କାକଟପୁର/ ୨୩/୨/୨୦୨୪/(ଆଧାର ମିଡ଼ିଆ) ରକ୍ତଦାନ ମହତଦାନ. ଏହାକୁ ଆଧାର କରି ପୁରୀଜିଲ୍ଲା କାକଟପୁର ଥାନା ପୋଲିସ ସହାୟତାରେ ଏକ ମେଗା ରକ୍ତଦାନ ଶିବିର ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି l ଯାହାକୁ ନେଇ ଆଜି କାକଟପୁର ଅଞ୍ଚଳର ଯୁବପିଢ଼ିଙ୍କ ମନରେ ବେଶ ଉତ୍ସାହ ଦେଖିବାକୁ ମିଳିଛି l
ପ୍ରତିଦିନ ରକ୍ତପାଇଁ ଅନେକ ରୋଗୀଙ୍କ ଜୀବନ ଯାଏ,ଏହାକୁ ଆଖିଆଗରେ ରଖି କାକଟପୁର ପୋଲିସ ଯେଉଁ ପ୍ରୟାସ କରିଛି ତାହା ବେଶ ସ୍ୱାଗତଯୋଗ୍ୟ l ରାଜ୍ୟରେ ଯେପରି କୌଣସି ଗୋଟିଏବି ଥାଲାସେମିଆ ରୋଗରେ ଆକ୍ରାନ୍ତ ଶିଶୁଙ୍କ ସମେତ ରକ୍ତ ଆବଶ୍ୟକତା କରୁଥିବା ରୋଗୀ ରକ୍ତଅଭାବରୁ ମୁତ୍ୟୁ ମୁଖରେ ନ ପଡନ୍ତି ଆଜି ରକ୍ତଦାନ ଶିବିରର ମୁଖ୍ୟ ଉଦେଶ୍ୟ ଥିଲା .
ଏହି ରକ୍ତଦାନ ଶିବିରକୁ ଶିକ୍ଷା ବିକାଶ ଏଜୁକେସନ ବିକାଶ ଟ୍ରଷ୍ଟ ତରଫରୁ ପୂର୍ଣ୍ଣ ସହଯୋଗ କରାଯାଇଥିଲା l ପୋଲିସ ଓ ସାଧାରଣ ଜନତାଙ୍କ ଭିତରେ ଏକ ସୁ ସମ୍ପର୍କ ସ୍ଥାପନ କରିବାକୁ କାକଟପୁର ପୋଲିସର ଏଭଳି ଏକ ଅଭିନଵ ପ୍ରୟାସକୁ କାକଟପୁରର ବିଦ୍ଧିଜୀବୀମାନେ ସ୍ୱାଗତ କରିଛନ୍ତି l ଉକ୍ତ ଶିବିରକୁ ମୁଖ୍ୟ ଅତିଥି ପୁରୀଜିଲ୍ଲା ଅତିରିକ୍ତ ଏସପି ବିଷ୍ଣୁପ୍ରସାଦ ପତି ନିମାପଡା ଏସ୍ଡିପିଓ ପ୍ରଭାତ କୁମାର ମଲ୍ଲିକ, କଟକ ରେଡକ୍ରସ ନିର୍ଦ୍ଦେଶକ ଡ଼ଃ ଚନ୍ଦ୍ରିକା ପ୍ରସାଦ ଦାସ, ଶିକ୍ଷା ବିକାଶ ଏଜୁକେଶନାଲ ଟ୍ରଷ୍ଟର ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ସାହୁ, କାକଟପୁର ଥାନା ଆଇଆଇସି ଉମେଶ ଚନ୍ଦ୍ର ସାହୁ, ଶିକ୍ଷାର ବିକାଶ ଏଜୁକେଶନାଲ ଟ୍ରଷ୍ଟର ଫାଉଣ୍ଡର ଦିବ୍ୟରଞ୍ଜନ ସାହୁ ଉଦଘାଟନ କରିଥିବାବେଳେ ମଙ୍ଗଳା ମନ୍ଦିର ଟ୍ରଷ୍ଟର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାଶ, କାକଟପୁର ପ୍ରେସ କ୍ଲବର ସଭାପତି କମଳ ଲୋଚନ ଦୀକ୍ଷିତ, ଉପସଭାପତି ତୁଷାର ରଞ୍ଜନ ଦୀକ୍ଷିତଙ୍କ ସମେତ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହିବା ସହିତ ସର୍ବ ପ୍ରଥମେ ମନ୍ଦିର ଉପଦେଷ୍ଟା କମିଟି ସଦସ୍ୟ ତଥା କାକଟପୁର ପ୍ରେସ କ୍ଳବର ଉପସଭାପତି ତୁଷାର ଦୀକ୍ଷିତ ରକ୍ତଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ l ଆଜିର ଏହି ଶିବିରରେ ମୋଟ ୧୩୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା l କଟକ ରେଡ କ୍ରସର ଡାକ୍ତର ଏବଂ କର୍ମଚାରୀ ମାନେ ରକ୍ତସଂଗ୍ରହ କରିଥିଲେ l
Recent Comments