logo
add image
ସ୍ବେଛାକୃତ ମହିଳା ରକ୍ତଦାନ ଶିବିର ଅନୁଷ୍ଠିତ।୪୦ ୟୁନିଟ ରକ୍ତସଂଗ୍ରହ

ସ୍ବେଛାକୃତ ମହିଳା ରକ୍ତଦାନ ଶିବିର ଅନୁଷ୍ଠିତ।୪୦ ୟୁନିଟ ରକ୍ତସଂଗ୍ରହ

ଭବାନୀପାଟଣା/(ଆଧାର ମିଡ଼ିଆ)୧୬।୦୩।୨୪/ଆନ୍ତର୍ଜାତିକ ମହିଳା ଦିବସ ସପ୍ତାହ ଉପଲକ୍ଷେ ସମ୍ବାଦ ଆମ ଓଡିଶା ଓ ସ୍ବାଗତ ଆଇଟିସି ତଥା ମହିଳା ସମୂହଙ୍କ ମିଳିତ ଉଦ୍ୟମରେ ଭବାନୀପାଟଣା ସହରସ୍ଥିତ ବାହାଦୂର ବଗିଚାପଡା ସ୍ବାଗତ ଆଇଟିସି ପରିସରରେ ସ୍ବେଚ୍ଛାକୃତ ସ୍ବତନ୍ତ୍ର ମହିଳା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ରକ୍ତଦାନ ଶିବିରକୁ ମୁଖ୍ୟଅତିଥି ଭାବେ ରାଜ୍ୟସଭା ସାଂସଦ ସୁଜିତ କୁମାର, ମୁଖ୍ୟ ବକ୍ତା ଭାବେ ଡ଼ା ହରିଶ କୁମାର ସାହୁ,ସମ୍ମାନୀତ ଅତିଥି ଭାବେ ଭବାନୀପାଟଣା ପୈାର ପରିଷଦର ଅଧ୍ୟକ୍ଷା ସଂଯୁକ୍ତା ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା,ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନର ନିର୍ଦ୍ଦେଶିକା ବିଜୟା ଶ୍ୟାମଲା, ପୂର୍ବତନ ପୈାର ପରିଷଦ ଅଧ୍ୟକ୍ଷା ଲଳିତା ନାଏକ, ରାଜ୍ୟ ସିଟି ଶିକ୍ଷକ ସଂଘ ସଭାପତି ପ୍ରଦୀପ କୁମାର ସାହୁ, ମାନସ ଦାସ, ସବିତା ପଟ୍ଟନାୟକ, ସଂଘମିତ୍ରା କାନୁନଗୋ, କାଉନସିଲର ଭୂବନେ ବାଗ, କମଳିନି ପଣ୍ଡା, ଦମୟନ୍ତୀ ଦାସ, ଚିତ୍ତରଞ୍ଜନ ଦାସ, ଧୃତି ସୁନ୍ଦର ଦାସ, ସହରାଞ୍ଚଳ ସିଡିପିଓ ଅଞ୍ଜଳୀ ପ୍ରଧାନ, ଏସଡବ୍ଲ୍ୟୁଓ ଦ୍ରୋପଦୀ କହଁର ପ୍ରମୁଖ ଯୋଗ ଦେଇ ରକ୍ତଦାନ ଶିବିରକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଉଦଘାଟନୀ ଉତ୍ସବରେ ସମ୍ବାଦର ଜିଲ୍ଲା ପ୍ରତିନିଧି ଦେବେନ୍ଦ୍ର କୁମାର ବିଶି ସଭାପତିତ୍ବ କରିଥିଲେ । ରକ୍ତଦାନ କାର୍ଯ୍ୟକ୍ରମକୁ ସ୍ବାଗତ ଆଇଟିସିର ଅଧ୍ୟକ୍ଷ ପ୍ରଦୀପ ଦାସ, ପରିଚାଳନା ନିର୍ଦ୍ଦେଶିକା ପ୍ରୀତି ପଟ୍ଟନାୟକ ଓ ଶିକ୍ଷୟତ୍ରୀ ଜ୍ୟୋତିରାଣୀ ଦାସ ପ୍ରମୁଖ ପରିଚାଳନା କରିଥିଲେ ।