ବିନିକା/୨୭/୪/୨୦୨୪/(ଆଧାର ମିଡ଼ିଆ) ଆଜି ଦିନ୧୦ ଘଣ୍ଟା ସମୟରେ ବିନିକା ସହର ନୂଆବଜାରସ୍ଥିତ ରାଜ୍ୟସ୍ତରିୟ ଅଭିଜିତ ପୂଜାହାରୀ ସୃତି କମିଟି ଟ୍ରଷ୍ଟ୍ର କାର୍ଯ୍ୟାଳୟ ପରିସରରେ ଟ୍ରଷ୍ଟପକ୍ଷରୁ ଚତୁର୍ଥ ଶନିବାର ଏକ ମାଗଣା ଚିକିତ୍ସା ଶିବିର ଅନୁଷ୍ଟିତ ହୋଇଯାଇଛ। ଏହି ଅବସରରେ ବୁଲ୍ଲା ଭିମସାର ପ୍ରଫେସର ଡ଼ା ବେଣୁଧର ପାଣ୍ଡେ ଯୋଗଦେଇ ୫୫ ଜଣ ଓ ତାଙ୍କ ଜନ୍ମମାଟି ସଂସାମୁରା ଗ୍ରାମରେ ୪୩ ଜଣ ମୋଟ ୯୮ଜଣ ମହିଲାଙ୍କୁ ମାଗଣା ଚିକିତ୍ସା ସେବା ଯୋଗୋଇ ଦେଇଥିଲ। ଶିବିର ଆରମ୍ଭରୁ ଅଭିଜିତ ସ୍ମୃତି ଦେୟମୁକ୍ତ ଚିକିତ୍ସାଳୟରେ ଯୁବ ଅଭିନେତା ,କଳାକାର,ସଂଙ୍ଗୀତଜ୍ଞ ତଥା ବିନିକା ମାଟିର ସୁଯୋଗ୍ୟ ସନ୍ତାନ ସ୍ବର୍ଗତ ଅଭିଜିତ ପୂଜାହାରୀଙ୍କ ଫଟୋଚିତ୍ରରେ ଡ଼ା. ପାଣ୍ଡେଙ୍କ ସହ ଅନ୍ୟମାନେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଅମର ଆତ୍ମାର ସଦଗତି ପାଇଁ ଭଗବାନଙ୍କୁ ପ୍ରର୍ଥନା କରିଥିଲ। ଦିର୍ଘବର୍ଷ ହେବ ପ୍ରତ୍ୟକ ମାସ ଚତୁର୍ଥ ଶନିବାର ଦିନ ଠିକ ସମୟରେ ସୁଦୁର ବୁଲ୍ଲା ଭିମସାରରୁ ଡ଼ା. ପାଣ୍ଡେ ବିନିକା ନିଜଜନ୍ମ ମାଟିକୁ ଛୁଟିଆସି ମାଗଣାରେ ମହିଳା ମାନଙ୍କୁ ଚିକିତ୍ସା ସେବା ଯୋଗାଇ ଆସୁଥିବାରୁ ବିନିକା ଅଞ୍ଚଳର ଶହଶହ ମହିଳା ଉପକୃତ ହେଉଛନ୍ତ। ଏହି ପ୍ରେରଣା ମାର ବାପାର ଥିବା ଡ଼ା ପାଣ୍ଡେ ପ୍ରକାଶ କରିଛନ୍ତ। ଏହି କାର୍ଯ୍ୟ କରିବା ଦ୍ବାରା ମୋର ବାପାଙ୍କ ଆତ୍ମା ମଧ୍ୟ ଶାନ୍ତି ପାଉଥିବେ ବୋଲି ଡ଼ା ପାଣ୍ଡେ କହିଛନ୍ତ। ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ସୋମିତ୍ରୀ ପତି,ତନମୟୀ ଅଗସ୍ତି , ଭୂବନେଶ୍ବର ପଧାନ, ଟ୍ରଷ୍ଟ ସମ୍ପାଦକ ପ୍ରିୟରଞ୍ଜନ ହୋତା, କୋଷାଧ୍ୟକ୍ଷ ଅର୍ଚ୍ଚନା ପୂଜାହାରୀ, ସଦସ୍ୟ ଏଲଟି ଅନନ୍ତରାମ ଷାଣ୍ଢ,କୈଳାସ ଗଣ୍ଡ, ଶେଷଦେବ ମଣ୍ଡଳ, ସୁପ୍ରଭା ହୋତା, ଗାୟତ୍ରୀ ପାଢ଼ୀ,ଅଙ୍କିତା ସାହୁ,ରାକେଶ ଦାସ,ବୃନ୍ଦାବନ ହୋତା, ଶୁଭଙ୍କର ବିଶି, ସୋଭାଗ୍ୟ ବିଶି, ମହେଶ୍ବର ମହାକୁର,ପ୍ରଶାନ୍ତ ମହାନନ୍ଦ, ନିଲାମ୍ବର କର୍ଣ୍ଣ ,ଅଭିଜିର ପୂଜାହାରୀ ର ଅଭାଗା ବାପା ଅକ୍ଷୟ ପୂଜାହାରୀ, ମାଁ ଗୀତାଞ୍ଜଳି ପୂଜାହାରୀଙ୍କ ସହ ଅଞ୍ଚଳର ମାନ୍ୟଗନ୍ୟ ବ୍ୟକ୍ତି ସହଯୋଗ କରିଥିଲ।
Recent Comments