logo
add image
ଜିଲ୍ଲାସ୍ତରୀୟ ଆଶା ଗାଁ କଲ୍ୟାଣ ସମିତି ମହିଳା ଆରୋଗ୍ୟ ସମିତି ଓ ଜନ ଆରୋଗ୍ୟ ସମିତି ସମ୍ମିଳନୀ

ଜିଲ୍ଲାସ୍ତରୀୟ ଆଶା ଗାଁ କଲ୍ୟାଣ ସମିତି ମହିଳା ଆରୋଗ୍ୟ ସମିତି ଓ ଜନ ଆରୋଗ୍ୟ ସମିତି ସମ୍ମିଳନୀ

ସୁବର୍ଣ୍ଣପୁର/୨୯/୦୨/୨୦୨୪/(ଆଧାର ମିଡ଼ିଆ) ଜିଲ୍ଲା ସ୍ୱାସ୍ଥ୍ୟ ସମିତି , ସୁବର୍ଣ୍ଣପୁର ତରଫରୁ ଜିଲ୍ଲା ସ୍ତରୀୟ ଆଶା ,ଗାଁ କଲ୍ୟାଣ ସମିତି ,ମହିଳା ଆରୋଗ୍ୟ ସମିତି ଓ ଜନ ଆରୋଗ୍ୟ ସମିତି ସମ୍ମିଳନୀ ୨୦୨୩- ୨୪ ସଂସ୍କୃତି ଭବନ ସୁବର୍ଣ୍ଣପୁର ଠାରେ ଅନୁଷ୍ଠିତ ହୋଇଯାଇଛି l ସମ୍ମିଳନୀରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅନ୍ୟା ଦାଶ ମୁଖ୍ୟଅତିଥି ଭାବେ ଯୋଗଦାନ କରି ଜିଲ୍ଲାର ସ୍ୱାସ୍ଥ୍ୟ ସେବାରେ ସ୍ୱାସ୍ଥ୍ୟ କର୍ମୀଙ୍କ ଗୋଷ୍ଠୀ ସହଭାଗିତାକୁ ପ୍ରଶଂସା କରିବା ସହିତ କୋଭିଡ ସମୟରେ ସେମାନଙ୍କ ଉତ୍ସର୍ଗୀକୃତ ସେବା ନିମନ୍ତେ ସାଧୁବାଦ ଜଣାଇଥିଲେ l ଜିଲ୍ଲାର ସ୍ୱାସ୍ଥ୍ୟସେବାକୁ ଆହୁରି ଉତ୍କର୍ଷତାରେ ପହଞ୍ଚାଇବାକୁ ସମସ୍ତ ସ୍ୱାସ୍ଥ୍ୟ କର୍ମୀ ନିଜ ନିଜ ସ୍ତରରେ ସର୍ବୋତ୍କୃଷ୍ଠ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି l କାର୍ଯ୍ୟକ୍ରମରେ ଡି ପି ଏମ ବିଶ୍ୱମ୍ବର ବେହେରା ବରେଣ୍ୟ ଅତିଥିଙ୍କୁ ସ୍ୱାଗତ କରିବା ସହ ସମ୍ମିଳନୀର ତାତ୍ପର୍ଯ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ l ଏହି ପରିପ୍ରେକ୍ଷୀରେ ଆମ ଜିଲ୍ଲାରେ ୬୩୩ ଜଣ ଆଶା କର୍ମୀ କାର୍ଯ୍ୟରତ ଥିବା ବେଳେ ,୭୮୫ ଟି ଗାଁ କଲ୍ୟାଣ ସମିତି କାର୍ଯ୍ୟକ୍ଷମ ଅଛି  I ସୋନପୁର ସହରାଞ୍ଚଳରେ ୧୨ ଟି ମହିଳା ଆରୋଗ୍ୟ ସମିତି ବିଭିନ୍ନ ବସ୍ତି ଅଂଚଳରେ ଗଠନ ହୋଇଥିବା, ଜିଲ୍ଲାରେ ୮୯ ଟି ଜନ ଆରୋଗ୍ୟ ସମିତି କାର୍ଯ୍ୟକ୍ଷମ ରହିଥିବା ସୂଚୀତ କରିଥିଲେ I  ଜିଲ୍ଲାର ତୃଣମୂଳ ସ୍ତରରେ କାର୍ଯ୍ୟକରୁଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏହି କାର୍ଯ୍ୟକ୍ରମ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ବେଳେ ଆଜି କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାର ଆଶାକର୍ମୀ ଗାଁ କଲ୍ୟାଣ ସମିତି ସଭ୍ୟ ,ମହିଳା ଆରୋଗ୍ୟ ସମିତି ସଭ୍ୟା ,ଜନ ଆରୋଗ୍ୟ ସମିତି ସଭ୍ୟ ପ୍ରଭୃତିଙ୍କୁ ସେମାନଙ୍କ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ମୁଖ୍ୟଅତିଥି ଜିଲ୍ଲାପାଳ ଶ୍ରୀମତୀ ଦାଶ ପୁରସ୍କୃତ କରିଥିଲେ I
