ବୌଦ୍ଧ/୨୭/୧୨/୨୦୨୩/ (ଆଧାର ମିଡ଼ିଆ//ରିପୋର୍ଟ-ଧବଳେଶ୍ଵର ମହାପାତ୍ର)ବୌଦ୍ଧ ଜିଲ୍ଳାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ୱାଇ.ସି.ଡି.ଏ ତରଫରୁ ଏଫ.ଏଫ.ଭି.ଡି.ପି କାର୍ଯ୍ୟକ୍ରମ ଆନୁକୁଲ୍ୟରେ ସାଧାରଣ ସ୍ୱାସ୍ଥ୍ୟ ଓ ସଚେତନତା ଶିବିର ବୌଦ୍ଧ ବ୍ଲକ୍ ଅନ୍ତର୍ଗତ ବିରିଗଡ ଗ୍ରାମରେ ଆୟୋଜନ କରାଯାଇଥିଲା । ଏହି ଶିବିରରେ ପ୍ରାୟ ୫୦ଜଣ ଗ୍ରାମବାସି ଅଂଶଗ୍ରହଣ କରିଥିଲେ | ଏହି ଶିବିରରେ ମେଡିକାଲ ଅଫିସର ଡାକ୍ତର ଶିବକଲ୍ୟାଣ ସୁମନ ପ୍ରଧାନ ଗ୍ରାମବାସୀ ମାନଙ୍କର ଚିକିତ୍ସା କରିବା ସହ କିପରି ରୋଗ ମୁକ୍ତ ରହିପାରିବେ ସେ ବିଷୟରେ ଆଲୋଚନା କରିଥିଲେ | ତାଙ୍କୁ ସାହାଯ୍ୟ କରିବା ପାଇଁ ବଘିଆପାଡା ସ୍ଵାସ୍ଥ ସହାୟକ ବୀରେନ ଶଙ୍କର ପଣ୍ଡା ମଧ୍ୟ ଶିବିରରେ ଉପସ୍ଥିତ ଥିଲେ। ୱାଇ.ସି.ଡି.ଏ ସଂସ୍ଥାର କର୍ମକର୍ତ୍ତା ସୁଚରିତା, ପ୍ରୋଗ୍ରାମ ଅଫିସର (ସ୍ୱାସ୍ଥ୍ୟ ସୁରକ୍ଷା) ଏହି କାର୍ଯ୍ୟକ୍ରମର ସମ୍ପାଦନା କରିଥିଲେ। ଏହାସହ ସଂସ୍ଥାର ପ୍ରୋଗ୍ରାମ ଅଫିସର ଅଙ୍ଗୁରବାଲା ଓ ମୂଲ୍ୟାଙ୍କନ ଅଫିସର ତୀର୍ଥାନନ୍ଦ କାର୍ଯ୍ୟକ୍ରମ ସମ୍ପାଦନାରେ ସହଯୋଗ କରିଥିଲେ।
Recent Comments