ସୁବର୍ଣ୍ଣପୁର/୨୦/୧୨/୨୦୨୩/( ଆଧାର ମିଡ଼ିଆ) ସୋନପୁର ସମ୍ବନିତ ଯୁବବିକାଶ କାର୍ଯକ୍ରମ ଅନ୍ତର୍ଗତ ଏକ ମେଗା ରକ୍ତଦାନ ଶିବିର ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ସୋନପୁର ଠାରେ ଅନୁଷ୍ଟିତ ହୋଇ ଯାଇଛି ।ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ଓ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ ଦୁର୍ଗାଦତ୍ତ ଦାସ ଅତିଥି ଭାବରେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ ।ଏବଂ ଆମେ ଅନ୍ୟକୁ ସବୁବେଳେ କିଛି ଦେବା ଶିଖିବା ଉଚିତ୍ l ତା ଅର୍ଥ କେବଳ ଯେ ଟଙ୍କା ପଇସା ନୁହେଁ. ବିପଦ ବେଳେ ଜଣଙ୍କୁ ସାହସ ଦେବା, ଦୁଃଖ ବେଳେ ସାନ୍ତ୍ଵନା ଦେବା, ଅନ୍ୟର ଜୀବନ ବଞ୍ଚାଇବାକୁ ଯେମିତି ଆଜି ଆପଣ ମାନେ ରକ୍ତଦାନ କରିଛନ୍ତି ବୋଲି ପରାମର୍ଶ କରି ଉତ୍ସାହିତ କରିଥିଲେ l GOVT ITI ର ମୃତୁଞ୍ଜୟ ମହାନ୍ତି ,ଶୁଭେନ୍ଦୁ ବେହେରା,ମାନିନୀ ନନ୍ଦ, ଗାୟତ୍ରୀ କାର୍ଗୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ । ଏହି ରକ୍ତଦାନ ଶିବିରରେ ୩୫ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଡ଼ା, ଚିତ୍ତରଞ୍ଜନ ତ୍ରିପାଠୀ , ଜଗତ ଦରୁଅନ, ଟିଟୁ ଭୋଇ, ମୁନା ନାଏକ ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ। ଜିଲ୍ଲା ରକ୍ତଦାତା ସେବା ସଂଘ ସଭାପତି ମନୋଜ ପଣ୍ଡା ସମସ୍ତ ରକ୍ତ ଦାତାଙ୍କୁ ପ୍ରମାଣପତ୍ର ବଣ୍ଟନ କରିଥିଲେ।
Recent Comments