ସୁବର୍ଣ୍ଣପୁର/୩୦/୦୩/୨୦୨୨/( ନ୍ୟୁଜ-ଆଧାର ଓଡିଶା) ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଡାଇଲେସିସ୍ ସେବା ଚାଲୁକରିବା ପାଇଁ ଆଜି ପରିବର୍ତ୍ତନ ଗୃପ ପକ୍ଷରୁ ସ୍ଥାନୀୟ ସିଡିଏମଓଙ୍କ କାର୍ଯ୍ୟାଳୟ ଘେରାଉ କରି ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାରେ ହଜାର ହଜାର କିଡନୀ ରୋଗୀ ଥିବାବେଳେ ଶହ ଶହ ଲୋକ ପ୍ରତିଦିନ ଡାଇଲିସିସ୍ ର ଆବଶ୍ୟକତା ରହିଛି ।ତେବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ସେବା ଯୋଗାଇବା ପାଇଁ ଭିତ୍ତିଭୂମୀର ବିକାଶକରି ଆବଶ୍ୟକୀୟ ଉପକରଣ ରଖାଯାଇ ଡାକ୍ତରମାନଙ୍କୁ ତାଲିମ ମଧ୍ୟ ଦେଇଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ଡାଇଲିସିସ ମେସିନ ମହଜୁଦ ଥିବା ବେଳେ ତାଲିମପ୍ରାପ୍ତ ଡାକ୍ତର ମଧ୍ୟ ଅଛନ୍ତି ।ତେବେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଡାଇଲିସିସ ସେବା ଅଦ୍ୟାବଧି ଆରମ୍ଭ ହୋଇପାରି ନାହିଁ।ବିଭିନ୍ନ ସମୟରେ ସ୍ଥାନୀୟ ଲୋକ ତଥା ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନପକ୍ଷରୁ କ୍ରମାଗତ ଭାବରେ ଦୀର୍ଘ ଦିନରୁ ଦାବି କରି ଆସୁଥିଲେ ହେଁ ଏହାର ସମାଧାନ ନ ହେବାରୁ ଆଜି ସ୍ବେଚ୍ଛାସେବୀ ଅନୁଷ୍ଠାନ 'ପରିବର୍ତ୍ତନ' ପକ୍ଷରୁ ବରିଷ୍ଠ ଆଇନଜୀବୀ ବଳଦେବ ପ୍ରସାଦ ବେଦବାକଙ୍କ ନେତୃତ୍ୱରେ ଅନେକ ନେତା ,ସଚେତନ ନାଗରିକ ଙ୍କସହ ଅନେକ କିଡିନୀ ରୋଗୀମାନଙ୍କୁ ଧରି ଆଜି ସିଡିଏମ୍ ଓ ଙ୍କ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ ସହ ଆନ୍ଦୋଳନ କରାଯାଇଛି । ଯେ ପର୍ଯ୍ୟନ୍ତ ଡାଇଲିସିସ ସେବା ଆରମ୍ଭ ନ ହେବ ଆନ୍ଦୋଳନ ଜାରି ରହିବ ବୋଲି ଦୁର୍ବାର ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ମାନେ । ଅପରପକ୍ଷରେ ଆସନ୍ତା ୮ତାରିଖ ସୁଦ୍ଧା ଡାଇଲିସିସ ସେବା ଆରମ୍ବ କରାଯିବା ନେଇ ସିଡିଏମଓଙ୍କ ଲିଖିତ ପ୍ରତିଶୃତି ପରେ ଆଜିର ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଆଜିର ଆନ୍ଦୋଳନରେ ଅନ୍ୟମାନଙ୍କ ସହ ଦଶଦିପ୍ତ ମହାପାତ୍ର, ସୁରେଶ ପାତ୍ର, ଶ୍ରଦ୍ଧାଞ୍ଜଳି ମିଶ୍ର,ସତ୍ୟନାରାୟଣ ମିଶ୍ର,ବାସୁଦେବ ବେହେରା,ସଂକର୍ଷଣ ବାଘ,କେଶବ ସାହୁ,ବନମାଳୀ ପ୍ରଧାନ, ସଂଜିବ ସାହୁ ପ୍ରମୁଖ ଙ୍କସହ ଅନେକ ନେତାମାନେ ଯୋଗଦେଇଥିଲେ। ( ରିପୋର୍ଟ-ଯୁଧିଷ୍ଠିର ସାହୁ)
Recent Comments