logo
add image
ଦନ୍ତା ବାରହା ଆକ୍ରମଣରେ ଦୁଇଆହତ

ଦନ୍ତା ବାରହା ଆକ୍ରମଣରେ ଦୁଇଆହତ

ବିନିକା/ସୁବର୍ଣପୁର/01/04/2022/ (ନ୍ୟୁଜ-ଆଧାର ଓଡିଶା)  ଆଜି ସକାଳ ୯.୩୦ ମିନିଟ ବିନିକା  ଜଙ୍ଗଲ ବିଭାଗ ରେଞ୍ଜ ଅଧୀନ ସିଙ୍ଗିଯୁବା ଫେରେଷ୍ଟ ଅନ୍ତର୍ଗତ ବିଲରେ ଥିବା ସମୟରେ ବରାହା ଆକ୍ରମଣ କରିବାରୁ ଉଭୟେ ଗୁରୁତର ହୋଇଛନ୍ତି । ସୁଚନା ଅନୁସାରେ ବିଶାଳପାଲି ଗ୍ରାମ ବେଲ ଭୁଏ(୬୦) ଜମିରେ ଲଟା ସଫା କରୁଥିଲା ଵେଲେ ହଠାତ୍ ଏକ ତନ୍ତା ବରାହା ଆଶି ଆକ୍ରମଣ କରି ଡାହାଣ ହାତ କାମୁଡ଼ି ଥିବାରୁ ଗୁରୁତର ହୋଇ ଯାଇଥିଲେ । ଠିକ୍ ସେହିପରି ସେହି ଗ୍ରାମର ବୈଦ୍ୟନାଥ ମେଲ୍ଳି(୬୫) ବିଲକୁ ପାଣି ବଲାଉ ଥିବା ସମୟରେ  ସେହି ଦନ୍ତା ବରାହା ତାଙ୍କ ବାମ ଗୋଡ଼ରେ ଆକ୍ରମଣ କରି ଥିବାରୁ ଗୁରୁ ତର ହୋଇ ଥିଲେ । ଉଭୟଙ୍କୁ ବିନିକା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ବିନିକା ଡାକ୍ତରଖାନାରେ ଆସୁ ଚିକିତ୍ସା ପରେ ବେଲକୁ ଵୁଲ୍ଳା ଡାକ୍ତର ଖାନାକୁ ପଠାଇଥିଵା ଜଣା ପଡ଼ିଛି ।ସିଙ୍ଘିଯୁଵା ଫରେଷ୍ଟର ଲିଙ୍ଗରାଜ ନାୟକ ଘଟଣା ସ୍ଥଳକୁ ପହଞ୍ଚି ଡାକ୍ତର ଖାନାକୁ ଆସି ଉଚ୍ଚ ଅଧିକାରୀଙ୍କ ଜଣାଇତୁରନ୍ତ ଯୋଗାଇ ସରକାରୀ ସହଯୋଗ ଦେବାକୁ ପ୍ରକାଶ ପାଇଛି । (ରିପୋର୍ଟ-ଅକ୍ଷୟ କୁମାର ପୂଜାହାରୀ)

Recent Comments

Leave Comments

Top