ସୁବର୍ଣ୍ଣପୁର/୨୮/୦୩/୨୦୨୨/ (ନ୍ୟୁଜ-ଆଧାର ଓଡିଶା) ସମାଜରେ ନାରୀ ଆଉ ଅବଳା ଦୁର୍ବଳା ହୋଇ ରହିନାହିଁ। ପ୍ରତ୍ୟେକ କ୍ଷେତ୍ରରେ ପୁରୁଷଙ୍କ ଭଳି ନିଜର ପାରଦର୍ଶିତା ଦେଖାଉଛନ୍ତି ନାରୀମାନେ। ରବିବାର ପରଲୋକ ଘଟିଥିବା ଚନ୍ଦ୍ରଶେଖର ମହାଣାଙ୍କ ଶେଷ ସଂସ୍କାର ସମୟରେ ମୁଖାଗ୍ନି ଦେଇ ସମାଜରେ ଉଦାହରଣ ସାଜିଛନ୍ତି ତାଙ୍କ ଏକମାତ୍ର ଝିଅ ପରିମିତା ।
ରବିବାର ମଧ୍ୟାହ୍ନରେ ବୁର୍ଲା ବଡ ମେଡିକାଲରେ ସୋନପୁର ମହାବିଦ୍ୟାଳୟର ବରିଷ୍ଠ କିରାଣୀ ଚନ୍ଦ୍ରଶେଖର ମହାଣାଙ୍କ ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୧ ବର୍ଷ ହେଉଥିଲା । ଶନିବାର ସନ୍ଧ୍ୟାରେ ସେ ଅସୁସ୍ଥତା ଅନୁଭବ କରିବାରୁ ସାନଭାଇ ଗୋବିନ୍ଦ ପ୍ରଥମେ ଚନ୍ଦ୍ରଶେଖରଙ୍କୁ ସୋନପୁର ଡାକ୍ତରଖାନାକୁ ନେଇଥିଲେ, ତେବେ ସୋନପୁର ଜିଲ୍ଲା ଡାକ୍ତରଖାନାର ଡାକ୍ତର ଚନ୍ଦ୍ରଶେଖରଙ୍କୁ ବୁର୍ଲା ପଠାଇ ଦେଇଥିଲେ । ରବିବାର ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତ୍ ଯୋଗୁଁ ଚନ୍ଦ୍ରଶେଖରଙ୍କ ଦେହାନ୍ତ ହୋଇଛି । ରବିବାର ଅପରାହ୍ନରେ ରାମେଶ୍ୱର ଶ୍ମଶାନରେ ଶବଦାହ କରାଯାଇଛି । ତେବେ ଚନ୍ଦ୍ରଶେଖଙ୍କ ଏକମାତ୍ର ଝିଅ ପରିମିତା ମୁଖାଗ୍ନି ଦେଇଛନ୍ତି ।
ଚନ୍ଦ୍ରଶେଖର ଜଣେ କର୍ତ୍ତବ୍ୟନିଷ୍ଠ ଏବଂ ମେଳାପୀ ବ୍ୟକ୍ତିଥିଲେ । ତାଙ୍କର ନିଧନରେ ସୋନପୁର ମହାବିଦ୍ୟାଳୟ ତଥା ସହରରେ ଶୋକର ଛାୟା ଖେଳିଯାଇଛି । ସେ ମୂଳତଃ ବଡବଜାର ମହାଣା ପଡା ବାସିନ୍ଦା । ତେବେ ବ୍ଲକଛକ ଶକ୍ତି ନଗରରେ ସପରିବାର କିଛିବର୍ଷ ହେଲା ରହି ଆସୁଥିଲେ । ରବିବାର ମୃତଦେହ ଶକ୍ତିନଗର ନିଜ ଘରକୁ ଆଣିବାପରେ ମହାବିଦ୍ୟାଳୟର ବହୁ କର୍ମଚାରୀ,ସହପାଠୀ ତଥା ଆତ୍ମୀୟ ସ୍ୱଜନ ଶେଷ ଦର୍ଶନ ପାଇଁ ଆସିଥିଲେ । ପରେ ଟିକିରିପଡା ମହାଣାପଡା ନିଜ ଘର ଦେଇ ରାମେଶ୍ୱର ଶ୍ମଶାନକୁ ନିଆ ଯାଇଥିଲା । ରାମେଶ୍ୱର ଶ୍ମଶାନରେ ଚନ୍ଦ୍ରଶେଖରଙ୍କ ଝିଅ ଦ୍ୱାରା ସଂସ୍କାର କାର୍ଯ୍ୟ ସମାପନ କରାଯାଇଥିଲା । ଚନ୍ଦ୍ରଶେଖରଙ୍କ ଝିଅ ବାପାଙ୍କୁ ମୁଖାଗ୍ନି ଦେଇଥିଲେ ।
( ରିପୋର୍ଟ-ଯୁଧିଷ୍ଠିର ସାହୁ )
Recent Comments