logo
add image
ବର୍ଦ୍ଧିତ ସ୍ୱାସ୍ଥ୍ୟ ସେବା ତୃତୀୟ ପର୍ଯ୍ୟାୟ ଉପରେ ଆଶା କର୍ମୀ ଙ୍କର ପ୍ରଶିକ୍ଷଣ ଶିବିର

ବର୍ଦ୍ଧିତ ସ୍ୱାସ୍ଥ୍ୟ ସେବା ତୃତୀୟ ପର୍ଯ୍ୟାୟ ଉପରେ ଆଶା କର୍ମୀ ଙ୍କର ପ୍ରଶିକ୍ଷଣ ଶିବିର

ଭଟଲି/ବରଗଡ଼/୧୩/୦୩/୨୦୨୪(ଆଧାର ମିଡ଼ିଆ): ଆଜି ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ବର୍ଦ୍ଧିତ ସ୍ୱାସ୍ଥ୍ୟ ସେବା(ଇପିଏସ -EPS) ବାବଦରେ "କମଗାଁ ସେକ୍ଟର" ଆଶା କର୍ମୀ ମାନଙ୍କର ତୃତୀୟ ପର୍ଯ୍ୟାୟ ଚାରି ଦିବସୀୟ ପ୍ରଶିକ୍ଷଣ ଶିବିର ଭଟଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ସଭା ଗୃହ ଠାରେ ଡ଼ା ଦେବାଶିଷ କୁମାର ବିଶ୍ୱାଳଙ୍କର ତତ୍ୱାବଧାନରେ ଆରମ୍ଭ ହୋଇଯାଇଛି । ଆଗାମୀ ଚାରି ଦିନ ବ୍ୟାପି ଏହି ତାଲିମ କାର୍ଯ୍ୟକ୍ରମରେ ମୁଖ୍ୟତଃ ମାନସିକ ସ୍ୱାସ୍ଥ୍ୟ, ମାନସିକ ସ୍ୱାସ୍ଥ୍ୟ ର ପ୍ରକାର ଭେଦ, ପ୍ରାଥମିକ ଉପଚାର, ଜୀବନର ୧୦୦୦ ଦିନର ପୋଷଣ, ସନ୍ତୁଳିତ ଆହାର, ପରିଷ୍କାର ପରିଛନ୍ନତା, ଖରାପ ଖାଦ୍ୟ ଓ ନିରାପଦ ଖାଦ୍ୟାଭ୍ୟାସ ଏବଂ ଗ୍ରାମ୍ୟ ସ୍ତରରେ ଆଶା କର୍ମୀ ମାନଙ୍କର ଭୂମିକା ତଥା ଦାୟିତ୍ୱ ଆଦି ବିଷୟରେ ତାଲିମ ପ୍ରଦାନ କରାଯାଇ ଥିଲା। ଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳକ ଜୟ ପ୍ରକାଶ ପ୍ରଧାନଙ୍କର ସଂଯୋଜନାରେ ଅନୁଷ୍ଠିତ ଏହି ଚାରି ଦିବସୀୟ ତାଲିମ କାର୍ଯ୍ୟକ୍ରମରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଅନିତା ଦାଶ, ପ୍ରିୟବ୍ରତ ମହାପାତ୍ର, ବିକାଶ ସ୍ୱାଇଁ  ଯୋଗ ଦେଇ ତାଲିମ ପ୍ରଦାନ କରିଥିଲେ ।

Recent Comments

Leave Comments

Top