logo
add image
ବର୍ଦ୍ଧିତ ସ୍ୱାସ୍ଥ୍ୟ ସେବା ତୃତୀୟ ପର୍ଯ୍ୟାୟ ଉପରେ ଆଶା କର୍ମୀଙ୍କର ପ୍ରଶିକ୍ଷଣ ଶିବିର

ବର୍ଦ୍ଧିତ ସ୍ୱାସ୍ଥ୍ୟ ସେବା ତୃତୀୟ ପର୍ଯ୍ୟାୟ ଉପରେ ଆଶା କର୍ମୀଙ୍କର ପ୍ରଶିକ୍ଷଣ ଶିବିର

ଭଟଲି/ବରଗଡ଼/୧୨/୩/୨୦୨୪(ଆଧାର ମିଡ଼ିଆ): ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ବର୍ଦ୍ଧିତ ସ୍ୱାସ୍ଥ୍ୟ ସେବା(ଇପିଏସ -EPS) ବାବଦରେ ବରଗଡ଼ ଜିଲ୍ଲା ଭଟଲି ସେକ୍ଟର ଆଶା କର୍ମୀ ମାନଙ୍କର ତୃତୀୟ ପର୍ଯ୍ୟାୟ ଚାରି ଦିବସୀୟ ପ୍ରଶିକ୍ଷଣ ଶିବିର ଭଟଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ସଭା ଗୃହ ଠାରେ ଡ଼ା ଦେବାଶିଷ କୁମାର ବିଶ୍ୱାଳଙ୍କର ତତ୍ୱାବଧାନରେ ଆରମ୍ଭ ହୋଇଯାଇଛି।  ଆଗାମୀ ଚାରି ଦିନ ବ୍ୟାପି ଏହି ତାଲିମ କାର୍ଯ୍ୟକ୍ରମରେ ମୁଖ୍ୟତଃ ମାନସିକ ସ୍ୱାସ୍ଥ୍ୟ, ମାନସିକ ସ୍ୱାସ୍ଥ୍ୟର ପ୍ରକାର ଭେଦ, ପ୍ରାଥମିକ ଉପଚାର, ଜୀବନ ର ୧୦୦୦ ଦିନର ପୋଷଣ, ସନ୍ତୁଳିତ ଆହାର, ପରିଷ୍କାର ପରିଛନ୍ନତା, ଖରାପ ଖାଦ୍ୟ ଓ ନିରାପଦ ଖାଦ୍ୟାଭ୍ୟାସ ଏବଂ ଗ୍ରାମ୍ୟ ସ୍ତରରେ ଆଶା କର୍ମୀ ମାନଙ୍କର ଭୂମିକା ତଥା ଦାୟିତ୍ୱ ଆଦି ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା । ଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳକ ଶ୍ରୀ ଜୟ ପ୍ରକାଶ ପ୍ରଧାନଙ୍କର ସଂଯୋଜନାରେ ଅନୁଷ୍ଠିତ ଏହି ଚାରି ଦିବସୀୟ ତାଲିମ କାର୍ଯ୍ୟକ୍ରମରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଜସ୍ମିନ ସ୍ୱାଇଁ, ରୀତା ସାହୁ ଯୋଗଦେଇ ତାଲିମ ପ୍ରଦାନ କରିଥିଲେ ।

Recent Comments

Leave Comments

Top