logo
add image
 ସୁସ୍ଥ ଓ ସମୃଦ୍ଧ ଭାରତ ଗଠନରେ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ଦାୟିତ୍ୱ  ଗୁରୁତ୍ୱପୁର୍ଣ୍ଣ

ସୁସ୍ଥ ଓ ସମୃଦ୍ଧ ଭାରତ ଗଠନରେ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ଦାୟିତ୍ୱ ଗୁରୁତ୍ୱପୁର୍ଣ୍ଣ

ବୌଦ୍ଧ/୨୭/0୩/୨୦୨୨/( ନ୍ୟୁଜ-ଆଧାର ଓଡିଶା)  ବୌଦ୍ଧ ଜିଲା ହରଭଙ୍ଗା ବ୍ଳକର ସରସରା ସ୍ଥିତ ବାବା ବୈଦ୍ୟନାଥ ଉଚ୍ଚ ବିଦ୍ୟାଳୟ ପରିସରରେ ଶିକ୍ଷକ ତାଲିମ ଶିବିର ରବିବାର ଦିନ ଉଦଯାପିତ ହୋଇଯାଇଛି  । ଗତ ୨୧ ତାରିଖ ଠାରୁ ଆୟୁଷ୍ମାନ ଭାରତ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମିଳିତ ସଂଯୋଜନାରେ ଆରମ୍ଭ ହୋଇଥିବା ଶିକ୍ଷକ ତାଲିମ ଶିବିରର ଉଦଯାପନି ଦିବସରେ ମୁଖ୍ୟଅତିଥି ଭାବେ ପୁରୁଣାଟକ ସ୍ୱାସ୍ଥ୍ୟ କେନ୍ଦ୍ର ଡା.ମମତା ଦାଶ, ସିଆରସିସି ଧରଣୀଧର ମେହେର ଓ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗଣେଶ୍ୱର ଦାଶ ଅତିଥି ଭାବେ ଯୋଗଦେଇ ସୁସ୍ଥ ଓ ସମୃଦ୍ଧ ଭାରତ ଗଠନରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ଦାୟିତ୍ୱ ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ ବୋଲି ମତପ୍ର୍‌କାଶ କରିଥିଲେ । ଶିବିରରେ ବିଦ୍ୟାଳୟରେ ଥିବା କୌଶୋର ଛାତ୍ରଛାତ୍ରୀମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୋଇ ଶାରିରୀକ  ଓ ମାନସିକ ସୁସ୍ଥ ରହି ଶିକ୍ଷା କ୍ଷେତ୍ରରେ  ଅଗ୍ରସର ହେବ ସେ ସମ୍ବନ୍ଧରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।  ଶେଷରେ ଶିକ୍ଷକ ଅରବିନ୍ଦ ପୁରୋହିତ  ଧନ୍ୟବାଦ ପ୍ରଦାନ କରିଥିଲେ । 

                                                ରିପୋର୍ଟ-ଧବଳେଶ୍ଵର ମହାପାତ୍ର   

 

Recent Comments

Leave Comments

Top