ବିନିକା ତା ୦୧/୦୪/୨୦୨୪ (ଆଧାର ମିଡ଼ିଆ)ଆଜି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଭଣ୍ଡାର ଗାଁରେ ଘର କାନ୍ଥ ପଡି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି Iମୃତ ଶ୍ରମିକ ଜଣକ ହେଲେ ଭଣ୍ଡାର ଗାଁର ନବୀନ ଭୋଇ (୫୫) ଓ ଆହତ ବ୍ୟକ୍ତି ଜଣକ ହେଲେ ବନମାଳି ବଗର୍ତ୍ତି (୬୦) Iଭଣ୍ଡାର ଗାଁର ବନମାଳିଙ୍କ ମାଟି ଘରକୁ ଭାଙ୍ଗୁଥିବା ସମୟରେ ହଠାତ୍ ଘରଟି ନବୀନ ଓ ବନମାଳୀଙ୍କ ଦେହ ଉପରେ ପଡିଥିଲା Iଗ୍ରାମବାସୀ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉର୍ଦ୍ଧାର କରି ବିନିକା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ I ହେଲେ ଶ୍ରମିକଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା I ଚିକିତ୍ସାଧିନ ଅବସ୍ତାରେ ଶ୍ରମିକ ନବୀନଙ୍କ ମୃତ୍ୟୁ ଘଟିଥିବା ବେଳେ ଘର ମାଲିକ ବନମାଳି ଆସୁଚିକିତ୍ସା ପରେ ଘରକୁ ଯାଇଥିବା ଜଣାପଛି । ଆଜି ନିଜ ଗ୍ରାମ ସମ୍ସସାନ ଘାଟରେ ଶେଷକୃତ ସମ୍ପନ୍ନ ହୋଇଥିବା ସୁଚାନା ମିଳିଛି।ଏନେଇ ଜିଲ୍ଲା ଶ୍ରମ ଅଧିକାରୀ ଡ଼ିଲେଶ୍ବର ଖାକା କୁ ପଚରାଯିବାରୁ ମୋ ପାଖରେ ଖବର ପହଞ୍ଚିନାହି ମୁଁ ତଦନ୍ତ କରି ଜଣାଇବାକୁ କହିଥିଲେ।
Recent Comments