ବୌଦ୍ଧ/ ୯/୦୩/୨୦୧୨/( ନ୍ୟୁଜ-ଆଧାର ଓଡିଶା) ବଦଳୁଛି ଦୁନିଆ । ଦ୍ରୁତଗତିରେ ଅଗ୍ରଗତି ହେଉଛି ଟେକ୍ନଲୋଜି । ଆଉ ଟେକ୍ନଲୋଜି କୁ ବ୍ୟବହାର କରି ଡିଜିଟାଲ ହେଉଛି ଜୀବନଶୈଳୀ । କୌଣସି ଜିନିଷ କିଣିବା ପାଇଁ ହେଉ ଅବା ହଜିଯାଇଥିବା ସାଙ୍ଗକୁ ଖୋଜିବା ପାଇଁ ହେଉ ଏବେ ସମସ୍ତଙ୍କ ପ୍ରିୟ ହୋଇଛି ଡିଜିଟାଲ ପ୍ଲାଟଫର୍ମ । ଏହାରି ଭିତରେ ଡିଜିଟାଲ ପ୍ଲାଟଫର୍ମରେ ଏବେ ଯୋଡି ହୋଇଛି ସ୍ୱାସ୍ଥ୍ୟସେବା । ଗ୍ରାମାଚଂଳର ଲୋକମାନଙ୍କୁ ବଡବଡ ଡାକ୍ତରଙ୍କ ପରାମର୍ଶ ଓ ଚିକିତ୍ସାସେବା ଯୋଗାଇଦେବା ଉଦ୍ଦେଶ୍ୟରେ ବୌଦ୍ଧ ଜିଲ୍ଲାର ଶାହାଜପାଲ ରେ ଖୋଲିଛି ପ୍ରଧାନ କିଓର ବେ ଇ-ଚିକିତ୍ସା । ଯାହାକୁ ନେଇ କେବଳ ଅଚଂଳବାସୀ କାହିଁକି ଜିଲା ପ୍ରଶାସନ ବି ଖୁସିବ୍ୟକ୍ତ କରିଛି ।
ମହାମାରୀ କରୋନା ଅନେକ ଶିକ୍ଷା ଦେଇଛି । ସ୍ୱାସ୍ଥ୍ୟସେବା ପାଇଁ ରୋଗୀଙ୍କୁ ଡାକ୍ତରଖାନା ବାରଣ ଥିଲା । ସମୟ ଏମିତି ଥିଲା ଯେ ଚିକିତ୍ସା ତ ଦୁରର କଥା ଡାକ୍ତରଙ୍କ ପରାମର୍ଶ ବି ମିଳିପାରୁନଥିଲା । କେବଳ ସେତିକି ନୁହଁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ଚକ୍କର କାଟିବାକୁ ପଡିଥାଏ । ନମୁନା ପରୀକ୍ଷା ପାଇଁ ଏ ଲ୍ୟାବରୁ ସେ ଲ୍ୟାବକୁ ଦୌଡିଦୌଡି ହତାଶ । ଏହା ସହିତ ଦଲାଲ ହାବୁଡରେ ପଡି ଅଯଥା ଖର୍ଚ୍ଚାନ୍ତି ବି କରିବାକୁ ପଡିଥାଏ । ଏହାକୁ ଆଖି ଆଗରେ ରଖି ବଦଳୁଥିବା ଟେକ୍ନଲୋଜିକୁ ବ୍ୟବହାର କରି କିଓରବେ ଆଣିଛି ଇ-ଚିକିତ୍ସା ସେବା । ବୌଦ୍ଧ ଜିଲାର ଶାହାଜପାଲରେ ପ୍ରଥମେ ଖୋଲାଯାଇଛି ପ୍ରଧାନ କିଓରବେ ଇ-କ୍ଲିନିକ । ଗ୍ରାମାଚଂଳରେ ବସବାସ କରୁଥିବା ଶତକଡା ୭୦ ଭାଗ ଜନସାଧାରଣ ଏବଂ ସହରରେ ରହୁଥିବା ଶତକଡା ୭୫ ଡାକ୍ତରଙ୍କ ମଧ୍ୟରେ ଦୁରତାକୁ ଦୁର କରିଛି କିଓରବେ । ଏଣିକି ରୋଗର ପ୍ରାଥମିକ ଚିକିତ୍ସା ପାଇଁ କିଓରବେ ଇ-ଚିକିତ୍ସା ଦେଶର ବଡବଡ ଡାକ୍ତରଙ୍କ ସିଧାସଳଖ ରୋଗୀଙ୍କୁ ରୋଗ ଅନୁଯାୟୀ ଦେବେ ପରାମର୍ଶ । ରକ୍ତପରୀକ୍ଷା ହେଉ ଅବା ଡାଇବେଟିସ,ସୁଗାର,ଇସିଜି ପରୀକ୍ଷା ଭଳି ସମସ୍ତ ଲ୍ୟାବର ସୁବିଧା ଏବଂ ତାର ଉପଚାର ସମ୍ପର୍କୀତ ପରାମର୍ଶ ସହିତ ଚିକିତ୍ସା ଯୋଗାଇବ କିଓରବେ । ଉନ୍ନତ ମାନର ଟେକ୍ନଲୋଜିକୁ ବ୍ୟବହାର କରି ଗ୍ରାମାଚଂଳର