logo
add image
ପୁରୀରେ ବିଶ୍ୱ ରେଡକ୍ରସ ଦିବସ ପାଳିତ।

ପୁରୀରେ ବିଶ୍ୱ ରେଡକ୍ରସ ଦିବସ ପାଳିତ।

ପୁରୀ//୮/୫/୨୦୨୪/( ଆଧାର ମିଡ଼ିଆ//ରିପୋର୍ଟ-ଦିବାକର ପ୍ରଧାନ ) ରେଡକ୍ରସ ବିଶ୍ୱର ସର୍ବ ବୃହତମାନବ ସେବାକାରୀ ଅନୁଷ୍ଠାନ।ଏହା ଯୁଦ୍ଧ କ୍ଷେତ୍ରରେ ମଧ୍ୟ ଭେଦଭାବ ନରଖି ସେବାଦେଇ ଥାଏ।ଏହାର ପ୍ରତିଷ୍ଠାତା ସାର୍ ହେନେରୀ ଡୁନାଣ୍ଟଙ୍କ ନିସ୍ୱାର୍ଥପର ସେବା ସମସ୍ତଙ୍କୁ ପ୍ରେରଣା ଦେଇ ଚାଲିଥିବ। ପୁରୀଜିଲ୍ଲା ରେଡକ୍ରସ ଶାଖା ସେହିପରି ମାନବସେବାକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛି ଓ ଏହି ସେବାକୁ ଆହୁରି ପରିବ୍ୟାପ୍ତ କରିବାକୁ ଆହ୍ୱାନ ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା । ଆଜି ବିଶ୍ୱ ରେଡ଼କ୍ରସ ଦିବସ ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରେଡ଼କ୍ରସ ପତାକାକୁ ଉତ୍ତୋଳନ କରି ସମସ୍ତ ସ୍ୱଛାସେବୀ  ମାନେ ଉତ୍କୃଷ୍ଟ ସେବା ପ୍ରଦାନ ସହ ଭେଦଭାବ ନରଖି କାର୍ଯ୍ୟ କରିବାକୁ ଶ୍ରୀ ବେହେରା ପରାମର୍ଶ ଦେଇଥିଲେ।ହେନେରୀ ଡୁନାଣ୍ଟଙ୍କ ସେବା, ସଂଘର୍ଷ ଓ ଆଦର୍ଶ ସମ୍ପର୍କରେ ସେ ଆଲୋକପାତ କରିଥିଲେ।ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରର ରୋଗୀ ମାନଙ୍କୁ ଫଳବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ରେଡକ୍ରସର ସମ୍ପାଦକ ତଥା ଡେପୁଟି କଲେକ୍ଟର ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର,ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ସହକାରୀ ଜିଲ୍ଲାପାଳ ପଞ୍ଚାନନ ପରିଜା,କର୍ମଚାରୀ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ଓସଡମା ପ୍ରକଳ୍ପ ଅଧିକାରୀ ସୁକାନ୍ତ କୁମାର ଦାଶ,ଜରୁରୀ ବିଭାଗ ଉପବିଭାଗୀୟ ଅଧିକାରୀ ମନସୁର ଅଲ୍ଲୀ ସାହା,କାର୍ଯ୍ୟ କାରିଣୀ ସଦସ୍ୟା ମଧୁମିତା ମହାପାତ୍ର, ରାଧାକାନ୍ତ ଦାସ,ନାରାୟଣ ଚନ୍ଦ୍ର ଦାଶ ଜୁନିଅର ରେଡକ୍ରସ ଅଧିକାରୀ ବିଦ୍ୟାଧର ମିଶ୍ର,ଯୁଗ୍ମ ସମ୍ପାଦକ ଗୀତାଞଳି ପଣ୍ଡା, କାର୍ଯ୍ୟ କାରିଣୀ ସଦସ୍ୟ ଜୟନ୍ତୀ ମହାପାତ୍ର, ନିର୍ମଳା ଫତେସିଂ,ସଦସ୍ୟ ଶ୍ୟାମ ପ୍ରକାଶ ସେନାପତି, ରେଡକ୍ରସ କର୍ମଚାରୀ ଆଦିତ୍ୟ କୁମାର ବରାଳ,ବିଶ୍ୱଭୂଷଣ ଦାଶ, ଆଜୀବନ ସଦସ୍ୟ,ଜୁନିୟର ରେଡକ୍ରସ ସଦସ୍ୟ,ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ରଛାତ୍ରୀ ପ୍ରମୁଖ ଯୋଗ ଦେଇଥିଲେ।

Recent Comments

Leave Comments

Top