logo
add image
ଭଟଲିରେ ଫିଜିଓଥେରାପି ଶିବିର ଉଦଯାପିତ

ଭଟଲିରେ ଫିଜିଓଥେରାପି ଶିବିର ଉଦଯାପିତ

ଭଟଲି/ବରଗଡ଼/୧୦/୫/୨୦୨୪(ଆଧାର ମିଡ଼ିଆ): ଭଟଲି କୁସନପୁରି ସ୍ଥିତ ଶ୍ୟାମ ମନ୍ଦିର ଧର୍ମଶାଲା ଠାରେ ଚାରି ଦିନିଆ ଫିଜିଓଥେରାପି ଚିକିତ୍ସା ଶିବିର ଉଦଯାପିତ ହୋଇଯାଇଛି। ଏଥିରେ ବିଜୁ ଜନତା ଦଳର ଯୁବ ସଂଗଠକ ସୁବ୍ରତ ସିଂ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ଖେମଚନ୍ଦ ପ୍ରମୋଦ କୁମାର ଚେରିଟେବଲ ଟ୍ରଷ୍ଟ ଏବଂ ମାରୱାଡ଼ି ଯୁବା ମଞ୍ଚ ଭଟଲି ଶାଖା ଆନୁକୁଲ୍ୟରେ ଏହା ଅନୁଷ୍ଠିତ ହୋଇଥିଲା। ଫିଜିଓଥେରାପି ମାଧ୍ୟମରେ ୧୧୫ଜଣଙ୍କ ପିଠି, ସ୍ପଣ୍ଡିଲାଇଟିଶ, ଆଣ୍ଠୁ ଗଣ୍ଠି ତଥା ଅନ୍ୟାନ୍ୟ ଶାରୀରିକ ଯନ୍ତ୍ରଣାର ଚିକିତ୍ସା ସହିତ ବ୍ୟାୟାମର ପ୍ରଶିକ୍ଷଣ ଦିଆଯାଇଥିଲା। ବୃଦ୍ଧଜନ ସେବା ସଂସ୍ଥା ରାଜସ୍ଥାନ ଉଦୟପୁରରୁ ଆସିଥିବା କୈଳାଶ କୁମାରଙ୍କ ତତ୍ଵାବଧାନରେ ଏହି ଚିକିତ୍ସା ଚାଲିଥିଲା। ଏହି ଚାରି ଦିନିଆ ଶିବିରରେ ବହୁ ଲୋକ ଉପକୃତ ହୋଇଥିବା ଖେମଚନ୍ଦ ପ୍ରମୋଦ କୁମାର ଚେରିଟେବଲ ଟ୍ରଷ୍ଟ ପକ୍ଷରୁ ପ୍ରମୋଦ ଅଗ୍ରୱାଲ ସୂଚନା ଦେଇଛନ୍ତି । ବିନା ଔଷଧରେ ଏହି ଚିକିତ୍ସା ହେଉଥିବାରୁ କ୍ୟାମ୍ପକୁ ଆସି ଏହାର ଲାଭ ନେଇଥିବା ଲୋକଙ୍କୁ ଭଟଲି ମାରୱାଡ଼ି ଯୁବା ମଞ୍ଚ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଉଛି। ଅଧ୍ୟକ୍ଷ କହ୍ନେୟାଲାଲ ଅଗ୍ରୱାଲ, ସମ୍ପାଦକ ଅନିଲ କୁମାର ଅଗ୍ରୱାଲ, ପ୍ରକଳ୍ପ ଅଧ୍ୟକ୍ଷ ସଞ୍ଜୟ ଅଗ୍ରୱାଲ ସମେତ ଭଟଲି ମାରୱାଡ଼ି ଯୁବା ମଞ୍ଚର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Recent Comments

Leave Comments

Top