logo
add image
 ଏନେମିଆ ରୋଗର ନିରାକରଣ ନିମନ୍ତେ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ -

ଏନେମିଆ ରୋଗର ନିରାକରଣ ନିମନ୍ତେ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ -

ସୁବର୍ଣ୍ଣପୁର/03/04/୨୪/(ଆଧାର ମିଡ଼ିଆ )ଆଜି ଜିଲ୍ଲାପାଳଙ୍କ ସମ୍ମିଳ୍ଳନୀ କକ୍ଷରେ ସ୍ୱାସ୍ଥ୍ୟ ବିଭାଗର ପି.ସି.ପି.ଏନ.ଡି.ଟି. ଆଇନ ,ଡି.କ୍ଯୁ .ଏ .ସି , ଡି. ଏଲ .ଏମ . ସି , ସିକିଲ ସେଲ ଏନେମିଆ ରୋଗ ତଥା ଡି.ଟି .ଏଫ.ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା I ଉକ୍ତ ବୈଠକରେ ଜିଲ୍ଲାପାଳ ଶ୍ରୀମତୀ ଅନ୍ୟIଦାସ ଅଧ୍ୟକ୍ଷତା କରିଥିଲେ I ପି.ସି.ପି.ଏନ.ଡି.ଟି. ଆଇନକୁ କଡାକଡି ପାଳନ କରିବା ପାଇଁ ତଦାରଖ କମିଟି ମାଧ୍ୟମରେ ଅଲ୍ଟ୍ରାସାଉଣ୍ଡ କେନ୍ଦ୍ର ଗୁଡିକର ନିୟମିତ ଯାଞ୍ଚ କରିବା ପାଇଁ ପରାମର୍ଶ ଦେଇଛନ୍ତି I ପୁନଶ୍ଚ ଜିଲ୍ଲାରେ ଲିଙ୍ଗ ଅନୁପାତକୁ ବଜାୟ ରଖିବା ପାଇଁ ବିଭିନ୍ନ ବିଭାଗର ସମନ୍ୱୟରେ ବ୍ୟାପକ ଜନ ସଚେତନତା  ଗ୍ରହଣ କରିବା ପାଇଁ ଆଲୋଚନା ହୋଇଥିଲା I ସମସ୍ତ ବ୍ଲକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଲ୍ଟ୍ରାସାଉଣ୍ଡର ବ୍ୟବସ୍ଥା ହେବ ସେଥିପାଇଁ ବ୍ଲକ ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କୁ ଯଥା ଵିଧି ଅତିଶୀଘ୍ର ପଦକ୍ଷେପ ନେବା ପାଇଁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ ଶ୍ରୀମତୀ ଦାସ l କାୟାକଳ୍ପ ପାଇଁ ଶତ ପ୍ରତିଶତ ତଥା  ଇନକ୍ୱାସ ସାର୍ଟିଫିକେସନ ପାଇଁ ରାଜ୍ୟରୁ ଦେଇଥିବା ଲକ୍ଷ୍ୟ ଧାର୍ଯ୍ୟ ଉପରେ ଗୁରୁତ୍ୱାରୋପ କରି ଧାର୍ଯ୍ୟ ଲକ୍ଷ୍ୟକୁ ହାସଲ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ I ସ୍ତ୍ରୀ ବନ୍ଧ୍ୟାକରଣ ପାଇଁ ଡାକ୍ତର ମାନଙ୍କର ମୂଲ୍ୟାୟନ କରି ସଂଖ୍ୟା ବଢାଇବା ପାଇଁ ନିର୍ଦେଶ ଦେଇଥିଲେ I ଜୈବିକ ବର୍ଜ୍ୟ ବସ୍ତୁ ପରିଚାଳନା ଉପରେ ଆଲୋଚନା କରି ଜିଲ୍ଲାରେ ଥିବା ସମସ୍ତ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଗୁଡିକୁ ପ୍ରଦୂଷଣ ବିଭାଗରୁ ପ୍ରମାଣୀକିକରଣ କରାଇବା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ I ଏହା ସହିତ ଜିଲ୍ଲାରେ ରକ୍ତ ଶିକୁଳି ରୋଗର ସ୍ଥିତି ତଥା ପ୍ରତିକାର ନିମନ୍ତେ ଟୀକାକରଣ ଉପରେ ଆଲୋଚନା ହୋଇଥିଲା I ଅନୁଷ୍ଠିତ ବୈଠକରେ ସମ୍ପୃକ୍ତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ, ଯଥା ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ , ଉପଜିଲ୍ଲାପାଳ ସୋନପୁର,ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) , ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ , ଅଧିକ୍ଷକ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ , ଜିଲ୍ଲା ମଙ୍ଗଳ ଅଧିକାରୀ , ଡ଼ିସିପିଓ , ସାମ୍ବାଦିକ ସ୍ୱାଧୀନ ମେହେର, ଡି.ଆଇ.ପି.ଆର.ଓ, ନିର୍ବାହୀ ଅଧିକାରୀ ପୌର ପରିଷଦ ତଥା ସ୍ୱାସ୍ଥ୍ୟ ବିଭାଗର ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ I

Recent Comments

Leave Comments

Top