logo
add image
ମୁନିଗୁଡାରେ ଭିନ୍ନକ୍ଷମ ଚିହ୍ନଟପ୍ରକ୍ରିୟା

ମୁନିଗୁଡାରେ ଭିନ୍ନକ୍ଷମ ଚିହ୍ନଟପ୍ରକ୍ରିୟା

ମୁନିଗୁଡା/୨୫/୦୧/୨୦୨୪/(ଆଧାର ମିଡ଼ିଆ//ରିପୋର୍ଟ-ସଞ୍ଜୟ କୁମାର ନାଗ) ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକର କମ୍ୟୁନିଟି ହାଲ ମୁନିଗୁଡ଼ା ଠାରେ ଭିନ୍ନକ୍ଷମ ମାନଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ପ୍ରମାଣ ପତ୍ର ଯୋଗାଇ ଦେବା ପାଇଁ ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମୁନିଗୁଡା ପଞ୍ଚାୟତ ସମିତି ପକ୍ଷରୁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ମୁନିଗୁଡା ଗୋଷ୍ଠୀ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଥିବା ବେଳେ ମୁନିଗୁଡା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ମୁନା ତାଡିଙ୍ଗଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁନିଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିତମ କୁମାର ତନ୍ତୀ ଯୋଗଦେଇ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ମୁନିଗୁଡା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଡାଳିମ୍ବ ନାୟକ, ଡିଏସଏସଓ ରାୟଗଡ଼ା ସୀମାଞ୍ଚଳ ମହାପାତ୍ର, ରାୟଗଡ଼ା ଭିନ୍ନକ୍ଷମ ମାହାସଂଘ ସଂପାଦକ ଅମରେନ୍ଦ୍ର ନାଥ,ଓ ସଭାପତି ଶିଶିର ରାହୁଲ ପ୍ରମୁଖ ଉପସ୍ଥିତ ରହିଥିଲେ। ଶିବିରରେ ସର୍ବମୋଟ ୧୨୦ ଜଣ ଭିନ୍ନକ୍ଷମ ପଞ୍ଜୀକୃତ ହୋଇଥିବା ବେଳେ ଭିନ୍ନକ୍ଷମ ମାନଙ୍କ ରୋଗ ଚିହ୍ନଟ କରିବା ଓ ପ୍ରମାଣ ପତ୍ର ଯୋଗାଇ ଦେବାସହ ଦୁଇଜଣଙ୍କୁ ସିପି ଚେୟାର, ଜଣଙ୍କୁ ହୁଇଲ ଚେୟାର ଓ ଅନ୍ୟ ଜଣଙ୍କୁ ଟ୍ରାଇ ସାଇକେଲ ଯୋଗାଇ ଦିଆଯାଇଥିଲା।ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ବିଭାଗର ବିଶେଷଜ୍ଞ ମାନେ ଉପସ୍ଥିତ ରହି ଭିନ୍ନକ୍ଷମ ମାନଙ୍କୁ ଚିହ୍ନଟକରି ପ୍ରମାଣପତ୍ର ଯୋଗାଇ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ  ମୁନିଗୁଡା ବ୍ଲକ ସାମାଜିକ ସୁରକ୍ଷା ବିଭାଗ ଜୁନିୟର ଆସିଷ୍ଟାଣ୍ଟ କଳ୍ପନା ସାହୁ ପରିଚାଳନା କରିଥିବା ବେଳେ ସାମାଜିକ ସୁରକ୍ଷା ବିଭାଗର ପୋଗ୍ରାମ ଆସିଷ୍ଟାଣ୍ଟ ସୁରଜ କୁମାର ମଲ୍ଲିକ ସମ୍ପୂର୍ଣ ସହଯୋଗ କରିଥିଲେ।

 

Recent Comments

Leave Comments

Top