logo
add image
 ରାୟଗଡ଼ା ଜିଲ୍ଲାରେଜିଲ୍ଲାସ୍ତରୀୟ ଆଶା ଗାଁକଲ୍ୟାଣ ଏବଂମହିଳା ଆରୋଗ୍ୟସମିତିବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

ରାୟଗଡ଼ା ଜିଲ୍ଲାରେଜିଲ୍ଲାସ୍ତରୀୟ ଆଶା ଗାଁକଲ୍ୟାଣ ଏବଂମହିଳା ଆରୋଗ୍ୟସମିତିବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

ରାୟଗଡ଼ା//୩୦/୦୩/୨୦୨୨/ (ନ୍ୟୁଜ-ଆଧାର ଓଡିଶା) ଜିଲ୍ଲାମୁଖ୍ୟଚିକିତ୍ସା ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କକାର୍ଯ୍ୟାଳୟ ପରିସରରେଜିଲ୍ଲାସ୍ତରୀୟ ଆଶା,ଗାଁକଲ୍ୟାଣଏବଂମହିଳା ଆରୋଗ୍ୟସମିତିବାର୍ଷିକ ସମ୍ମିଳନୀ ଆୟୋଜନ ହୋଇଛି।ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସରୋଜକୁମାରମିଶ୍ରମୁଖ୍ୟ ଅତିଥି ଭାବେଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ସମ୍ମିଳନୀକୁ ଉଦଘାଟନ କରିଥିଲେ। ଜିଲ୍ଲା ଆରକ୍ଷୀ ଅଧିକାରୀ ଶ୍ରୀବିବେକାନନ୍ଦ ଶର୍ମା, ଅତିରିକ୍ତଜିଲ୍ଲା ଆରକ୍ଷୀ ଅଧିକାରୀ ଅନନ୍ତ ନାରାୟଣମହାନ୍ତି ମଞ୍ଚାସିନ ଅତିଥି ଭାବେ ଯୋଗଦେଇଥିଲେ।ଅନ୍ୟମାନଙ୍କମଧ୍ୟରେଜିଲ୍ଲାମୁଖ୍ୟଚିକିତ୍ସାଏବଂ ଜନସ୍ୱାସ୍ଥ୍ୟ ଅଧିକାରୀଡାଲାଲମୋହନ ରାଉତରାୟ,ଜିଲ୍ଲାସ୍ୱାସ୍ଥ୍ୟ ଅଧିକାରୀଡା ବରଦାକାନ୍ତ ମିଶ୍ର,ଅତିରିକ୍ତଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାରକଲ୍ୟାଣ) ଡା.ଶ୍ରୀରଏ,ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀଡା.ଭିଏଲ୍‌ଏନ୍‌ରାଜୁ ଜାତୀୟ ସ୍ୱାସ୍ଥ୍ୟମିଶନର ଜିଲ୍ଲାକାର୍ଯ୍ୟକ୍ରମ ପରିଚାଳକ ଶ୍ରୀଜେରାଜେଶ ରାଓ ପଟ୍ଟନାୟକ ଉପସ୍ଥିତଥିଲେ ।ଆଶା ସଂଯୋଜିକା ଶ୍ରୀମତୀ ରାଜଲକ୍ଷ୍ମୀମହାନ୍ତିଏହିକାର୍ଯ୍ୟକ୍ରମ ପରିଚାଳନାକରିଥିଲେ ।ବର୍ତ୍ତମାନ ସ୍ଥିତିହେଉ ଅବା କୋଭିଡ୍‌ ଭଳି ମହାମାରୀ ପରିସ୍ଥିତିରେ ଅପହଞ୍ଚ ଗ୍ରାମାଞ୍ଚଳଠାରୁ ଆରମ୍ଭ କରିସହରାଞ୍ଚଳ ପର୍ଯ୍ୟନ୍ତ ଘରେଘରେସ୍ୱାସ୍ଥ୍ୟସେବା ପହଞ୍ଚାଇବାରେ ଆଶା ମାନଙ୍କ ଭୂମିକା ବେଶ୍‌ଗୁୁରୁତ୍ୱପୂର୍ଣ୍ଣ ।