ଏହି ରକ୍ତଦାନ ଶିବିରରେ ରଶ୍ମିତା ମାଝୀ, ସୁଜାତା ମାଝୀ,ପରମଜିତ କୈାର,ଚୈାତାନୀ ମାଝୀ, ବର୍ଷା ନାଏକ, କସ୍ତୁରି ବରାଡ, ପ୍ରୀତିସ୍ମିତା ମହାପାତ୍ର, ସ୍ନେହା ରାଉତ, ପୁରବି ପଟ୍ଟନାୟକ, ଅମନଦୀପ କୈାର, ଶୁଭଲକ୍ଷ୍ମୀ ପ୍ରଧାନୀ, ବିଜୟା ଶ୍ୟାମଲା, ରୋଜାଲିନ ନେଗୀ, ମିନତି ବେହେରା, ସୁପ୍ରିୟା ସାହୁ, ସୁମିତା ମାଥୁର ,ଦୀପ୍ତି ଦାସ, ଯଶବିନ୍ଦ୍ରା କୈାର, ସଲିମା ପୁଷ୍ଟି, ସନ୍ଧ୍ୟାରାଣୀ ପାତ୍ର, ମିନୁଶ୍ରୀ ପଣ୍ଡା ସମେତ ୪୦ଜଣ ମହିଳା ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ବ୍ଲଡ ବ୍ୟାଙ୍କର ଲ୍ୟାବ ଟେକ୍ନିସିଆନ କୃଷ୍ଣଚନ୍ଦ୍ର ସାହୁ, ସଂଜୀବ କୁମାର ମହାଖୁଡ, ଗିରିଶ ନାଏକ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ସ୍ବାଗତ ଆଇଟିସିର ମନୋଜ କୁମାର ଦାସ, ଭାଗିରଥୀ ମାଝୀ, ଦୂର୍ଯ୍ୟଧନ ସାହୁ, ଶଙ୍କର ପ୍ରସାଦ ସେଠୀ, ସୁଧାଂଶୁ ବିଶ୍ବାଲ, ବାମନଗାଜି ଜେନା, ସନ୍ତୋଷ ଆଚାରୀ, ସନ୍ତୋଷ ସାହୁ, ଜି. ଅଜିତ ରାଓ, ହେମନ୍ତ କୁମାର ବାରିକ,କମ୍ବୁଦୀପ ବାଗ, ଭାଗ୍ୟବାନ ବୈକାର, ଛବି ମାଝୀ, ପୁଷ୍ପା ହଂସ, ମାରୱାଡି ଯୁବାମଞ୍ଚ ଜାଗୃତି ଶାଖା ସଭାପତି ରାକ୍ଷୀ ଶର୍ମା, ସୁଧୃତି ଦାସ, ଧୃତି ସୁନ୍ଦର ଦାସ, ନିଲମ ପଟ୍ଟଯୋଷୀ, ସ୍ବାଗତ ସୁଇଟ୍ସର ଦୀପକ ରଞ୍ଜନ ସାହୁ, ଲକ୍ଷ୍ମଣ ସ୍ବାଇଁ, ସଂଯୁକ୍ତା ସା, ବନଶ୍ରୀ ବିଶି, ସବିତା ଦାସ, ଶୁଭ୍ରତା ମହାପାତ୍ର, ଉତ୍ପଳା ପଟ୍ଟନାୟକ, ରୋଜି ମହାପାତ୍ର, ସୁବିଦିତା ପଟ୍ଟନାୟକ, ଆଶିଷ ମହାପାତ୍ର, କପିଲ ନାଗ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ପରେ ଅର୍ନ୍ତଜାତୀୟ ମହିଳା ଦିବସ ପାଳିତ ହୋଇଥିଲା । ଏଥିରେ ମହିଳାମାନଙ୍କ ଦ୍ବାରା ରାମ୍ପସୋ, ପଞ୍ଜାବୀ ମହିଳାମାନଙ୍କ ଦ୍ବାରା ଭାଙ୍ଗଡା ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ସଂଘମିତ୍ରା କାନୁନଗୋ ଓ କମଳିନୀ ପଣ୍ଡାଙ୍କ ଦ୍ବାରା ଡ଼ୁଏଟ ତଥା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମହିଳାମାନଙ୍କ ଡ଼୍ରେସକୋଡ ସବୁଜ ରଙ୍ଗର ସାଢୀ କାର୍ଯ୍ୟକ୍ରମକୁ ଆହୁରି ଶୃଙ୍ଖଳିତ କରିଥିଲା । ଇତି ଅବସରରେ ସ୍ବେଚ୍ଛାକୃତ ରକ୍ତଦାତାମାନଙ୍କୁ ଉପଢୈାକନ ଦେଇ ସମ୍ମାନୀତ କରାଯାଇଥିଲା ।କାର୍ଯ୍ୟକ୍ରମକୁ ସ୍ବାଗତ ଆଇଟିସିର ନିର୍ଦ୍ଦେଶିକା ପ୍ରୀତି ପଟ୍ଟନାୟକ ଓ ଜ୍ୟୋତିରାଣୀ ଦାସ ପରିଚାଳନା କରିଥିଲେ ।

Recent Comments

Leave Comments

Top