ଆଶାକର୍ମୀ ମାନେ ଗ୍ରାମାଞ୍ଚଳ , ଅପହଂଚଳ ଅଂଚଳ ,ସହରର ବସ୍ତି ଅଂଚଳ ସହିତ ସ୍ୱାସ୍ଥ୍ୟ ଅନୁଷ୍ଠାନକୁ ସେତୁ ଭଳି ଯୋଡ଼ିଥାନ୍ତି  ବୋଲି ଡI.ବିଶ୍ୱରଂଜନ ପତି ,ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଜଣାଇଥିଲେ I ଡI.ଦୈତ୍ୟନାରାୟଣ ପାଢ଼ୀ , ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ (ପରିବାର ନିୟୋଜନ) ,ଡI.ଦୁର୍ଗାଦତ୍ତ ଦାସ  , ଅଧିକ୍ଷକ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ,ଶ୍ରୀ ମତୀ ଅନୁପମା ପଣ୍ଡା ,ଜିଲ୍ଲା ସମାଜ ମଙ୍ଗଳ କଲ୍ୟାଣ ଅଧିକାରୀ ,ଡI.ମୋନଜ କୁମାର ଅଦାବର ,ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ,ଡI.ମଞ୍ଜୁ ରାଣୀ ସିଂ,ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ ଅତିଥି ବୃନ୍ଦ ଉପସ୍ଥିତ ଥିଲେ I
ଉଲ୍ଲେଖନୀୟ ଅବଦାନ ପାଇଁ ଜିଲ୍ଲା ସ୍ତରରେ ୪ ଜଣ ଆଶାକର୍ମୀ  ଜାନକି ସାହୁ ,ମହଦା ,ଉଲୁଣ୍ଡା ,ଲୋଚନା ସୁନା,ଗଜବନ୍ଧ,ଡୁଙ୍ଗୁରିପାଲି ,ଅନୁସୂୟା ଦୀପ, ସିଲାଟି,ବିନିକା ,ରମ୍ଭା ନାଏକ ,ସୋନପୁର ଓ ସୋନପୁର ସହରାଂଚଳ ପାଇଁ ରଶ୍ମିତା ଦାନୀ, ସନ୍ତୋଷିନୀ  ମେହେର, ମାନସୀ ସେଠୀ ପ୍ରଭୃତିଙ୍କୁ ପୁରସ୍କୃତ କରାଗଲା I
ସ୍ୱାସ୍ଥ୍ୟ ଓ ପୁଷ୍ଟି ଉପରେ ସଚେତନତା ୨୦୨୩-୨୪ ବର୍ଷରେ  ଉଲ୍ଲେଖନୀୟ ଅବଦାନ ପାଇଁ ଗାଁ କଲ୍ୟାଣ ସମିତି ମେଘେଲା,କେଂଝରିଆପାଲି ,ବରପଦର,ମହୁଲେ ,ତୁଲୁଣ୍ଡା ,ବଘIରମୁଣ୍ଡା ତଥା ମହିଳା ଆରୋଗ୍ୟ ସମିତି ତରିଆପଡା,ଟିକିରିପଡା ,କୁଷ୍ଠାପଡା, ମଝିପଡା, ପଟାଭାଡିକୁ ଆଜି ସୁସ୍ଥ ଗାଁ ପୁରସ୍କାର ତଥା ସୁସ୍ଥ ମହିଳା ଆରୋଗ୍ୟ ସମିତି ଭାବରେ ପୁରସ୍କୃତ କରାଗଲା I
ଏହା ସହିତ ଉତ୍ତମ ସ୍ୱାସ୍ଥ୍ୟ ସେବା ତଥା ସ୍ୱଚ୍ଛତା ଅବଲମ୍ବନ କରୁଥିବେ ୯ ଟି ସ୍ୱାସ୍ଥ୍ୟ ଅନୁଷ୍ଠାନ ଯଥା ଉପ ଖଣ୍ଡିୟ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ,ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଗୁଡିକୁ ଆଜି କାୟାକଳ୍ପ ତଥା ଅନ୍ୟାନ୍ୟ ପୁରସ୍କାର ଦିଆଗଲା I ବିଶ୍ୱମ୍ବର ବେହେରା ,ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ , ଜାତୀୟ ସ୍ୱାସ୍ଥ୍ୟ ମିଶନ ,ଉଦ୍ଦେଶ୍ୟ ଆଲୋକପାତ କରିଥିବା ବେଳେ  ତରଣୀସେନ ପଧାନ , ସହ ପରିଚାଲକ , ଆଶା ଓ ଗାଁ କଲ୍ୟାଣ ସମିତି ଧନ୍ୟବାଦ ପ୍ରଦାନ କରିଥିଲେ I ହିତେଶ ତ୍ରିପାଠୀ (AM QA), ସୁଧାଂଶୁ ଶେଖର ନାୟକ (DMRCH ) , ଗୀତାଞ୍ଜଳି ମେହେର (AM NCD ) , ପ୍ରମୋଦ କୁମାର ସାହୁ , ଅଭିନାଶ ଦାସ (Badal )ପିଣ୍ଟୁ କାର୍ଯ୍ୟ କ୍ରମ ପରିଚାଳନା କରିଥିଲେ I ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ତିନି ସହରୁ ଉର୍ଦ୍ଧ  ଆଶାକର୍ମୀ ,ଗାଁ କଲ୍ୟାଣ ସମିତି ସଭ୍ୟ ,ମହିଳା ଆରୋଗ୍ୟ ସମିତି ସଭ୍ୟା ,ଜନ ଆରୋଗ୍ୟ ସମିତି ସଭ୍ୟ ପ୍ରଭୃତି ଅଂଶଗ୍ରହଣ କରିଥିଲେ I

 

Recent Comments

Leave Comments

Top