ଗୋଷ୍ଠୀ ଓ ସ୍ୱାସ୍ଥ୍ୟବ୍ୟବସ୍ଥା ମଧ୍ୟରେସୁସମନ୍ୱୟରକ୍ଷାକରି ଉପଲବ୍ଧ ସ୍ୱାସ୍ଥ୍ୟସେବାର ପୂର୍ଣ୍ଣ ବିନିଯୋଗମା ଧ୍ୟମରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ଆଣିବାରେ ଆଶାଙ୍କର ନିରନ୍ତର ପ୍ରୟାସ ଅନସ୍ୱୀକାର୍ଯ୍ୟ । ଜନସାଧାରଣଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟସେବା ଯୋଗାଇଦେବା ସହିତ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଦିଗରେ ସେମାନଙ୍କଭୂମିକା ବେଶଗୁରୁତ୍ୱପୂର୍ଣ୍ଣ ।
ଗୋଷ୍ଠୀର ଲୋକମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ଆଶାକର୍ମୀଙ୍କଉତ୍ସର୍ଗୀକୃତ ମନୋଭାବ ପ୍ରଦର୍ଶନ ପୂର୍ବକଏହିକାର୍ଯ୍ୟକ୍ରମ ଅବସରରେରାୟଗଡ ଜିଲ୍ଲାର୧୧ ଟି ବ୍ଲକଏବଂ ଦୁଇଟିପୌର ପରିଷଦର ମୋଟ ୩୭ ଜଣ ଆଶାକର୍ମୀଙ୍କୁ ଶ୍ରେଷ୍ଠ ଆଶାଭାବେ ମାନପତ୍ର ପ୍ରଦାନ କରାଯିବାସହିତ ପୁରସ୍କୃତକରାଯାଇଥିଲା । ସେହିପରିଭାବେ ୧୩ଟି ମହିଳା ଆରୋଗ୍ୟ ସମିତି ୫ଟି ପଞ୍ଚାୟତଏବଂ ୧୧ ଟିଗ୍ରାମକଲ୍ୟାଣସମିତିକୁ ମଧ୍ୟ ପୁରସ୍କୃତ ହୋଇଥିଲେ ।ପରିବାର ନିୟୋଜନ ଏବଂ ପ୍ରସବୋତ୍ତରଗର୍ଭ ନିରୋଧକକ୍ଷେତ୍ରରେ ୨୦୨୦-୨୧ ମସିହା ପାଇଁ ୩ ଜଣ ଚିକିତ୍ସା ଅଧିକାରୀ,୩ ଜଣ ଆଶାକର୍ମୀ,୩ ଜଣ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ (ପୁରୁଷ)ଏବଂଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ ରଜଗନ୍ନାଥ ପୁରକୁ ଶ୍ରେଷ୍ଠବ୍ଲକଭାବେ ପୁରସ୍କାର ପ୍ରଦାନ କରାଯାଇଥିଲା .ଏବଂ୨୦୨୧-୨୨ ମସିହାରେସର୍ବାଧିକ ପରିବାର ନିୟୋଜନ ଅସ୍ତ୍ରୋପଚାର କରିଥିବାରୁ ଡା ଶ୍ରବଣକୁମାର ସାହୁ କାରଙ୍କୁ ସ୍ୱତନ୍ତ୍ର ଭାବେ ପରୁସ୍କୃତ ହୋଇଥିଲେ। ଡା ରତିକାନ୍ତ ସାହୁ ସର୍ବାଧିକ ଅଲ୍ଟ୍ରାସୋନୋଗ୍ରାଫିକରିଥିବାରୁ ତାଙ୍କୁ ମାନପତ୍ର ପ୍ରଦାନ କରାଯିବାସହ ପୁରସ୍କୃତ ମଧ୍ୟ କରାଯିବ ।ଏହି କାର୍ଯ୍ୟକ୍ରମରେ ବହୁ ଆଶାକର୍ମୀଙ୍କ ସମେତ ଗାଁ କଲ୍ୟାଣସମିତି, ମହିଳା ଆରୋଗ୍ୟ ସମିତିର କର୍ମକର୍ତ୍ତା ଏବଂଜିଲ୍ଲାସ୍ୱାସ୍ଥ୍ୟ ସମିତିର କର୍ମଚାରୀଗଣଉପସ୍ଥିତ ରହିବେ ।   ( ରିପୋର୍ଟ-ସହଦେବ ସାହୁ)
                                 

Recent Comments

Leave Comments

Top