ବଡ଼ବିଲ ୩୧/୦୫/୨୦୨୪ (ଆଧାର ମିଡ଼ିଆ) ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଭାରିଯାନ ଭିତରେ ଗୋଟିଏ ଚାଳକର ମୃତ୍ୟୁ ହୋଇଯାଇଛି ଓ ଏହାର କାରଣ ସ୍ପଷ୍ଟ ଥିଲା। ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ବଡ଼ବିଲ ତହସିଲ ଅନ୍ତର୍ଗତ ରଗୁଡ଼ି ଥାନା ଅଧୀନରେ ଥିବା ୫୨୦ ନମ୍ୱର ଜାତୀୟ ରାଜପଥ ବାରବାଙ୍କ ଘାଟିରେ ଏକ ଭରିଯାନ OD09V4489 ନମ୍ୱର ତାହାର ଚାଳକ ସୁରେନ୍ଦ୍ର ଚୌଧୁରୀ (୩୨) କୌଣସି କାରଣ ଯୋଗୁଁ ଅଣନିଶ୍ୱାସି ହୋଇ ଗାଡ଼ିର ଷ୍ଟରିଂ ଉପରେ ହିଁ ହାତ ଦେଇ ମୃତ୍ୟବରଣ କରିଛନ୍ତି ବୋଲି ସନ୍ଦେହ କରାଯାଉଛି ଓ ସକାଳ ସମୟରେ ରୁଗୁଡି ଥାନା ଅଧିକାରୀ ଏହି ଖବର ପାଇ ଶବଟିକୁ ଜବତ କରି ବ୍ୟବଛେଦ ପାଇଁ ବଡ଼ବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇଯାଇଥିଲେ। ବ୍ୟବଚ୍ଛଦ ପରେ ପୋଷ୍ଟ ମର୍ଟମ ରିପୋର୍ଟ ଅନୁଯାୟୀ ରୁଗୁଡ଼ି ଥାନା ଅଧିକାରୀ ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି। ପ୍ରତିକ୍ରିୟା ରେ ସେ କହିଛନ୍ତି ଚାଳକର ହୃଦଘାତ ହେବାରୁ ତାଙ୍କର ମୃତ୍ୟୁ ହୋଇଛି ଏବଂ ସୁରେନ୍ଦ୍ର ଝାରଖଣ୍ଡ ରାଜ୍ୟ ଚତ୍ରା ଜିଲ୍ଲାର ଚରକା କଲା ଗ୍ରାମର ବାସିନ୍ଦା ଅଟନ୍ତି। ଏହାମଧ୍ୟ ସେ କହିଛନ୍ତି ଯେ ଭାରତ ବର୍ଷରେ ସବୁଆଡେ ତାପମାତ୍ରା ବଢିବାରେ ଲାଗିଛି ଓ ଯଦି କୌଣସି ଚାଳକ ନିଜକୁ ଅସୁସ୍ଥ ଅନୁଭବ କରୁଛନ୍ତି ତାହାହେଲେ ସଙ୍ଗେ ସଙ୍ଗେ ନିକଟସ୍ଥ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଯାଇ ନିଜ ସ୍ୱାସ୍ଥ୍ୟର ଯାଞ୍ଚ କରାନ୍ତୁ ଓ ସୁରକ୍ଷିତ ରୁହନ୍ତୁ।
Recent Comments