logo
add image
ମାନସିକ ସ୍ତରରେ ମଜଭୁତ ଓ ଖୁସିହୋଇ ରକ୍ତଦାନ କରନ୍ତୁ ଓ ନିଜକୁ ଫିଟ୍ ରଖି ରୋଗ ପ୍ରତିରୋଧକ ଶକ୍ତିବଢ଼ାନ୍ତୁ-

ମାନସିକ ସ୍ତରରେ ମଜଭୁତ ଓ ଖୁସିହୋଇ ରକ୍ତଦାନ କରନ୍ତୁ ଓ ନିଜକୁ ଫିଟ୍ ରଖି ରୋଗ ପ୍ରତିରୋଧକ ଶକ୍ତିବଢ଼ାନ୍ତୁ-

ସୋନପୁର/୧୪/୦୬/୨୦୨୪/ଆଧାର ମିଡ଼ିଆ- ବିଶ୍ୱ ରକ୍ତଦାତା ଦିବସ ୨୦୨୪ପାଳନ ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତାଲିମ ପ୍ରକୋଷ୍ଠ ସମ୍ବୁଖରେ ଆଜି ଏକ ସଚେତନତା ସଭା ଅନୁଷ୍ଠିତ ହୋଇ ଯାଇଛି l  ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀ ଡା, ଦୁର୍ଗାଦତ୍ତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲା ରକ୍ତ କେନ୍ଦ୍ର ଅଧିକାରୀ ଡା .ମାନସ ଦାଶ, ଜାତୀୟ ସ୍ୱାସ୍ଥ୍ୟ ମିଶନର DAM  ଶ୍ରୀ ସୁନୀଲ ପଣ୍ଡା AMCP ତାରିଣୀସେନ ପଧାନ, ସ୍ବଚ୍ଛ ଭାରତ ସଂଗଠନର ସଭାପତି ଶlୟଦ ଅଲିମୁଲ ଇସଲାମ, ଜିଲ୍ଲା ରକ୍ତଦାତା ସେବା ସଂଘ ସଭାପତି ମନୋଜ ପଣ୍ଡା ଉପସ୍ଥିତ ରହି ବିଶ୍ୱ ରକ୍ତଦାନ ଦିବସର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ବିଷୟରେ ସଚେତନ କରାଇ ଥିଲେ l  ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ରାମ ଧୁନ କ୍ଳବ୍, ଟିକ୍ରି ପଡ଼ା କ୍ଲବ୍, ସ୍ବଚ୍ଛ ଭାରତ ସମେତ ଅନେକ ସ୍ବେଛାସେବୀ ସଂଗଠନ ଓ ରକ୍ତଦାତା ରୂପେଶ ବଗର୍ତ୍ତୀ, ବ୍ଲଡବ୍ୟାଙ୍କ୍ କର୍ମଚାରୀ ଜଗତ ଦରୱାନ ଓ ଅନେକ ବ୍ୟକ୍ତି ବିଶେଷକୁ ସମ୍ବର୍ଦ୍ଧନା କରାଯାଇ ଥିଲା l
ଉକ୍ତ ସଭାରେ ସରକାରୀ ମହିଳା ସ୍ୱାସ୍ଥ୍ୟକର୍ମୀ ତାଲିମ କେନ୍ଦ୍ରର ଛାତ୍ରୀ ,ସ୍ବଚ୍ଛ ଆଶାକର୍ମୀ, ଅଙ୍ଗନୱାଡିକର୍ମୀ, ସ୍ୱଚ୍ଛ ଭାରତ ସଂଗଠନ ସୋନପୁର ମନମୁଣ୍ଡା, ରକ୍ତ ଦାତା ସଙ୍ଗଠନ ର ସମସ୍ତ କର୍ମକର୍ତ୍ତା ତଥା ସ୍ୱାସ୍ଥ୍ୟ ବିଭାଗ ର କର୍ମଚାରୀ ସବୁ ଉପସ୍ଥିତ ଥିଲେ l  ସ୍ଵଛ ଭାରତ ସଂଗଠନ ର ସଂଯୋଜକ ମନୋରଞ୍ଜନ ତ୍ରିପାଠୀ ଏହି ଦିବସ ର ପାଳନ ଉପରେ ଆଲୋକପାତ କରିଥିଲେ l  ଶେଷରେ ଜିଲ୍ଲା ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ସ୍ବାସ୍ଥ୍ୟ କର୍ମୀ ସୁଜାତା ହୋତା ରକ୍ତଦାନ ଉପରେ ଏକ ସଚେତନତା କବିତା ପାଠ କରିଥିଲେ l ଏହି ଉପଲକ୍ଷେ ନୂଆଁ ରକ୍ତକେନ୍ଦ୍ର ଠାରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା l

 

Recent Comments

Leave Comments

Top