logo
add image
ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ-ଜିଲ୍ଲାପାଳ କଲେ ରକ୍ତଦାନ

ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ-ଜିଲ୍ଲାପାଳ କଲେ ରକ୍ତଦାନ

ନବରଙ୍ଗପୁର/01/04/2022/ (ନ୍ୟୁଜ-ଆଧାର ଓଡିଶା)  (ନି :ପ୍ର) ନବରଙ୍ଗପୁର 26 ନଂ ଜାତୀୟ ରାଜପଥ ପାର୍ଶ୍ୱ ପୌରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ଓଡ଼ିଶା ଦିବସ ପାଳନ ଅବସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି. ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଡ଼ଃ.କୋମଲୋଚନ ମିଶ୍ର ଯୋଗ ଦେଇ ଶିବିର ଉଦ୍ଘାଟନ କରି ନିଜେ ରକ୍ତଦାନ କରିଥିଲେ. ଜିଲ୍ଲାପାଳଙ୍କ କହିବାନୁଯାୟୀ ଜିଲ୍ଲାରେ ବହୁରୋଗୀ ରକ୍ତହୀନତା ଜନିତ ରୋଗରେ ପୀଡିତ ହୋଇ ମୃତ୍ୟୁମୁଖରେ ପଡୁଛନ୍ତି. ଜିଲ୍ଲାରେ ରକ୍ତର ଅଭାବ ରହିଛି ତେଣୁ ସ୍ୱତଃ ପ୍ରବୃତ୍ତି ହୋଇ ରକ୍ତଦାନ କରିବାକୁ ଜିଲ୍ଲାପାଳ ଲୋକଙ୍କୁ ଅନୁରୋଧ କରିଛନ୍ତି. ବିଭିହ୍ନ ସଂସ୍ଥା ଏଥିପାଇଁ କାର୍ଯ୍ୟ କରିଆସୁଥିଲେ ମଧ୍ୟ ଅଧିକରୁ ଅଧିକା ରକ୍ତଦାନ କରିବାକୁ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ବୋଲି ମୁଖ୍ୟ ଅତିଥି ଶ୍ରୀ ମିଶ୍ର କହିଥିଲେ.ଏହି କାର୍ଯ୍ୟକ୍ରମରେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସମେତ ଅନ୍ୟାନ ଅଧିକାରୀ, ଅଙ୍ଗନବାଡି କର୍ମୀ ଏବଂ ସ୍ବେଛାସେବୀ ମାନେ ଉପସ୍ଥିତ ଥିଲେ.            (ରିପୋର୍ଟ-ଶେଫାଳି ପାଟନାଏକ)            

Recent Comments

Leave Comments

Top