ଭଟଲି/ବରଗଡ଼/୧୧/୩/୨୦୨୪(ଆଧାର ମିଡ଼ିଆ): ଆଜି ସୁନ୍ଦରଗଡ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଜିଲ୍ଲା ଡାଟା ମ୍ୟାନେଜେର ବିନୟ ବନଛୋରଙ୍କର ନେତୃତ୍ୱରେ ଏକ ସମୀକ୍ଷା ଦଳ ଭଟଲି ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରିଦର୍ଶନ ରେ ଆସିଥିଲେ । ଜିଲ୍ଲା ସ୍ୱାସ୍ଥ୍ୟ ସମିତି ବରଗଡ ତରଫରୁ ଡ଼ିଏମରାସିଏଚ ଅଶୋକ ସାହୁ, ଜିଲ୍ଲା ଡାଟା ମ୍ୟାନେଜେର ଅମୁଲ୍ୟ ଖମାରି ପ୍ରମୁଖ ଉପସ୍ଥିତ ଥିଲେ । ଏହି ସମୀକ୍ଷା ଦଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସ୍ତରରେ ହେଉ ଥିବା ମାସିକ ଏଚଏମ୍ ଆଇଏସ ରିପୋର୍ଟ, ନିଦାନ ତଥା ଲାବୋରା୍ଟୋରୀର ବିଭିନ୍ନ ରିପୋର୍ଟ, ସବସେଣ୍ଟର ସ୍ତରର ସବୁ ମାସିକ ରିପୋର୍ଟ, ଡାଟା ଭେଲିଡେସନ ମିଟିଂ, ଅନଲାଇନ ରିପୋର୍ଟିଂ ଆଦି ବିଷୟରେ ବିସ୍ତୃତ ଭାବରେ ତର୍ଜମା କରିଥିଲେ । ଏହି ପରିଦର୍ଶନ ସମୟରେ ଗୋଷ୍ଟୀ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା ଦେବାଶିଷ ବିଶ୍ୱାଳ, ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଝସକେତନ ଧରାଇ, ବିପିଏମ ଜୟ ପ୍ରକାଶ ପ୍ରଧାନ, ବିଏଏମ ଆଲୋକ ବିଶ୍ୱାଳ, ବିଡ଼ିଏମ ଦୁର୍ଗା ପ୍ରସାଦ ମହତ୍ତମ ପ୍ରମୁଖ ଉପସ୍ଥିତ ରହି ଆବଶ୍ୟକୀୟ ସହଯୋଗ କରିଥିଲେ ।
Recent Comments