logo
add image
ସାମାଜିକ ଦାଇତ୍ୱବୋଧ କାର୍ଯ୍ୟକ୍ରମରେ ଟାଟାଷ୍ଟିଲ ଫାଉଣ୍ଡେସନ ।

ସାମାଜିକ ଦାଇତ୍ୱବୋଧ କାର୍ଯ୍ୟକ୍ରମରେ ଟାଟାଷ୍ଟିଲ ଫାଉଣ୍ଡେସନ ।

ଢେଙ୍କାନାଳ/୦୯/୦୫/୨୦୨୪/ (ଆଧାର ମିଡ଼ିଆ //ରିପୋର୍ଟ-ପ୍ରଦ୍ୟୋତ କୁମାର ବିଶ୍ୱାଳ)-ଢେଙ୍କାନାଳ ଜିଲ୍ଲା ସ୍ଥିତ ଟାଟାଷ୍ଟିଲ ମେରାମଣ୍ଡଳୀ ତରଫରୁ ଟାଟାଷ୍ଟିଲ ଫାଉଣ୍ଡେସନ ଦ୍ୱାରା ପାରିପାର୍ଶ୍ବିକ ଅଞ୍ଚଳର ୨୯ ଗ୍ରାମର ପ୍ରାୟ ୪୧,୦୦୦ ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟ ଚିକିତ୍ସା କରି ମାଗଣାରେ ଔଷଧ ବଣ୍ଟନ ହୋଇଥିବାର ଦେଖିବାକୁ ମିଳିଥିଲା। ଏହି ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ଶିବିରରେ ଅଭିଜ୍ଞ ଡାକ୍ତର, ନର୍ସ,ଓ ଆଧୁନିକ ଯନ୍ତ୍ରପାତି ସହ ଆବଶ୍ୟକୀୟ କର୍ମଚାରୀଙ୍କୁ ନେଇ ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ମାଗଣାରେ ଔଷଧ ଯୋଗାଇ ଦେଇଥିଲେ । ପାରିପାର୍ଶ୍ବିକ ଅଞ୍ଚଳର ବିଭିନ୍ନ ରୋଗର ପୀଡ଼ିତ ମାନଙ୍କର ସମସ୍ୟାକୁ ସହଜ କରିବା ପାଇଁ ଆଜି ଟାଟା ଷ୍ଟିଲ ଫାଉଣ୍ଡେସନ ତାର ସାମାଜିକ ଦାୟିତ୍ଵବୋଧ କର୍ତ୍ତବ୍ୟକୁ ପାଳନ କରି ଲୋକମାନଙ୍କ ସେବାରେ ଏହି ଆୟୋଜନ କରିଥିଲା । କମ୍ପାନୀ ପକ୍ଷରୁ ହୋଇଥିବା ଏହି ଅଭିଯାନକୁ ଅଞ୍ଚଳର ବୁଦ୍ଧିଜୀବି ମାନେ ଉଚ୍ଚ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ ଟାଟା ଷ୍ଟିଲ ବ୍ୟତିତ ଓଡାପଡା ବ୍ଲକ ଅଞ୍ଚଳରେ ଆହୁରି ମଧ୍ୟ ୮ ଟି ମେଗା ଶିଳ୍ପ କାରଖାନା ଥିଲେ ମଧ୍ୟ ପାରିପାର୍ଶ୍ବିକ ଉନ୍ନୟନ ପାଇଁ ଟଙ୍କାଟିଏ ଖର୍ଚ୍ଚ କରୁନାହାନ୍ତି । ଜିଲ୍ଲା ପ୍ରଶାସନ ସାମାଜିକ ଦାୟିତ୍ୱବୋଧ ଫଣ୍ଡରୁ ୨  ପ୍ରତିଶତ ଅଞ୍ଚଳ ବାସୀଙ୍କ ପାଇଁ କେବେ କମ୍ପାନୀକୁ ଚାପ ପକେଇ ଲୋକଙ୍କ ସେବାରେ ଲଗେଇ ସହାୟକ ହେବ ତାହା ଦେଖିବାକୁ ବାକି ରହିଲା।

Recent Comments

Leave Comments

Top