ବଡ଼ବିଲ ୨୧/୦୬/୨୦୨୪ (ଆଧାର ମିଡ଼ିଆ) ଆଜି ମାନବ ସମାଜରେ ଯୋଗ କୁ ବହୁତ ମହତ୍ତ୍ୱ ଦେଇଛନ୍ତି କାରଣ ଯୋଗ କରିବା ଦ୍ୱାରା ଆମ ଶରୀର ସୁସ୍ଥ ରହିବା ସହିତ ମନ ମଧ୍ୟ ସୁସ୍ଥ ରହିଥାଏ। ତେଣୁ ଛୋଟ ଛୁଆ ଠାରୁ ନେଇ ବୃଦ୍ଧ ପର୍ଯ୍ୟନ୍ତ ଯୋଗ କରି ନିଜ ଶରୀରକୁ ସୁସ୍ଥ ରଖିଥାନ୍ତି। ସାରା ଭାରତ ବର୍ଷରେ ଏହି ଦିନଟିକୁ ମନେରଖିବାକୁ ନେଇ ଗୋଟିଏ ଦିନ ଯୋଗ ଦିବସ ରୂପରେ ପାଳନ କରିଥାନ୍ତି।ଆଜି ଏହି ଦିନଟିକୁ ମନେ ରଖି କେନ୍ଦୁଝର ଜିଲ୍ଲା ବଲାଣି ଠାରେ ଦଶମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ଏହି ଅବସରରେ ବଲାଣିର ଯୁବ କମିଟିର ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ଅଧିକରୁ ଅଧିକ ଲୋକ ଯୋଗ କରିଥିଲେ ଓ ଏହି ଶିବିରରେ ବଲାଣି ସେଲ ଲୌହ ଖଣିର କର୍ମଚାରୀ ଅନିଲ ମହାନ୍ତ ପ୍ରଶିକ୍ଷକ ଭାବରେ ଯୋଗ ଦେଇଥିଲେ। ଯୋଗ ଶିବିରରେ ବରିଷ୍ଠ ନାଗରିକଙ୍କ ସହ ସୁମନ ଯାଦବ, ବ୍ରଜେଶ କୁମାର, ସଞ୍ଜୟ ଯାଦବ, ବସନ୍ତ ଗିରି, ସଞ୍ଜୟ ଗୁପ୍ତାଙ୍କ ସହ ଅନେକ ଯୁବଗୋଷ୍ଟି ଯୋଗ ଦେଇଥିଲେ। ଏହା ବ୍ୟତୀତ୍ଵ ବଲାଣି କେ.ଜେ.ଏନ.ଆର.ସି ଠାରେ ସି.ଆଇ.ଏସ.ଏଫ ର ଯବାନ ଓ ସେଲ କମ୍ପାନୀର କର୍ମଚାରୀମାନେ ମଧ୍ୟ ଯୋଗ ଦେଇଥିଲେ।
Recent Comments