logo
add image
ସକ୍ଷମ ଭାରତ ପକ୍ଷରୁ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ।

ସକ୍ଷମ ଭାରତ ପକ୍ଷରୁ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ।

ଯୋଡ଼ା/୧୯/୧୨/୨୦୨୩/ (ଆଧାର ମିଡ଼ିଆ) ପୃଥିବୀ ପୃଷ୍ଠରେ ଥିବା ଶସ୍ୟ ଶ୍ୟାମଳ ସୁନ୍ଦର ପ୍ରକୃତିକୁ ଦେଖିବା ପାଇଁ କେବଳ ଦୁଇନେତ୍ର ଆବଶ୍ୟକ. ତେଣୁ ଆମ ଶରୀରର ମୂଲ୍ୟବାନ ଅଙ୍ଗ କହିଲେ ଚକ୍ଷୁକୁ ବୁଝାଇଥାଏ। ତାହାର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ, ଯାହାର ଚକ୍ଷୁ ନାହିଁ ତା ଜୀବନ ଅନ୍ଧକାର ମୟ ଓ ସେହି ଚକ୍ଷୁର ସୁରକ୍ଷା ପାଇଁ ସକ୍ଷମ ଭାରତ ଓ ଭୂମିକା ହସ୍ପିଟାଲ ଏକ ପ୍ରୟାସ ଜାରିରଖିଛି । କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକାର ତିନି ନମ୍ୱର ୱାର୍ଡ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଆନୁକୁଲ୍ୟରେ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ସୂଚନା ଅନୁଯାୟୀ ଯୋଡ଼ା ଏକ ଖଣିବହୁଳ ଅଞ୍ଚଳ ହୋଇଥିବାରୁ ଏଠାରେ ସର୍ବଦା ଧୂଳି ଧୁଆଁ ଉଡୁଥାଏ ଓ ଲୋକମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ସମସ୍ତ ରୋଗ ମଧ୍ୟରୁ ଚକ୍ଷୁ ରୋଗ ଅନ୍ୟତମ, ଯାହାଦ୍ଵାରା ସାଧାରଣତଃ ଲୋକମାନେ ମୋତିଆ ବିନ୍ଦୁ ଭଳି ରୋଗରେ ପୀଡିତ ହୋଇଥାନ୍ତି. ବହୁତ କମ ବୟସର ପିଲାମାନେ ମଧ୍ୟ ଦୂରଦୃଷ୍ଟି ଭଳି ରୋଗର ଶିକାର ହୋଇଥାନ୍ତି। ଏହି ଶିବିର ମାଧ୍ୟମରେ ସକ୍ଷମ ଭାରତ, ଭୂମିକା ହସ୍ପିଟାଲ ଓ ଆଶାର ଦ୍ଵାର ଫାଉଣ୍ଡେସନ ଚକ୍ଷୁ ରୋଗୀମାନଙ୍କର ଦୁଃଖ ନେବାକୁ ପ୍ରୟାସ କରିଛନ୍ତି । ଏହି ଶିବିରରେ ୧୦୦ ଉର୍ଦ୍ଧ ଲୋକ ପଞ୍ଜିକରଣ କରିଥିଲେ. ତହିଁ ମଧ୍ୟରୁ ୫ ଜଣ ମୋତିଆ ବିନ୍ଦୁ ରୋଗୀ ବୋଲି ଚିହ୍ନଟ ହୋଇଥିଲା ବେଳେ ଅବଶିଷ୍ଟ ଦୂରଦୃଷ୍ଟି ବୋଲି ଜଣା ପଡିଥିଲା। ଯେଉଁମାନେ ମୋତିଆ ବିନ୍ଦୁ ବୋଲି ଚିହ୍ନଟ ହୋଇଥିଲେ ସେମାନଙ୍କୁ ଭୂମିକା ହସ୍ପିଟାଲର କର୍ମକର୍ତ୍ତା ମାନେ ଏକ ଭ୍ୟାନ ଗାଡି ଯୋଗେ ତାଙ୍କର ଚିକିତ୍ସା ନିମନ୍ତେ କେନ୍ଦୁଝର ସହରକୁ ସଙ୍ଗେ ସଙ୍ଗେ ନେଇଯାଇଥିଲେ। ସକ୍ଷମ ଭାରତର ରାଜ୍ୟ କାଯ୍ୟାଳୟ ପ୍ରମୁଖ ମଧୁସୂଦନ ମହାନ୍ତ, ଆଶାର ଦ୍ଵାର ଫାଉଣ୍ଡେସନର ସଦସ୍ୟ ବିଜୟ ମହାକୁଡ, ଟଙ୍କଧର ପାତ୍ର ଓ ଭୂମିକା ହସ୍ପିଟାଲର ପୂର୍ବ ଓଡ଼ିଶା ଜୋନାଲ ମ୍ୟାନେଜର କର୍ଣଟ କିଶୋର ଜେନା ,ପାରାମେଡିକ ଷ୍ଟାଫ ସୁନୀତା ରାଣୀ ଗିରି, ଅପର୍ଣା ଖିଲାର,ଅଭିଷେକ ମହାନ୍ତ,ସିଏଚଓ ହିମାଂଶୁ ଶେଖର ପାତ୍ର ମିଳିତ ଭାବରେ ରୋଗୀମାନଙ୍କୁ ବହୁତ ସହଯୋଗ କରିଥିଲେ। ଆଶାର ଦ୍ଵାର ଫାଉଣ୍ଡେସନର ନିର୍ଦେଶକ ବିଜୟ ମହାକୁଡ ସକ୍ଷମ ଭାରତ ଓ ଭୂମିକା ହସ୍ପିଟାଲ୍ ର ସଦସ୍ୟ ମାନଙ୍କୁ ଏହିଭଳି ସେବା କାର୍ଯ୍ୟ କରୁଥିବାର ଦେଖି ବହୁତ ପ୍ରଶଂସା କରିଥିଲେ.ଆଗାମୀଦିନରେ ହେବାକୁ ଥିବା ଗରିବ ଲୋକମାନକୁ କୌଣସି ସହାୟତା ଦରକାର ପଡିଲେ ସେ ସର୍ବଦା ଆଗ ଧାଡିରେ ଠିଆ ହୋଇଥିବେ ବୋଲି ବାର୍ତ୍ତା ମଧ୍ୟ ଦେଇଥିଲେ।

Recent Comments

Leave Comments

Top