ଭଟଲି/ବରଗଡ଼/୬/୩/୨୦୨୪(ଆଧାର ମିଡ଼ିଆ): ଚଳିତ ବର୍ଷର ପଲସ ପୋଲିଓ ଅଭିଯାନରେ ଭଟଲି ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରୀ ଡ଼ା ଦେବାଶି ବେଷ ବିଶ୍ୱାଳଙ୍କର ତତ୍ୱାବଧାନ ବ୍ଲକରେ ଶତ ପ୍ରତିଶତ ଲକ୍ଷ୍ୟ ହାସଲ କରାଯାଇଛି । ପ୍ରଥମ ଦିନରେ ବୁଥ ମାନଙ୍କରେ ଏବଂ ଦ୍ଵିତୀୟ ଓ ତୃତୀୟ ଦିନରେ ବିଭିନ୍ନ ଗାଁରେ ଆଶା କର୍ମୀ, ଅଙ୍ଗନବାଡି କର୍ମୀ ଘର ଘର ବୁଲି ଜନ୍ମ ରୁ ପାଞ୍ଚ ବର୍ଷ ପର୍ଯନ୍ତ ସମସ୍ତ ଶିଶୁ ଙ୍କୁ ପଲସ ପୋଲିଓ ଅଭିଯାନରେ ପୋଲିଓ ଔଷଧ ଖୁଆଇଛନ୍ତି । ଭଟଲି ବ୍ଲକରେ ୫୬୧୬ ଜଣ ଜନ୍ମ ରୁ ପାଞ୍ଚ ବର୍ଷ ଶିଶୁ ମାନଙ୍କୁ ପୋଲିଓ ଔଷଧ ଖୁଆଇବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇ ଥିବାବେଳେ ସର୍ବମୋଟ ୬୦୨୧ ଜଣଙ୍କୁ ପୋଲିଓ ଖୁଆ ଯାଇଛି ବୋଲି ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ଭଟଲି ତରଫରୁ ସୂଚନା ଦିଆଯାଇଛି । ଏହି ଅଭିଯାନରେ ବ୍ଲକର ସମସ୍ତ କର୍ମଚାରୀ, ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ସ୍ୱାସ୍ଥ୍ୟ କର୍ମୀ ମାନେ ସକ୍ରିୟ ସହଯୋଗ କରି ଥିଲେ ।
Recent Comments