logo
add image
 ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଅଧିକାର କରି ଲୋକପ୍ରିୟତା ଅର୍ଜନକଲେ ଅନନ୍ତ

ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଅଧିକାର କରି ଲୋକପ୍ରିୟତା ଅର୍ଜନକଲେ ଅନନ୍ତ

ବିଷମକଟକ/ରାୟଗଡା/୨୮/୦୩/୨୦୨୨/ ନାଁ ତାଙ୍କର ଅନନ୍ତ ଵିସଇ ପିଲାଟି ଦିନରୁ ସମାଜରେ ଶ୍ରେୟ ହୋଇ ବଂଚିବା ତାଙ୍କ ଲକ୍ଷ୍ୟ । ଏକ ସାଧାରଣ ପରିବାରରେ ଜନ୍ମ ହୋଇ ବି ପିଲାଟି ଦିନରୁ ସଂଘର୍ଷ ଭିତରେ କଟି ଚାଲିଛି ତାଙ୍କ ଜୀବନର ପଥ । ଗରିବ ଘରେ ଜନ୍ମ ହେବା ବି ଆଜିର ସମାଜପାଇଁ ଏକ ଅଭିଶାପ ତୁଲ୍ୟ । ହେଲେ ନିଜ ହାତଖର୍ଚ୍ଚ ସାଙ୍ଗକୁ ପରିବାରର ଖର୍ଚ୍ଚ ବହନପାଇଁ ବି ଅନନ୍ତ ଏକ ବିହିତ ଚେଷ୍ଟାରେ ବିଶମକଟକର ଛୋଟ  ହୋଟେଲ୍ ରେ କାର୍ଯ୍ୟ ନିର୍ବାହ କରି ଦୁଇପାଇସା ରୋଜଗାର କରି ଚଳୁଛନ୍ତି. କିନ୍ତୁ ସୁସ୍ଥ ଜୀବନ ସୁଖୀ ଜୀବନ ପାଇଁ ପ୍ରତିଦିନ ଦୁଇ ଚାରିଘଣ୍ଟା ବ୍ୟାୟାମ କରି  ଜିମ ଯାଇ ନିଜ ଶରୀରକୁ ସୁସ୍ଥ ରଖିବାର ପ୍ରୟାସ ଏବେବି ଜାରି ରଖିଥିବା ବେଳେ ।  କୌଣସି ଏକ ସୁଯୋଗକୁ ପ୍ରତୀକ୍ଷା କରି ଚାଲିଥିବା ମହେଶଙ୍କୁ  ମିଷ୍ଟର ସୁନ୍ଦର ସ୍ୱାସ୍ଥ୍ୟ  ପ୍ରତିଯୋଗିତାରେ ଭାଗ ନେବାର ସୁଯୋଗ ମିଳିବା ପରେ ସେ ଓଡିଶାର ରାୟଗଡାର କାସିପୁର ମିଷ୍ସୁନ୍ଦର ସ୍ୱାସ୍ଥ୍ୟରେ ନିଜର ଦକ୍ଷତା ଦେଖାଇ ତୃତୀୟ ସ୍ଥାନ ପାଇ ବେଶ ଲୋକପ୍ରିୟ ହୋଇଛନ୍ତି ମିଷ୍ଟର ଅନନ୍ତ. ଆଜି ପ୍ରତିଯୋଗିତା ସାରି କାସିପୁର୍ ଠାରୁ ବାହାରି ବିଷମକଟକରେ ଵସ୍ ଯୋଗେ ପହଂଚି ଘରକୁ ଫେରିଛନ୍ତି ଅନନ୍ତ. ତେବେ ଏକ ଛୋଟିଆ ହୋଟେଲରେ କାର୍ଯ୍ୟ ପରିଚାଳନା  ବ୍ୟତୀତ ପରିବାର ସମ୍ଭାଳିବା ସହ ଆଗକୁ ଆହୁରି ବଢିବାର ଚେଷ୍ଟାରେ ମହେଶ ରହିବେ ବୋଲି ଅନନ୍ତ ପ୍ରକାଶ କରିଛନ୍ତି. କିନ୍ତୁ ସରକାର ଯଦି ଟିକେଦୃଷ୍ଟି ଦିଅନ୍ତେ ତେବେ ଆଗକୁ ଆହୁରି ଭଲକରି ରାଜ୍ୟ ତଥା ଦେଶପାଇଁ କିଛି କରି ସୁନାମ ଅର୍ଜନ କରିପାରିବେ ବୋଲି କୋହଭରା କାନ୍ଥରେ ସରକାରଙ୍କୁ ନିବେଦନ କରିଛନ୍ତି ଅନନ୍ତ .(ରିପୋର୍ଟ -କାଶୀନାଥ ପାଳ ବିଷମକଟକ)

         

 

 
                                              

Recent Comments

Leave Comments

Top