ନିର୍ଦ୍ଧେଶରେ ଏ ମହତ୍ କାର୍ଯ୍ୟ ଆଜି ସାରା ଦେଶର ନଦୀ ଓ ସମୁଦ୍ର କୁଳ ମାନଙ୍କରେ ଚାଲିଛି ବୋଲି କମାଣ୍ଡିଂ ଅଫିସର ରଂଜନ ଚକ୍ରବର୍ତ୍ତୀ କହିଛନ୍ତି । ସମ୍ମାନିତ ଅତିଥିଭାବେ ପ୍ରାକ୍ତନ ପୌରଅଧ୍ୟକ୍ଷ ପ୍ରକାଶ ସାହୁ, ଡାକ୍ତର ଆବାସ ବାବୁ, ପୋଲିସ ଆର ଆଇ ପ୍ରଦ୍ୟୁମ୍ନ କୁମାର ପଟେଲ ଯୋଗଦେଇ ଛାତ୍ର ଛାତ୍ରୀ,ସ୍ବେଛାସେବୀଙ୍କୁ ଉତ୍ସାହିତ କରିଥିଲେ l ଏନସିସି ଲେଫ୍ଟନେଣ୍ଟ ଆଶିଷ ଅଗ୍ରୱାଲ ଏ ସଭାକୁ ସଂଯୋଜନା କରି ଅତିଥିଙ୍କୁ ସମ୍ବର୍ଦ୍ଧିତ କରି ଥିବାବେଳେ ସ୍ୱଚ୍ଛଭାରତ କୋଡିନେଟର ମନୋରଞ୍ଜନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ l ରକ୍ତ ଦାତା ସଂଘର ଉଦ୍ୟୋକ୍ତl ମନୋଜ ପଣ୍ଡା,ମହାରାଜl ହାଇସ୍କୁଲ ଏନ ସି ସି ଶିକ୍ଷକ ଆଶିଷ ରଥ, ସ୍ୱଚ୍ଛ ଭାରତ ବରିଷ୍ଠ ସଭ୍ୟ ଗରିବ ଲୋଇ, ପ୍ରମୋଦ ସାହୁ, ଓ ନାରାୟଣ ରଥ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ( ଲରିପୋର୍ଟ-ଯୁଧିଷ୍ଠିର ସାହୁ )
Recent Comments