ଲୋକଙ୍କୁ ସୁଲଭ ମୁଲ୍ୟରେ ଚିକିତ୍ସାସେବା,ପରାମର୍ଶ ଯୋଗାଇଦେବା ପାଇଁ ବୌଦ୍ଧ ଜିଲାର ଶାହାଜପାଲରେ କିଓରବେ ଇ-କ୍ଲିନିକ ଖୋଲିଥିବାବେଳେ ଏହାକୁ ଉଦଘାଟନ କରିଛନ୍ତି ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର । ଏହି ଚିକିତ୍ସା ସୁବିଧା କେବଳ ଶାହାଜପାଲ କାହିଁକି ଜିଲାର ଦୁର୍ଗମ ଅଚଂଳ ସମେତ କନ୍ଧମାଳ ଜିଲାରେ ବି ଖୋଲାଯିବ ବୋଲି କହିଛନ୍ତି କିଓରବେ ରେ ସିଇଓ ତଥା ଫାଉଣ୍ଡର ପ୍ରିୟଦର୍ଶୀ ମହାପାତ୍ର । ଉଦଘାଟନ ଉତ୍ସବରେ ଜିଲାପାଳଙ୍କ ସମେତ ବୌଦ୍ଧ ଏଡିଏମଓ କିଶୋର ପଟନାୟକ, କିଓରବେର ଆଡଭାଇଜର ଡଃ. ବିରେନ ସାହୁ, ୟାଇସିଡିଏର ଅଧକ୍ଷ ରାଜେନ୍ଦ୍ର ମେହେର, ଶୀବ ମିଶ୍ର, ସମାଜସେବୀ ବିଶ୍ୱଜିତ ପ୍ରଧାନ ଭଳି ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ । ଏହା ସହିତ ବୌଦ୍ଧର ଶାହାଜପାଲରେ ନୂତନ ଭାବେ ଖୋଲିଥିବା ପ୍ରଧାନ କିଓରବେ ସୂତ୍ରଧାର ସୁବ୍ରଜିତ ପ୍ରଧାନ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତୁଲାଇଥିବା ବେଳେ ଏଥିରେ କିଓରବେର ସହଯୋଗୀ ବିକାଶ ଦିଗାଲ,ଆଶୁତୋଷ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ । ଉଦଘାଟନ ସମାରୋହରେ ଆୟୋଜିତ କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ପୁରୁଷ ଓ ମହିଳା,ଯୁବକ ମାନେ ସାମିଲ ହୋଇ କିଓରବେ ଇ- ଚିକିତ୍ସା ବାବଦରେ ଜାଣିଥିଲେ । ବଦଳୁଥିବା ଦୁନିଆରେ ଡିଜିଟାଲ ମାଧ୍ୟମରେ ବଡବଡ ଡାକ୍ତରଙ୍କ ଡାକ୍ତରୀ ପରାମର୍ଶ, ଡାକ୍ତରୀ ଯାଚଂ, ଫାର୍ମାସି, ଡାକ୍ତରଖାନା ବୁକିଂ, ଜରୁରୀ କାଳିନ ଚିକିତ୍ସାସେବା ଗ୍ରାମଚଂଳରେ ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଣିବ ବୋଲି ଏହି ଅବସରରେ କହିଛନ୍ତି ଜିଲାପାଳ । ଡିଜିଟାଲ ଭାରତରେ ଏବେ ସ୍ୱାସ୍ଥ୍ୟସେବା ବି ଯୋଡି ହୋଇଥିବାବେଳେ ଗ୍ରାମାଚଂଳର ଲୋକେ ଦଲାଲ ବିନା ସଠିକ ରୋଗ ପାଇଁ ଉତମ ଡାକ୍ତରଙ୍କ ପରାମର୍ଶ ପାଇପାରୁଥିବାରୁ ଏହାକୁ ନେଇ ଅଚଂଳବାସୀ ବେଶ ଖୁସି ହେବା ସହିତ ଏହା ସ୍ୱାସ୍ଥ୍ୟ ସମସ୍ୟା ଦୁର କରିପାରିବା ଦିଗରେ ସହାୟକ ହୋଇପାରିବ ।
ରିପୋର୍ଟ-ଧବଳେଶ୍ଵର ମହାପାତ୍ର
Recent Comments