ଭଟଲି/ବରଗଡ଼/୩୧/୩/୨୦୨୪(ଆଧାର ମିଡ଼ିଆ): ଆଜି ଭଟଲି ବ୍ଲକ ଅଧିନସ୍ଥ ତାଲପାଲି ସ୍ୱାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ର କୁ ଡ଼ା. ଦେବାଶିଷ ସ୍ୱାଇଁ ଏବଂ ଫାର୍ମାସି ଅଫିସର ମହେନ୍ଦ୍ର ସାହୁଙ୍କ ନେତୃତ୍ୱରେ ଏକ ରାଜ୍ୟ ସ୍ତରୀୟ ସମୀକ୍ଷା ଦଳ ପରିଦର୍ଶନ ରେ ଆସିଥିଲେ । ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ପିପିଏମ କୋଅର୍ଡିନେଟର ଦେବବ୍ରତ ମେହେର ପ୍ରମୁଖ ଉପସ୍ଥିତ ଥିଲେ । ଏହି ସମୀକ୍ଷା ଟିମ ଜାତୀୟ ସ୍ତରର ଏନକ୍ୱାସ (NQAS)ର ବିଭିନ୍ନ ମାନଦଣ୍ଡ ହିସାବରେ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଦିଆ ଯାଉଥିବା ବର୍ଦ୍ଧିତ ସ୍ୱାସ୍ଥ୍ୟ ସେବା, ନିରାମୟ ଯୋଜନାରେ ଆବଶ୍ୟକୀୟ ଔଷଧର ଉପଲବ୍ଧିତା, ଅଣସଂକ୍ରାମକ ରୋଗର ପରୀକ୍ଷା, ମଧୁମେହ, ଉଚ୍ଚ ରକ୍ତଚାପର ଔଷଧ ଷ୍ଟକ, ସ୍ୱାସ୍ଥ୍ୟ ଉପକେନ୍ଦ୍ରର କରାଯାଉଥିବା ବିଭିନ୍ନ ପରୀକ୍ଷା, ଟୀକାକରଣ ଯୋଜନା, ମମତା ଦିବସ ଯୋଜନା ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଯଥା ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ଯକ୍ଷ୍ମା, କୁଷ୍ଠ, ମ୍ୟାଲେରିଆ, ଜନ ଆରୋଗ୍ୟ ସମିତି ତଥା ବିଭିନ୍ନ ରେକର୍ଡ ପତ୍ର ସବୁ ଯାଞ୍ଚ କରି ଆବଶ୍ୟକୀୟ ପରାମର୍ଶ ଦେଇଥିଲେ । ଏହି ପରିଦର୍ଶନ ସମୟରେ ଭଟଲି ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ ଚିକିତ୍ସା ଅଧିକାରୀ ଡ଼ା ଦେବାଶିଷ ବିଶ୍ୱାଳ, ବିପିଏମ ଜୟ ପ୍ରକାଶ ପ୍ରଧାନ, ବିଏମ ଆଲୋକ ବିଶ୍ୱାଳ, ବିଡ଼ିଏମ ଦୁର୍ଗା ପ୍ରସାଦ ମହତ୍ତମ, ଆରବିଏସକେ ଡ଼ା କିଶୋର ହୋତା, ଡ଼ା ଦୀପାବଳି ପଧାନ, ସିଏଚଓ ପୁର୍ଣିମା ପଧାନ, ବିକାଶ ସ୍ୱାଇଁ, ରିତା ସାହୁ, ପୁଷ୍ପା ମଞ୍ଜରୀ ସାହୁ, ମହିଳା ସ୍ୱାସ୍ଥ୍ୟ କର୍ମୀ ଅଯୋଧ୍ୟା ବନଛୋର, ସୁପର ଭାଇଜର ସନାତନ ନାଗ, ଟିବି ସୁପର ଭାଇଜର ସୁଶାନ୍ତ ପଧାନ,ଫାର୍ମାସିଷ୍ଟ ଦୁଷ୍ମନ୍ତ ସାହୁ, କଲ୍ୟାଣୀ ପଧାନ, ଯୋଗ ପ୍ରଶିକ୍ଷକ ସାନନ୍ଦ ବଢ଼େଇ ତଥା ତାଲପାଲି ସ୍ୱାସ୍ଥ୍ୟ ଉପକେନ୍ଦ୍ରର ସମସ୍ତ ଅଙ୍ଗନବାଡି କର୍ମୀ ଓ ଆଶାକର୍ମୀ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ ।
Recent Comments