logo
add image
ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ହୁଇଲ ଚେୟାର ଦିବସ ପାଳିତ

ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ହୁଇଲ ଚେୟାର ଦିବସ ପାଳିତ

ସୁବର୍ଣ୍ଣପୁର/୦୧/୦୩/୨୦୨୪/(ଆଧାର ମିଡ଼ିଆ) ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ରଠାରେ ଜିଲ୍ଲା ପ୍ରଶାସନ ତରଫରୁ ଆନ୍ତର୍ଜାତିକ ହୁଇଲ ଚେୟାର ଦିବସ ପାଳିତ ହୋଇ ଯାଇ ଛି। ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭିନ୍ନକ୍ଷମ ମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନା  ଓ ସୁବିଧା ସୁଯୋଗ ଉପରେ ମତବ୍ୟକ୍ତ କରିବା ସହ ସମସ୍ତ ଦିବ୍ୟାଙ୍ଗଙ୍କୁ ସମାଜର ମୁଖ୍ୟ ସ୍ରୋତରେ ପହଂଚାଇବା ନିମନ୍ତେ ସବୁ ସ୍ତରରେ ଆବଶ୍ୟକ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡଃ ଦୁର୍ଗାଦତ୍ତ ଦାଶ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅସ୍ଥିଶଲ୍ୟ ବିଶେଷଜ୍ଞ ଡଃ କୃତିବାସ ସୁବୁଦ୍ଧି, ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର ପ୍ରମୁଖ ଯୋଗଦେଇଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡଙ୍ଗୀ ସ୍ଵାଗତ ଭାଷଣ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋକପାତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ତିନିଜଣ ଯଥା ଜୁଲି ଦେହେରୀ, ନନ୍ଦିନୀ ନାୟକ ଏବଂ ଭୂମିସୂତା କୁମ୍ଭାରଙ୍କୁ ସିଲେଇ ମେସିନ୍ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲାର ୨୭ ଜଣଙ୍କୁ ୱିଲ ଚେୟାର ପ୍ରଦାନ କରାଯାଇଥିବା ବେଳେ ୫ ଜଣଙ୍କୁ ତିନିଚକିଆ ସାଇକେଲ ପ୍ରଦାନ କରାଯାଇଥିଲା। ମ୍ୟୁଜିକ୍ ଚେୟାର (ୱିଲ ଚେୟାର) , ପେଗ୍ ବୋର୍ଡ ପଜଳ, ରିଚିଂ ଦ ଟାର୍ଗେଟ ଏବଂ ରଙ୍ଗଲି ପ୍ରତିଯୋଗିତାରେ କୃତି ଭିନ୍ନକ୍ଷମ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ସହିତ ମାନପତ୍ର ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଭିନ୍ନକ୍ଷମ ମାନଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା। ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ, ତରଭା ପ୍ରଭାସ କୁମାର କର୍ଣ୍ଣ ସଭା ସଂଯୋଜନା କରିଥିଲାବେଳେ ଉଲୁଣ୍ଡା ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ କ୍ଷୀରୋଦ ଭୂଷଣ ରାୟ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ, ବୁଦ୍ଧିଜୀବୀ, ସାମ୍ବାଦିକ,ସମସ୍ତ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ, ସମସ୍ତ କନିଷ୍ଠ ସହାୟକ, ସମସ୍ତ କାର୍ଯ୍ୟକ୍ରମ ସହାୟକ, ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର, ରେଆର, ଏନ୍. ଆର. ଡି. ସି, ଜିଲ୍ଲା ଭିନ୍ନକ୍ଷମ କଲ୍ୟାଣ ବିଦ୍ୟାଳୟ ,ବ୍ଲଇଣ୍ଡ ଏଣ୍ଡ ଡିବ ଡମ୍ବ ସ୍କୁଲ,ତରଭାର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ  ।

Recent Comments

Leave Comments

Top