ସୋନପୁର/୧୪/୦୫/୨୦୨୪/(ଆଧାର ମିଡ଼ିଆ)- ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ରକ୍ତର ଘୋର ଅଭାବକୁ ଦୃଷ୍ଟିରେ ରଖି ସୋନପୁର ନଗର ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାଙ୍କ ଦ୍ବାରା ଏକ ସ୍ୱେଚ୍ଛ।କୃତ ରକ୍ତଦାନ ଶିବିରର ଆୟୋଜନ ହୋଈ ଯାଇଛି l ଯୁବ ସଙ୍ଗଠକ ତଥା ବଜରଙ୍ଗ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ଅରବିନ୍ଦ ବାରିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ l ହିମାଂଶୁ ଶେଖର ଗଡତିୟା ଯୋଗଦେଈ ସମସ୍ତ ରକ୍ତ ଦାତାଙ୍କୁ ସମସ୍ତ ବଜରଙ୍ଗ ଦଳର କର୍ମୀଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ବଜରଙ୍ଗ ଦଳର ଜିଲ୍ଲା ସଂଯୋଜକ ଜିତୁ ବଡମାଳୀଙ୍କ ନେତୃତ୍ୱରେ ୩୦ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା.। ଜିଲ୍ଲା ସହ ସଂଯୋଜକ ସୁବ୍ରତ ବାରିକ ,ବାଲଗୋପାଳ ପଣ୍ଡା, ଆଶିଷ ଷଡ଼ଙ୍ଗୀ, ସୋନପୁର ପ୍ରଖଣ୍ଡ ପ୍ରମୁଖ ମୁନା ବଗର୍ତ୍ତୀ,ନଗର ବିଦ୍ୟାର୍ଥୀ ପ୍ରମୁଖ ଲିକୁନ ସାହୁ,ଜିଲ୍ଲା ବିଦ୍ୟାର୍ଥୀ ପ୍ରମୁଖ ସର୍ଜନ ପାଣ୍ଡେ, ଅଂଶୁମାନ ପଣ୍ଡା, ନେପାଲ ମହାକୁର, ଅମିତ୍ ମହାପାତ୍ର, ସୁନିଲ ,ଉମା ଶଙ୍କର ମିଶ୍ର, ବଣ୍ଟି, ଉଜ୍ଜ୍ବଳ, ପ୍ରମୁଖ ରକ୍ତଦାନ କରିଥିଲେ । ଦୀପକ ମହାପାତ୍ର, ପିଣ୍ଟୁ ପଣ୍ଡା, ସୁବାସ ପଣ୍ଡା ପ୍ରମୁଖ ବରିଷ୍ଠ କାର୍ଯ୍ଯକର୍ତ୍ତା ରକ୍ତ ଦାନ କରି ଥିବା ନୂତନ ରକ୍ତ ଦାତଙ୍କୁ ଉତ୍ସାହିତ କରିଥିଲେ । ଜିଲ୍ଲା ରକ୍ତଦାତା ସେବା ସଂଘ ସଭାପତି ମନୋଜ ପଣ୍ଡା ସମ୍ପୂର୍ଣ ସହଯୋଗ କରିଥିଲେ। ଜିଲ୍ଲା ରକ୍ତ କେନ୍ଦ୍ରର ଡ଼ା .ସରୋଜ ପଟେଲ, କାଉନସିଲର ଜଗତ ଦରୁଅlନ୍, ଲେଵ ଟେକ୍ନିଶିଆନ ଟିଟୁ ଭୋଇ, ଯୁଧିଷ୍ଟିର ନାଏକ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ ।
Recent Comments