logo
add image
ମମତା ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ଆଦରଣୀୟ ମାତୃତ୍ୱ ସେବାଉପରେ ଏକ ଦିବସିୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ.

ମମତା ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ଆଦରଣୀୟ ମାତୃତ୍ୱ ସେବାଉପରେ ଏକ ଦିବସିୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ.

ଭବାନୀପାଟଣା/୩୦/୦୧/୨୪/(ଆଧାର ମିଡ଼ିଆ)ମମତା ହେଲଥ ଇନଷ୍ଟିଚ୍ୟୁଟ ଫର ମଦର ଆଣ୍ଡ ଚାଇଲଡ଼ ଅର୍ଗାନାଇଜେସନର ପ୍ରକଳ୍ପ ଜାଗୃତି ଦ୍ଵାରା ଭବାନୀପାଟଣା ବ୍ଲକରେ ୪୦ଜଣ ସ୍ୱାସ୍ଥ୍ୟ .ସେବିକା ମାନଙ୍କୁ ନେଇ ନିରାପଦ ଏବଂ ଆଦରଣୀୟ ମାତୃତ୍ୱ ଉପରେ ଏକଦିବସୀୟ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି. ଯେପରି ସମ୍ମାନ ପାଇବ ସମସ୍ତଙ୍କର ମୌଳିକ ଅଧିକାର. ଠିକ ସେହିପରି ଜାତି, ଧର୍ମ ,ବର୍ଣ୍ଣ,ଶିକ୍ଷା ଏବଂ ଅର୍ଥ ଅଭାବ କାରଣରୁ ଯେପରି କେହି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଯତ୍ନବାନ ହେବା ପାଇଁ ଗ୍ରାମ ସେବିକା ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା।ଭାରତବର୍ଷ ରେ ପ୍ରତି ଦଶଜଣ ମହିଳାଙ୍କ ମଧ୍ୟରୁ ପ୍ରାୟ ସାତଜଣ ମହିଳାଙ୍କୁ ଗର୍ଭାବସ୍ଥା ଏବଂ ପ୍ରସୂତି ସମୟରେ ଅତ୍ୟାଚାରର ସାମ୍ନା କରିବାକୁ ପଡ଼ିଥାଏ. ଯାହାଦ୍ଵାରା ନର୍ସ, ଡାକ୍ତର ଏବଂ  ଚିକିତ୍ସା ସେବାପ୍ରତି ମହିଳା ମାନଙ୍କର ଡର ଆସିଥାଏ.ଏବଂ ସେମାନେ ସଂସ୍ଥାଗତ ପ୍ରସବରୁ ଦୂରରେ ରୁହନ୍ତି । ଏହା ପ୍ରସୂତି ଏବଂ ଗର୍ଭବତି ମାନଙ୍କର ମାନସିକ ସ୍ଥିତିକୁ ମଧ୍ୟ ପ୍ରଭାବିତ କରିଥାଏ। ତେଣୁ ପ୍ରକଳ୍ପ ଜାଗୃତି ମାଧ୍ୟମରେ ସେବିକା ମାନଙ୍କୁ ଆଦରଣୀୟ ମାତୃସେବା ଯୋଗାଇଦେବା ଉପରେ ସଚେତନ କରୁଅଛି  । ଏହି ପ୍ରଶିକ୍ଷଣରେ କିଛି ରୋଲ ପ୍ଲେ ଏବଂ କେସଷ୍ଟଡି ଏବଂ ଦଳଗତ ଆଲୋଚନା ମାଧ୍ୟମରେ କିପରି ଭାବେ ମାତା ମାନଙ୍କୁ ସହାନୁଭୂତି, ସମ୍ମାନ, ସମର୍ଥନ କରାଯିବ ସେ ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା। ଏହି ପ୍ରଶିକ୍ଷଣ ଡ଼ା.ସାକ୍ଷୀ ଦିକ୍ସିତ୍ ଙ୍କ ଦ୍ଵାରା ଦିଆଯାଇଥିଲା. ଏବଂ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସଂଯୋଜିକା ବର୍ଷାରାଣୀ ଦାଶ ଓ ଆରତୀ ନାୟକ, ସିଦ୍ଧାର୍ଥ ବିହାରଙ୍କ ଦ୍ଵାରା ପରିଚାଳିତ କରାଯାଇଥିଲା।

Recent Comments

Leave Comments

Top