ନୂଆପଡ଼ା/ ୩୦/୦୩/୨୦୨୨/( ନ୍ୟୁଜ-ଆଧାର ଓଡିଶା) ନୂଆପଡା ବ୍ଳକ ଅନ୍ତର୍ଗତ ବଏରଭାଡି ଗ୍ରାମରେ ଏକ ଜଙ୍ଗଲି ଭାଲୁ ଆଜି ସକାଳ ୭ ଘଟିକା ସମୟରେ ଗ୍ରାମର ୬୦ବର୍ଷିୟ ବୃଦ୍ଧା ମଉଲୀ ପାଣ୍ଡେଙ୍କୁ ଲହୁଲୁହାଣ କରିବା ଫଳରେ ଅଞ୍ଚଳରେ ଆତଙ୍କର ଖେଳିଛି ।ବୃଦ୍ଧା ଜଣକ ମହୁଲ ଫୁଲ ଗୋଟାଉଥିବା ସମୟରେ ହଠାତ ଭାଲୁ ଆକ୍ରମଣ କରିଥିଲା ।ଘଟଣା ଘଟିଛି ନିଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ମହୁଲ ଗଛ ତଳେ । ଖବର ପାଇବା ମାତ୍ରେ ଗ୍ରାମର ଲୋକେ ତୁରନ୍ତ ବୃଦ୍ଧାଙ୍କୁ ଜଙ୍ଗଲରୁ ଭାଲୁ ଦାଉରୁ ଉଦ୍ଧାର କରି ଘରକୁ ଆଣିଥିଲେ । ଖବର ପାଇ ବଏରଭାଡି ସରପଞ୍ଚ ରୋହିତ ରାଉତ ଏବଂ ସମିତିସଭ୍ୟ ଚନ୍ଦନ ବଞ୍ଜାରା ବୃଦ୍ଧାଙ୍କୁ ଏକ ଗାଡ଼ିକରି ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସାପାଇଁ ପଠାଇଥିଲେ ମଉଲୀ ଅତି ଗରିବଶ୍ରେଣୀୟ ଅଟନ୍ତି. ତାଙ୍କ ଏକମାତ୍ର ପୁଅ ଥିଲା ହେଲେ ବିଡ଼ମ୍ବନାର ବିଷୟ ଏହିକି ଗତବର୍ଷ ସେ କୈାଣସି କାରଣରୁ ଆତ୍ମହତ୍ୟା କରିଥିଲା । ଏ ସମ୍ପର୍କରେ ଖରିଆରରୋଡ ଟେରିଟୋରିଆଲ ରେଞ୍ଜର ଶ୍ରୀମାନ ନିରଞ୍ଜନ ମାଝୀଙ୍କୁ ପଚାରିବାରୁ ମଉଲୀ ମାଝୀ ଯଦି ଜଙ୍ଗଲୀ ଭାଲୁର ଆକ୍ରମଣରେ ଲହୁଲୁହାଣ ହୋଇଛନ୍ତି ତେବେ ନିଶ୍ଚୟ ରୂପେ ସରକାରୀ ସାହାଯ୍ୟ ଯୋଗାଇଦିଆଯିବ ବୋଲି ମତବ୍ୟକ୍ତ କରିଛନ୍ତି ।
( ରିପୋର୍ଟ-ସୁଜିତକୁମାର ପ୍ରଧାନ )
Recent Comments